ବିଚ ରାସ୍ତାରେ ଅବାଗିଆ କାମ କରନି, Anubhab ଓ Barsha ଙ୍କ ବିବାଦକୁ ନେଇ କିଛି ଏମିତି କହିଲେ Sura, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଉଭୟ ଚଳଚ୍ଚିତ୍ର ଜଗତର ଏଭଳି ତାରକା ଅଟନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମୀ ଦୁନିଆରେ ନିଜର ଚମତ୍କାରିତା ଦେଖାଇ ଆସିଛନ୍ତି ।

ଉଭୟ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ମାଧ୍ୟମରେ ପରସ୍ପରକୁ ଭଲ ପାଇ ବସିଥିଲେ । ଏହି ଭଲ ପାଇବା ବିବାହ ବନ୍ଧନରେ ବାନ୍ଧିହେଲା । ଏହାପରେ ପ୍ରାଏ ୫ ବର୍ଷ ପରସ୍ପର ସହିତ ବିତାଇବାପରେ କୌଣସି ଏକ ବିବାଦ କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ତଥା ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ କ୍ରମଶ ଏତେ ବଢିବାରେ ଲାଗିଲା ଯେ ଉଭୟ ନିସ୍ପତି ନେଲେ ଅଲଗା ହେବାକୁ । ଏହି ମାମଲା ତଥା ବିବାଦ କୋର୍ଟ ପର୍ଯ୍ୟନ୍ତ ଗଲା । ଉଭୟ କୋର୍ଟ ରେ ପରସ୍ପର ବିରୁଦ୍ଧରେ ମାମଲା ଦାଖଲ କଲେ ।

ମାତ୍ରା ଏ ସବୁ କୁ ନେଇ ରାଜନେତା “ସୁର ରାଉତରାୟ” କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଜାଣିବା “ସୁର ରାଉତରାୟ” କଣ କହିଛନ୍ତି ବର୍ଷା ଏବଂ ଅନୁଭବ ଙ୍କୁ । “ସୁର ରାଉତରାୟ” କହିଛନ୍ତି,- “ହେ ବର୍ଷା ନାତୁଣୀ ତମେ ଆଉ ଇଆଡେ ସିଆଡେ ହୁଅ ନାହିଁ । ଗାଁ ଦାଣ୍ଡରେ ଆଉ ଏ ଅବାଗିଆ କାର୍ଯ୍ୟ କରନାହିଁ । ତମେ କାହା କଥା ଆଦୌ ଶୁଣନାହିଁ । ତମେ ୨ ଜଣ ୧ ହୋଇଗଲେ ସବୁ ଠିକ ହୋଇଯିବ ।

ଅନୁଭବ ରିୟାଲାଇଜ କରି ଯାଇଥିଲେ କୋର୍ଟ କୁ ମାତ୍ର ବର୍ଷା କିନ୍ତୁ ଗଲା ନାହିଁ । “ସୁର ରାଉତରାୟ” କହିଲେ ମୁଁ ତାକୁ ଅନୁରୋଧ କରୁଅଛି ଯେ, ହାଇ ପରିବାରରେ ତୁମର ଜନ୍ମ । ବର୍ଷା ଏକ ବଢିଆ କଳାକାର ଅଟନ୍ତି । ସେ ଜଣେ ସିନେମା ଷ୍ଟାର ଅଟନ୍ତି । ସେ ଜଣେ ସୋସିଆଲ ୱାର୍କର ମଧ୍ୟ ଅଟନ୍ତି । “ସୁର ରାଉତରାୟ” କହିଲେ ମୁଁ ଦେଖିଲି ଏହି କୋରୋନା ମହାକାଳରେ କୋଭିଡ-19 କୁ ମୁକାବିଲା କରିବା ପାଇଁ ।

ଗରିବ ଲୋକଙ୍କୁ ଖାଦ୍ୟ ତଥା ମେଡିସିନ ଦେବା, ମାସ୍କ ଦେବା ଭଳି ବହୁତ କାମ କରୁଅଛି ବର୍ଷା ମୋର ଆଦେଶ ତୁମ୍ଭ ମାନଙ୍କୁ ତମେ ଆଉ ଇଆଡେ ସିଆଡେ ନ ହୋଇ ଏକାଠି ହୋଇଯାଅ । ଉଭୟ ଫିଲ୍ମ ଷ୍ଟାର ଏଣୁ ଉଭୟ ଆଭିଜାତ୍ୟ ଫ୍ୟାମିଲି ରେ ମଧ୍ୟ ଜ-ନ୍ମ ନେଇଅଛ ।

ଅନୁଭବ ଏବଂ ବର୍ଷା ତୁମେ ଘରକୁ ଯାଅ, ନିଜ ଆଗାମୀ ଜୀବନ କୁ ଉପଭୋଗ କର । ମାତ୍ର ଫୁତଫାତ ରେ ଗାଁ ଦାଣ୍ଡ ରେ ତୁମେ ଆଊ ଏଇ ଅବାଗିଆ କାମ କରନାହିଁ । ଆଉ ଲୋକ ଲଜ୍ୟା ହୁଅ ନାହିଁ । ଯାହା ହୋଇଯାଇଛି ତାକୁ ଭୁଲି ଯାଇ ଏକାଠି ହୋଇଯାଅ ତୁମେ ୨ ଜଣ ଏକାଠି ହୋଇଗଲେ ସବୁ ଠିକ ହୋଇଯିବ ।

ମୁଁ ଆଶା କରୁଛି ଯେ ଉଭୟଙ୍କ ମଧ୍ୟରେ ପୁନ୍ନର୍ବାର ଭାବ ଫେରି ଆସିବ । ସ୍ଵାମୀ-ସ୍ତ୍ରୀ ସମ୍ପର୍କ ବଢିବ ଏବଂ ଖୁବ ଭଲ ହେବ । ବନ୍ଧୁଗଣ “ସୁର ରାଉତରାୟ” ଏଭଳି ଓଲିଉଡ ଷ୍ଟାର ଙ୍କ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *