୨୧ ବର୍ଷ ପୂର୍ବେ ବିବାହ କରିବାର ଥିଲେ ସଲମାନ ଖାନ, କାର୍ଡ ମଧ୍ୟ ଛପି ଯାଇଥିଲା କିନ୍ତୁ…

ବଲିଉଡ ସୁପର ଷ୍ଟାର ସଲମାନ ଖାନ ଫିଲ୍ମ ଜଗତର ନାମୀ ଦାମୀ କଳାକାର ଭିତରୁ ଜଣେ ଏବଂ କେତେ ଅଭିନେତ୍ରୀଙ୍କ ନାମ ତାଙ୍କ ସହିତ ମଧ୍ୟ ଯୋଡା ସରିଲାଣି ଓ କେତେ ଅଭିନେତ୍ରୀଙ୍କ ସହ ଅଫେୟର ମଧ୍ୟ ରହିଛି କିନ୍ତୁ ଆଜିବି ସଲମାନ ଖାନଙ୍କୁ ତାଙ୍କ ଜୀବନ ସାଥି ମିଳିନାହିଁ । ୨୭ ଡିସେମ୍ବର ୧୯୬୫ ରେ ଜନ୍ମ ସଲମାନ ଖାନ ୫୫ ବର୍ଷର ହୋଇସାରିଲାଣି ଏବଂ ଆଜିଯାଏ କୁଆଁରା ଅଛନ୍ତି । କିନ୍ତୁ ଆପଣଙ୍କୁ କହି ଦେଉଛୁ କି ୨୧ ବର୍ଷ ପୂର୍ବେ ସଲମାନ ଖାନଙ୍କ ବିବାହ ହେବାର ଥିଲା ।

Image Courtesy: Google

ବିବାହ ପ୍ରସ୍ତୁତ ମଧ୍ୟ ହୋଇସାରିଥିଲା କାର୍ଡ ମଧ୍ୟ ଵାଣ୍ଟି ଦେଇଥିଲେ କିନ୍ତୁ ଅଚାନକ ସଲମାନ ଖାନ ବିବାହ ପାଇଁ ମନାକରି ଦେଇଥିଲେ । ଏହି କଥାର ସ୍ପଷ୍ଟିକରଣ ନିଜେ ସଜିଦ୍ ନାଦିଆଦୱାଲା କରିଥିଲେ । ଗୋଟେ ସାକ୍ଷାତ୍କାର ଦ୍ଵାରା କିଛିଦିନ ପୂର୍ବେ ସଲମାନ ଖାନ ବହୁତ ହିଁ କ୍ଲୋଜ ସାଙ୍ଗ ସାଜିଦ୍ ନାଦିଆଦୱାଲା କହିଥିଲେ କି ସଲମାନ ଖାନ ୧୯୯୯ରେ ବିବାହ କରିବାର ଥିଲେ ।

Image Courtesy: Google

ସଲମାନ ଖାନଙ୍କ ଇଛା ଥିଲାକି ସେ ଓ ତାଙ୍କ ସାଙ୍ଗ ସାଜିଦ୍ ନାଦିଆଦୱାଲା ଗୋଟେ ଦିନରେ ବିବାହ କରିଥାନ୍ତେ । ସାଜିଦ୍ କହିଥିଲେକି ଦୁଇ ଜଣଙ୍କର ବିବାହ ତାରିଖ ସଲମାନ ଖାନଙ୍କ ପିତା ସଲିମ୍ ଖାନଙ୍କ ଜନ୍ମ ଦିନରେ ଠିକ ହୋଇଥିଲା । ସାଜିଦଙ୍କ କହିବା ଅନୁଯାୟୀ ଏହି ତାରିଖ ନିଜେ ହିଁ ସଲମାନ ଖାନ ଠିକ କରିଥିଲେ । ସାଜିଦ ସଲମାନ ଦୁହେଙ୍କ କାର୍ଡ ମଧ୍ୟ ଛପି ଯାଇଥିଲା ଏବଂ କେତେ ଲୋକଙ୍କୁ ଓ  କେତେ ଜାଗାକୁ ବଣ୍ଟା ମଧ୍ୟ ହେଇଯାଇଥିଲା ।

Image Courtesy: Google

କିନ୍ତୁ ବିବାହର ଠିକ ୫-୬ ଦିନ ପୂର୍ବରୁ ସେ ମନା କରିଦେଲେ । କିନ୍ତୁ ସାଜିଦ ନାଦିଆଦୱାଲାଙ୍କର ବିବାହ ସେଇଦିନ ହୋଇଥିଲା । ସଲମାନଙ୍କ ମନରେ କଣ ଚାଲିଥିଲା ସେ ଘର ଲୋକକୁ ମନା କରିଦେଲେ କି ମୁଁ ଏବେ ବିବାହ କରିବିନି । ୨୧ ବର୍ଷ ହୋଇଗଲାଣି ଏବଂ ଆଜିଯାଏ ବିବାହ କରିନାହାନ୍ତି । ନା ତ ସଲମାନ ଖାନ ପ୍ରକାଶ କରିଥିଲେ ଏବଂ ନାହିଁକି ସାଜିଦ ନାଦିଆଦୱାଲା କହିଲେ କି କିଏ ସେ ଝିଅ ଯିଏ ସଲମାନ ଖାନଙ୍କର ସ୍ତ୍ରୀ ହୋଇଥାନ୍ତେ । ଏବେ ପର୍ଯ୍ୟନ୍ତ ବି ଏହା ଜଣା ନାହିଁ କି ସଲମାନ କାହା ପାଇଁ ଆଜି ପର୍ଯ୍ୟନ୍ତ କୁଆଁରା ଅଛନ୍ତି । ଏହିଭଳି ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *