ବିବାହ ପୂର୍ବରୁ ଯୁବତୀଙ୍କ ସହ ଘଟିଲା ଅଘଟଣ, ନଷ୍ଟ ହୋଇଗଲା ପୁରା ଶରୀର – ଭାବି ସ୍ଵାମୀ କଲେ ଏମିତି କିଛି ଯାହା ଆଜି ସୋଶଲ ମିଡିଆରେ ଚର୍ଚ୍ଚାର ବିଷୟ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି କିଛି ନୂଆ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆଜି ଆମେ ଏକ ଏଭଳି ଘଟଣା ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ଯାହା ପଢିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଭବିବେ ସତରେ କଣ ଏ ଦୁନିଆରେ ଏଭଳି ଭଲପାଇବା ଅଛି ? ଆଜ୍ଞା ହଁ ଏକ ଏଭଳି ଘଟଣା ଯାହା ଗପ ଲାଗିଲେ ବି ସତ ଅଟେ ।

ତେବେ ଆମେ ଯାହା ବିଷୟରେ କହୁଛୁ ସେମାନେ ହେଲେ ଜାମନଗର ବାସିନ୍ଦା ହିରଲ ଓ ଚିରାଗ । ଏମାନଙ୍କ ପ୍ରେମ କାହାଣୀ ଏବେ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ଏମିତି କାହିଁକି ଆସନ୍ତୁ ଜାଣିବା ।

ମାର୍ଚ୍ଚ ୨୮ ତାରିଖରେ ଜାମନଗର ଜିଲ୍ଲାର ୧୮ବର୍ଷ ବୟସର ଯୁବତୀ ହୀରଲ ତନମୁଖଙ୍କ ନିର୍ବନ୍ଧ ଚିରାଗ ଭାଡ଼େଶିଆ ଗଜ୍ଜରଙ୍କ ସହ ହୋଇଥିଲା । ଏହାର କିଛିଦିନ ପରେ ଏକ ଏଭଳି ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିଲା । ମଇ ୧୧ ତାରିଖ ହୋଇଥିଲା ସେଦିନ, ସକାଳୁ ଗାଧୋଇ ସାରି ଲୁଗା ଶୁଖାଇବାକୁ ଯାଇଥିଲେ ହିରଲ । ଲୁଗା ସୁଖେଇବା ସମାୟରେ ହଟାତ ତାଙ୍କ ହାତ ଉପରେ ଇଣ୍ଟେସନ ତାର ପଡିଯାଇଥିଲା । ଯାହା ତାଙ୍କର ହାତକୁ ପୁରା ଜଳାଇ ଦେଇଥିଲା । ଗୋଡରେ ମଧ୍ୟ ସେହି ତାର ପଡିଯିବାରୁ ସେ ବହୁତ ଗୁରୂତର ଭାବେ ପୋଡି ଯାଇଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ଜାମନଗରର ଜିଜି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ୪ଦିନ ପର୍ଯ୍ୟନ୍ତ ଚିକିତ୍ସା କରିବା ପରେ ସେମାନେ ଅନ୍ୟ ଏକ ହସ୍ପିଟାଲକୁ ରେଫର କରିଥିଲେ । ଯେଉଁଠି ସେମାନେ କହିଥିଲେ କି ତାଙ୍କର ହାତ ଓ ଗୋଡ କାଟିବାକୁ ପଡିବ । ଏବଂ ଏହା ବି କହିଲେ କି ଯଦି ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ସେମାନେ ଏଠାକୁ ଆଣି ଥାନ୍ତେ ତେବେ ସେ ଠିକ ହୋଇ ପାରିଥାନ୍ତେ । ଏହି କଥା ଶୁଣି ସମସ୍ତେ ଦୁଖରେ ଭାଙ୍ଗି ପଡିଥିଲେ । କିନ୍ତୁ ଏତେ ସବୁ ପରେ ବି ଚିରାଗ ତାଙ୍କ ହାତ ଛାଡି ନ ଥିଲେ । ସେ ତାଙ୍କୁ ବିଅବହ କରି ତାଙ୍କ କେୟାର ନେବେ ବୋଲି ପରିବାର ଲୋକଙ୍କୁ କହିଥିଲେ । ଚିରାଗର ଘରଲୋକ ମଧ୍ୟ ତାଙ୍କୁ ଏଥିରେ ସମର୍ଥନ ଜଣାଇଥିଲେ ।

ପରେ ଏହି ଘଟଣା ସୋଶଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପଲତିଯାଇଛି । ଏହି ଘଟଣା ହେଉଛି ଶାଶ୍ଵତ ପ୍ରେମର ଉଦାହରଣ । ଚିରାଗ ସମସ୍ତଙ୍କୁ ଏହା ପ୍ରମାଣ କରିଦେଇଛନ୍ତି ଯେ ପ୍ରେମରେ ଚେହେରା କିଛି ମାଇନେ ରଖେନି । ପ୍ରେମ ତ ହୃଦୟରୁ ହୁଏ । ଏବଂ ଚିରାଗ ମଧ୍ୟ ନିଜ ହୃଦୟରୁ ହୀରଲଙ୍କୁ ବହୁତ ଭଲ ପାଉଥିଲେ ସେଥିପାଇଁ ତ ଏତେ ସବୁ ପରେ ବି ସେ ତାଙ୍କ ହାତ ଛାଡିଲେନି ଓ ତାଙ୍କ ପାଖେ ପାଖେ ରହିବାର ପ୍ରତିସୂତି ଦେଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *