ବିବାହ ଆଗରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଲେ Anant Ambani, ଦାନରେ ଦେଲେ କେତେ ଦକ୍ଷିଣା ? ଦେଖନ୍ତୁ କଣ କହୁଛନ୍ତି ପୂଜାରୀ

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଜିଓ କମ୍ପାନୀ ର ମାଲିକ ମୁକେଶ ଅମ୍ବାନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ମୁକେଶ ଅମ୍ବାନୀ ଙ୍କ ନାଁ ସାରା ଭାରତ ବର୍ଷ ରେ ରହିଛି । ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ମୁକେଶ ଅମ୍ବାନୀ ଙ୍କ ପୁଅ ଅନନ୍ତ ଅମ୍ବାନୀ ଓଡିଶାର ପହଞ୍ଚି ଛନ୍ତି । ଓଡିଶାରେ ପହଞ୍ଚି ସେ ଶ୍ରୀ କ୍ଷେତ୍ର ପୁରୀ ରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି ।

ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଅନନ୍ତ ଅମ୍ବାନୀ ପୁରୀ ରେ ପହଞ୍ଚି ସେଠାରେ କିପରି ଭାବେ ମହାପ୍ରଭୁ ଙ୍କ ଦର୍ଶନ କରିଛନ୍ତି ଏବଂ ତାଙ୍କର ସୁରକ୍ଷା ବ୍ୟବସ୍ଥା କିପରି ଥିଲା ସେ ନେଇ ମନ୍ଦିର ର ଜଣେ ପୂଜକ ଗଣମାଧ୍ୟମରେ ନିଜର ବଡ ବୟାନ ଦେଇଛନ୍ତି । ଏ ନେଇ ଜଣେ ପୂଜକ କହିଛନ୍ତି “ଯେତେବେଳେ ଆମ ପାଖକୁ ଖବର ଆସିଲା ମୁକେଶ ଆମ୍ବାନୀ ଙ୍କ ପୁଅ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ସେତେବେଳେ ମନ୍ଦିର ର ପ୍ରଶାସନ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରା ଯାଇଥିଲା ।

ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଅମ୍ବାନୀ ଙ୍କ ପୁଅ ଙ୍କ ଆଗମନକୁ ନେଇ ବ୍ୟବସ୍ଥା କରା ଯାଇଥିଲା । ଅମ୍ବାନୀ ଙ୍କ ପୁଅ ଗତ କାଲି ସାଢେ 3ଟା ସମୟରେ ପୁରୀ ରେ ପହଞ୍ଚି ଥିଲେ । ବାଇଶି ପାହାଚ ସହ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିଲେ ଅମ୍ବାନୀ ଙ୍କ ପୁଅ । ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରି ସେ କିଛି ସମୟ ଠିଆ ହୋଇ ମହାପ୍ରଭୁ ଦର୍ଶନ କରିଥିଲେ ଆଉ ପ୍ରଭୁ ଜଗା ଙ୍କୁ ଦେଖିଥିଲେ ।

ଦର୍ଶନ ସାରିବା ପରେ ମୁକ୍ତି ମଣ୍ଡପ, ମା ବିମଳା, ମା ଲକ୍ଷ୍ମୀ ଙ୍କ ଦର୍ଶନ କରିଥିଲେ । ଲକ୍ଷ୍ମୀ ମନ୍ଦିର ଦର୍ଶନ କରି ଅମ୍ବାନୀ ଙ୍କ ପୁଅ ବାହୁଡି ଥିଲେ । ସେ ଏଠାରେ ତାଙ୍କ ସକ୍ଷମ ଅନୁଯାୟୀ ଓ ତାଙ୍କ ଶ୍ରଦ୍ଧା ସହକାରେ ଦାନ କରିଛନ୍ତି । ଯାହାକୁ ଆମେ କହି ପାରିବୁ ନାହି । ଅମ୍ବାନୀ ପୁଅ ଯିବା ସମୟରେ କହି ଯାଇଛନ୍ତି ଯେ ଆଜିର ବ୍ୟବସ୍ତା ଓ ଦର୍ଶନ ଏତେ ଶୃଙ୍ଖଳା ଓ ସୁନ୍ଦର ଭାବେ ହୋଇଥିଲା କି ସେ କେଉଁଠି ଆଗରୁ କରି ନାହାନ୍ତି ।

ଯାହା କି ଜଗନ୍ନାଥ ମନ୍ଦିର ରେ ତାଙ୍କର ପୂଣ୍ୟ ଭାବନା ଜାଗୃତ ହୋଇଥିଲେ । ମନ୍ଦିର ତରଫରୁ ଅମ୍ବାନୀ ଙ୍କ ପୁଅ ଙ୍କୁ ଖଣ୍ଡୁଆ, କ୍ଯାଲେଣ୍ଡର ଦିଆ ଯାଇଥିଲା । ଆମର ଯେଉଁ ପ୍ଯାକେଟ ଅଛି ତାହା ମଧ୍ୟ ଦିଆ ଯାଇଥିଲା ପ୍ରଶାସନ ତରଫରୁ” ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *