ବିବାହର ଖର୍ଚ୍ଚକୁ ନେଇ ଚିନ୍ତିତ ଥିଲେ ଏହି ଖବର ନିଶ୍ଚୟ ଦେଖନ୍ତୁ, ଏବେ ବିବାହ ପାଇଁ ବିନା ସୁଧରେ ମିଳୁଛି ଋଣ… ଦେଖନ୍ତୁ କେମିତି ଉଠାଇବେ ଏହାର ଫାଇଦା

ବାହାଘର ପାଇଁ ଟଙ୍କା ଖର୍ଚ୍ଚ ହେବା ନେଇ ଚିନ୍ତାରେ ଅଛନ୍ତି କି ? ବିବାହ ପାଇଁ କମ ସୁଧାରେ ମିଳୁଛି ଋଣ । 25 ଲକ୍ଷ ଯାଏଁ ଋଣ ଦେଉଛି ଏହି ସଂସ୍ଥା । 4ରୁ 5 ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଋଣ ଟଙ୍କା । ହଁ ଦର୍ଶକ ବନ୍ଧୁ ବିବାହ କଥା ଉଠିଲେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶେ । କାହିଁକି ନା ନିଜର ବିବାହକୁ ସବୁ ଦିନ ପାଇଁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହିଁଥାନ୍ତି ।

ଏମିତିକି ବାପା-ମା ଜୀବନର ସବୁ ସଞ୍ଚୟ ଧନକୁ ପୁଅ-ଝିଅଙ୍କ ବାହାଘରରେ ଲଗାଇଥାନ୍ତି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ବିବାହ ପୂର୍ବରୁ ଯେତେ ସଞ୍ଚୟ କରିଥିଲେ ବି ଆଜିର ସମୟରେ ମହଙ୍ଗା ପଡିଥାଏ । ତେଣୁ ବାଧ୍ୟ ହୋଇ ହାତ ଉଧାରୀ କିମ୍ବା ବ୍ୟାଙ୍କରୁ ଋଣ କରିଥାନ୍ତି । ଆଉ ଯାହାର ସୁଧ ହାର ଅଧିକ ଥାଏ । କିନ୍ତୁ ଏବେ ବାହାଘର ପାଇଁ ଏକ ସ୍କିମ ଲୋନ ଆସିଛି ।

ବାହାଘର ପୂର୍ବରୁ ଯଦି ଆପଣ ଋଣ ଆଣିବାକୁ ଚାହୁଁଛନ୍ତି ତେବେ କମ ସୁଧରେ ଋଣ ଉପଲବ୍ଧ ହେଉଛି । ବଡ ବଡ ହୋଟେଲ, ମଣ୍ଡପ ବୁକିଙ୍ଗ ସହ ସାଜସଜାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଯଦିଓ ବିବାହ ସମୟରେ ଲୋକ ଲଜ୍ୟା ଓ ଦେଖାଇବା ପାଇଁ ଏସବୁ ଜଣା ପଡେ ନାହି କିନ୍ତୁ ପରବର୍ତ୍ତୀ ସମୟରେ ଯେବେ ପରିବାର ଲୋକ ଋଣ ସୁଝନ୍ତି ସେତେବେଳେ ଜଣା ପଡିଥାଏ କେତେ କଷ୍ଟ ହୋଇଥାଏ ।

ଏହି ସମସ୍ଯା ଦୂର କରିବା ପାଇଁ ମ୍ୟାରୀ ନାଓ ପେ ଲେଟର ନାମରେ ଏକ ସ୍କିମ ଆସିଛି । ଏହାର ଅର୍ଥ ହେଉଛି ବାହାଘର ସମୟରେ ଆପଣ ଋଣ ନେବେ ଆଉ ପରେ ଏହାକୁ ସୁଝିବେ । ଟ୍ରାଇଭେଲ ଫିନଟେକ ପ୍ଲାଟଫର୍ମ ଶ୍ୟାକାଂଶ ମ୍ୟାରୀ ନାଓ ପେ ଲେଟର ସୁବିଧା ଦେବାକୁ ଯାଉଛି । ମାତ୍ର 1 ପ୍ରତିଶତ ସୁଧରେ ଋଣ ଦେଉଥିବା ଫିନଟେକ କମ୍ପାନୀର ସିଓ ତଥା କୋ-ଫାଉଣ୍ଡର ଆକାଶ ଧୟା ଏକ ଇଣ୍ଟରଭିୟୁ ରେ କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି କି ଏହି ଋଣ ପଲିଶି ରେ 6 ମାସ ଉପୋଭୋକ୍ତା ଙ୍କୁ ସୁଧ ଦେବାକୁ ପଡିବ ନାହି । ଆଉ 6 ମାସ ପରେ ମାତ୍ର 1 ପ୍ରତିଶତ ଋଣ ଦେବାକୁ ପଡିବ । ଦିଲ୍ଲୀର ବଡ ବଡ ହୋଟେଲ ସହ ଡିଲ କରି କମ୍ପାନୀ ଋଣ ଦେବା ଆରମ୍ଭ କରି ଦେଇଛି । ଏହି ସ୍କିମ ଦିଲ୍ଲୀର NCR ରେ ଆରମ୍ଭ ହୋଇଥିବା ବେଳେ ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଏହା ଲାଗୁ ହେବାକୁ ଯାଉଛି ।

ପରବର୍ତ୍ତୀ ସମୟରେ କମ୍ପାନୀ ଏହି ସେବା ଯୋଗାଇ ଦେବ ବୋଲି କୁହା ଯାଉଛି । ଜଣେ ଗ୍ରାହକ ଆବେଦନ କରି 25 ଲକ୍ଷ ଯାଏଁ ଋଣ ଆଣିବାର ବ୍ୟବସ୍ଥା ରହିଛି । ଆବେଦନ ସମୟରେ ଦିଆଜାଇଥିବା ଡକୁମେଣ୍ଟ ଠିକ ଥାଏ ତେବେ 4ରୁ 5 ଘଣ୍ଟା ମଧ୍ୟରେ ଋଣ ତାଙ୍କ ଆକାଉଣ୍ଟକୁ ଆସିଯିବ । 20 ଦିନ ହେବ ଏହା ଆରମ୍ଭ ହୋଇଥିବା ବେଳେ 100ରୁ ଅଧିକ ଆବେଦନ ଆସି ସାରିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *