ବିବାହିତା ନାରୀ ମାନଙ୍କ ପାଇଁ କିଛି ନିହାତି ଜାଣିବା କଥା… Ajira Anuchinta

ହିନ୍ଦୁ ଧର୍ମରେ ନାରୀର କୁ ମା ଲଷ୍ମୀ ଓ ସରସ୍ୱତୀଙ୍କ ପ୍ରତିରୂପ ମାନନ୍ତି । ନାରୀ ଏକ ଘର ର ମୁଖ୍ୟ ଅଙ୍ଗ ଅଟେ । ନାରୀ ପରିବାରର ପ୍ରତିଟି ସଦସ୍ୟ ଙ୍କର ଖାଦ୍ୟ ପେୟ, ସ୍ୱାସ୍ଥ୍ୟ ଓ ଅତି ଛୋଟ ରୁ ଛୋଟ ଆବଶ୍ୟକତା ର ଧ୍ୟାନ ରଖନ୍ତି ।

ତେଣୁ ଏପରି ଅନେକ କଥା ଅଛି ଯାହା ବିବାହିତା ନାରୀ ମାନେ ଜାଣିବା ଦରକାର, ଯାହା ଫଳରେ ସେମାନେ ନିଜ ଗୁଣ ଓ ପୂଜା ରେ ମା ଲଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ । ଗୋଟିଏ ନାରୀ ହିଁ ଘରକୁ ସ୍ୱର୍ଗ ବନାଇ ଦେଇଥାଏ । କିନ୍ତୁ କିଛି ନାରୀ ଏପରି ବି ଥାଆନ୍ତି ଯେଉଁମାନେ ସର୍ବଦା କ୍ରୋଧ ରେ ରୁହନ୍ତି, କଳହ କରନ୍ତି ସେହି ନାରୀ ମାନଙ୍କ ଉପରେ ଲଷ୍ମୀ ରୁହନ୍ତି ନାହିଁ । ତେବେ ଆମ ହିନ୍ଦୁ ଧର୍ମ ରେ ଅଛି ୧୨ ମାସରେ ୧୩ ଟି ପର୍ବ ହୋଇଥାଏ ସେଥିରୁ ଅଧା ପର୍ବ ନାରୀ ମାନଙ୍କର ହୋଇ ଥାଏ ।

ନାରୀ ମାନଙ୍କର ଓଷା ବହୁତ ଅନେକ ଓ ବହୁତ ପ୍ରାଧାନ୍ୟ ଥାଏ । ସେଥି ମଧ୍ୟରୁ ୨ ଟି ପ୍ରାଧାନ୍ୟ ପର୍ବ ହେଉଛି ସୁଦଶା ବ୍ରତ ଓ ମାଣବସା । ସୁଦଶା ବ୍ରତ ଓ ମାଣବସା ଏହି ଦୁଇଟି ଓଷା ହେଉଛି ମା ଲଷ୍ମୀଙ୍କ ର ବ୍ରତ ଅଟେ । ଏହି ଦୁଇଟି ଓଷା ଯେଉଁ ନାରୀମାନେ ବହୁତ ନିଷ୍ଠା ଓ ସ୍ୱଚ୍ଛ ମନରେ କରିଥାନ୍ତି ଓ ଉଚିତ ମାର୍ଗ ରେ ଉପାସ କରିଥାନ୍ତି ତାଙ୍କ ଉପରେ ମା ଲଷ୍ମୀଙ୍କ କୃପା ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ସର୍ବଦା ରହି ଥାଏ ।

ଯେଉଁ ନାରୀ ମାନେ ଘରର ସବୁ କାର୍ଯ୍ୟ କରନ୍ତି ଘରେ ଶାନ୍ତି ବନାନ୍ତି ସେମାନଙ୍କ ଘରେ ମା ଲଷ୍ମୀଙ୍କ ଆର୍ଶୀବାଦ ସର୍ବଦା ରହିଥାଏ । ସ୍ୱାମୀ ର ସେବା କରନ୍ତି, ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ରେ ମଧୁରତା ରହିଥାଏ । ଯେଉଁ ନାରୀ ମାନେ ଶାଶୁ ଶ୍ୱଶୁରଙ୍କ ସେବା କରନ୍ତି ଘରର ସାନ ମାନଙ୍କୁ ସ୍ନେହ ଓ ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତି ସେହି ନାରୀ ମାନଙ୍କ ପାଇଁ ସେହି ଘରେ ଧନ ସମ୍ପଦ ଭରି ହୋଇ ରହେ ।

ସେହି ବିବାହିତ ନାରୀ ମାନଙ୍କୁ ଘରର ଲଷ୍ମୀ ପ୍ରତିମା ବୋଲି କୁହନ୍ତି । ମା ଲଷ୍ମୀଙ୍କ କୃପା ପାଇବା ଏତେ ସହଜ ନୁହେଁ । ଯେଉଁ ନାରୀଙ୍କ ପାଖରେ ସେହି ପରି ଭଲ ଗୁଣମାନ ଭରି ରହିଥାଏ ଓ ଯେଉଁ ନାରୀମାନେ ମା ଲଷ୍ମୀଙ୍କ ପୂଜା ଓ ଓଷା ସଠିକ ମାର୍ଗ ରେ କରିଥାନ୍ତି । ସେହି ନାରୀ ମାନଙ୍କ ଉପରେ ମା ଲଷ୍ମୀଙ୍କ କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ ଓ ସେହି ମାନେ ମା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଯେଉଁ ନାରୀ ମାନେ ଶାଶୁ ଓ ଶ୍ୱଶୁର ଙ୍କୁ ଦୁର୍ବ୍ୟବହାର କରନ୍ତି ତାଙ୍କ ଉପରେ ଅତ୍ୟାଚାର କରନ୍ତି,

ସ୍ୱାମୀ ର ଯତ୍ନ ଓ ପ୍ରେମ ଦିଅନ୍ତି ନା ହିଁ । ସ୍ୱାମୀର ସେବା କରନ୍ତି ନାହିଁ ଓ ଘରର ଛୋଟ ମାନଙ୍କୁ ସ୍ନେହ ପ୍ରେମ ଦିଅନ୍ତି ନାହିଁ । ସ୍ୱାମୀ ଙ୍କ ସହ କଳହ କରନ୍ତି ଓ ନିଜ ଦାମ୍ପତ୍ୟ ଜୀବନରେ କଳହ ଓ କ୍ଳେଶ ଭରନ୍ତି ସେମାନଙ୍କ ଘରେ ଓ ପରିବାର ରେ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ । ସେହି ନାରୀମାନଙ୍କୁ ହତଲଷ୍ମୀ ର ଆଖ୍ୟା ଦେଇଥାନ୍ତି । ସେହି ନାରୀଙ୍କ ଘରେ ଦାରିଦ୍ରତା, ଅଶାନ୍ତି ଆଦି ଲାଗି ରହିଥାଏ । ସେମାନଙ୍କ ଘରକୁ ମା ଲଷ୍ମୀ କେବେବି ଆଗମନ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *