ଅଧିକ ଆସୁଥିଲେ ବିଜୁଳି ବିଲ୍, କରନ୍ତୁ ଏହି ଉପାୟ – ସାଧାରଣ ଅପେକ୍ଷା ଆସିବ କମ ବିଲ୍

ନମସ୍କାର ବନ୍ଧୁଗଣ, ଆଜିକାଲି ବିଜୁଳି ବିଲ୍ ଏତେ ଆସିଲାଣି ଯେ ସାଧାରଣ ଲୋକଙ୍କ ପାଇଁ ଏହା ଏକ ମୁଣ୍ଡ ବିନ୍ଧାର କାରଣ ହୋଇଗଲାଣି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏମିତି ଉପାୟ ଯାହା କରିବା ଦ୍ଵାରା ଆପଣଙ୍କ ବିଜୁଳି ବିଲ୍ ଆସିବ ବହୁତ କମ । ଆପଣ ମାନେ ଦେଖିଥିବେ ବେଳେ ବେଳେ ଘରେ ହେଉ କି ଦୋକାନରେ ବିଜୁଳି ବିଲ୍ ଏତେ ଆସିଥାଏ କି ଆମେ ବିଶ୍ବାସ ବି କରିପାରୁ ନାହୁଁ । ତେବେ ଏମିତି ହେବା ହେଉଛି ସମସ୍ତଙ୍କର ବଡ ଚିନ୍ତାର କାରଣ । କିନ୍ତୁ ଯଦି ଆପଣ ବି ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆମେ ଆପଣଙ୍କୁ କହିବୁ କେମିତି ଏଥିରୁ ଆପଣ ମୁକ୍ତି ପାଇ ପାରିବେ ।

ଯେତେ ବି କମ୍ପାନୀ ବିଜୁଳୀ ପ୍ରସ୍ତୁତ କରୁଛନ୍ତି ସେ ସବୁକୁ ଭାରତୀୟ ବିଦ୍ୟୁତ୍ ନିୟାମକ ଆୟୋଗ ତରଫରୁ ଉପଭୋକ୍ତାଙ୍କ ଠାରୁ ୩୦ ଦିନର ବିଜୁଳୀର ଟଙ୍କା ନେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହାପରେ ମଧ୍ୟ ମିଟର ରେଟିଙ୍ଗ୍ କରିବା ପାଇଁ ବିଜୁଳୀ ବିଭାଗର କର୍ମଚାରୀ ମନଇଚ୍ଛା ନିୟମ କରନ୍ତି ଏବଂ ଉପଭୋକ୍ତା ମଧ୍ୟ ଏଥିରେ ସମ୍ପୁର୍ଣ୍ଣ ବିଲ୍ ଦେଇ ଦିଅନ୍ତି ।

ଏକ୍ସଟେନସନ୍ କର୍ଡ ବ୍ୟବହାର କରନ୍ତୁ

ଘରେ ଇଲେକ୍ଟ୍ରୋନିକ୍ ଉପକରଣ ସହ ପାୱାର ଏକ୍ସଟେନସନ୍ କର୍ଡ ଯୋଡି ବ୍ୟବହାର କରନ୍ତୁ । ଧ୍ୟାନ ରଖନ୍ତୁ ରାତିରେ ଶୋଇବା ସମୟରେ ଏହାକୁ ବନ୍ଦ କରି ଶୁଅନ୍ତୁ ନଚେତ୍ କମ୍ପ୍ୟୁଟର,ଟି.ଭି.ପ୍ରିଣ୍ଟର ଆପଣଙ୍କ ବିଜୁଳୀ ବିଲ୍ କୁ ଅଧିକ ବଢାଇଦେବେ ।

ସିଏଫଏଲର ବ୍ୟବହାର କରନ୍ତୁ

ବିଜୁଳୀ ବଞ୍ଚାଇବାର ଆଉ ଏକ ତରିକା ହେଉଛି ସାମାନ୍ୟ ବଲବ୍ ସ୍ଥାନରେ କମ୍ପାକ୍ଟ ଫ୍ଲୋରୋସେଣ୍ଟ୍ ଲ୍ୟାମ୍ପ ଅର୍ଥାତ୍ ସିଏଫଏଲର ବ୍ୟବହାର କରନ୍ତୁ । ସିଏଫଏଲ ବଲବ୍ ୮୦ ପ୍ରତିଶତ ବିଜୁଳୀ ବ୍ୟବହାର କରିଥାଏ । ଏହା ୧୦ ରୁ ୧୫ ଗୁଣ ଅଧିକ ମଧ୍ୟ ଚାଲିଥାଏ ।

ୱାଟର ହିଟରର ବ୍ୟବହାର ୪୮ ଡିଗ୍ରୀରେ କରନ୍ତୁ

ତୃତୀୟଟି ହେଉଛି ଯଦି ଘରେ ପାଣି ଗରମ ପାଇଁ ୱାଟର ହିଟରର ବ୍ୟବହାର କରୁଛନ୍ତି ତେବେ ତାପମାନକୁ ୪୮ ଡିଗ୍ରୀରେ ସେଟ୍ କରିଦିଅନ୍ତୁ ।

ଫ୍ରିଜକୁ ନର୍ମାଲ୍ ମୋଡରେ ଚଲାନ୍ତୁ

ଫ୍ରିଜକୁ ନର୍ମାଲ୍ ମୋଡରେ ଚଲାନ୍ତୁ ଏବଂ ଫ୍ରିଜ୍ କୁ ଖାଲି ନରଖି ଭରପୁର ସାମଗ୍ରୀ ରଖନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *