ବିବାହ ପରେ ଅନ୍ୟ କାହା ସହ ପ୍ରେମ ହେବା ଠିକ ନା ଭୁଲ ? ଯଦି ହୁଏ କଣ କରିବେ! Krishna Vani

ନମସ୍କାର ବନ୍ଧୁଗଣ, ବିବାହ ପରେ ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କ ପାଇଁ ସାତ ଜନ୍ମ ପାଇଁ ଉଶ୍ଚର୍ଗ ଥାନ୍ତି । ଜଣେ ଜଣଙ୍କ ଭଲ ପାଇବାରେ ବୁଡି ରହେ । ତେବେ ଯଦି ଏହି ସମ୍ପର୍କ ମଧ୍ୟରେ ତୃତୀୟ ଲୋକ ଆସେ କିମ୍ବା ସ୍ଵାମୀ ଅନ୍ୟ କାହାକୁ ମନ ଦିଏ ବା ସ୍ତ୍ରୀ ଅନ୍ୟ କୋଉ ପୁରୁଷକୁ ମନ ଦେଇ ବସେ ତେବେ ଏହା ଠିକ ହୋଇଥାଏ ନା ଭୁଲ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇବା ପାଇଁ ଯାଉଛୁ ।

ଦୁନିଆରେ ଜନ୍ମ ନେଇଛ ମାନେ ନିଜ ନାମର ଏକ ଟେକ ରଖିବା ଦରକାର । ସମାଜରେ ନିଜର ଏକ ମାନ ସମ୍ମାନ ପ୍ରତିଷ୍ଠା କରିବା ଦରକାର । ନହେଲେ ଏହି ଜୀବନର କୌଣସି ମୂଲ୍ୟ ରହିନଥାଏ । ଶତ୍ରୁ ମାନଙ୍କ ଭୟରେ ସମୟ କାଟାଇବା ଉଚିତ ନୁହେଁ ବରଂ ନିଜ ଉପରେ ନିଜର ନିୟନ୍ତ୍ରଣ ସର୍ବଦା ରଖିବା ଜରୁରୀ ହୋଇଥାଏ ।

ଆଜିର ଏହି ଦୁନିଆରେ ଭରସା ଯୁକ୍ତ କୌଣସି ମଣିଷ ମଧ୍ୟ ନାହାନ୍ତି । କାରଣ ଚୋର ହେଉଛି ସାଧୁ ଆଉ ସାଧୁ ହେଉଛି ଚୋର । ଗୋଟିଏ ମଣିଷ ବଦଳି ଯିବାର ଦୁଃଖ ନିହାତି ଆସିଥାଏ ମନରେ । କିନ୍ତୁ ସେହି କଷ୍ଟ ମଣିଷକୁ ଜୀବନ ବଞ୍ଚିବାର ସଠିକ ରାସ୍ତା ଦେଖାଇଥାଏ । ଜରୁରୀ ନୁହେଁ କି ସବୁ ଜ୍ଞାନ ମଣିଷକୁ କେବଳ ବହିରୁ ହିଁ ମିଳିବ । କିଛି ଜ୍ଞାନ ତ ମଣିଷ ସହ ଘଟୁଥିବା ଘଟଣାର ଅନୁଭବରୁ ବି ମିଳିଥାଏ । କିଛି କଥାର ସବକ ତ ପାଖରେ ଥିବା ସବୁଠାରୁ ନିଜ ଲୋକ ହିଁ ଦେଇଯାଇଥାନ୍ତି ।

ଯଦି ବିବାହ ବନ୍ଧନରେ ବାନ୍ଧି ହେବା ପରେ ମଧ୍ୟ ଅନ୍ୟ କାହା ଭଲ ପାଇବାରେ ସ୍ଵାମୀ କିମ୍ବା ସ୍ତ୍ରୀ ପଡିଯାଇଥାଏ ତେବେ ନିଜ ପାଖରେ ନିଜ ସାଥି ଥିଲେ ମଧ୍ୟ ସେହି ମଣିଷକୁ ଏକୁଟିଆ ଅନୁଭବ ହୋଇଥାଏ । ସଂସାରରେ କେହି ନିଜର ନଥିବା ଭଳି ଅନୁଭବ ହୋଇଥାଏ ।

ଏହାର ଅର୍ଥ ଏହା ମଧ୍ୟ ହୋଇଥାଏ କି ଆପଣ ତାଙ୍କ ପାଖରେ ଥାଇ ମଧ୍ୟ ତାଙ୍କ ପାଖରେ ନଥିବା ଭଳି ସେ ଅନୁଭବ କରିଥାନ୍ତି । ହେଇପାରେ ତାଙ୍କୁ ଆପଣଙ୍କ ବହୁତ ମନ ପଡୁଥାଇପାରେ । ଏହି କାରଣ ପାଇଁ କିଛି ଜୀବନ ସାଥି ବଦଳି ଯାଇଥାନ୍ତି । ନିଜର ସାଥି ମଧ୍ୟ ନିଜର ଏକୁଟିଆ ପଣକୁ ଦୂରେଇ ଦେବା ପାଇଁ ଅନ୍ୟର ସାହାରା ନେଇ ତାଙ୍କ ପ୍ରେମରେ ପଡିଯାଇଥାନ୍ତି ।

ତେଣୁ ସବୁବେଳେ ନିଜ ଜୀବନସାଥିଙ୍କ ପାଖରେ ରହି ତାଙ୍କ ଭଲ ମନ୍ଦ ସବୁ ପରିସ୍ଥିତିରେ ତାଙ୍କୁ ବୁଝାଇବା ଦରକାର ତାଙ୍କ ସାଥ ଦେବା ଦରକାର । ଦରକାର ସମୟରେ ତାଙ୍କ ପାଇଁ ଢାଲ ହୋଇ ତାଙ୍କ ଆଗରେ ଠିଆ ହେବା ମଧ୍ୟ ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *