ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟ ରେ ଗାଡି ନମ୍ବର ପ୍ଳେଟ ଆଉ ଚାଲାଣ କୁ ନେଇ ଚାଲିଛି ଜୋରସୋର ତନାଘନା । ଗାଡି ର ଲାଇସେନ୍ସ ଠାରୁ ଆରମ୍ଭ କରି ହେଲମେଟ ଚେକିଙ୍ଗ ଯାଏଁ ସବୁ କିଛି ନିୟମ ଲାଗି ରହିଛି । ପୋଲିସ ଚାରି ଆଡେ ଗାଡି ଧର ପକଡ କରି ଚାଲାଣ କାଟିବାରେ ଲାଗିଛି । ଏମିତିକି ଯଦି ସବୁ ଡକୁମେଣ୍ଟ ଠିକ ନ ରହୁଛି ତେବେ ଫାଇନ ମଧ୍ୟ ଆଦାୟ କରା ଯାଉଛି ଗାଡି ଚାଳକ ଙ୍କ ଠାରୁ ।
କିନ୍ତୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଖବର ଆସି ପହଞ୍ଚିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ ଗାଡି ରହିଛି ଘରେ ହେଲେ ଚାଲାଣ କଟୁଛି ବାରିପଦା ରେ । ହଜାର କି ଦୁଇ ହଜାର ନୁହେଁ ଏକା ସହ 7000 ଟଙ୍କାର ଚାଲାଣ କଟୁଛି ।
ଯାହା କି ପରିବହନ ବିଭାବର ଅବହେଳା କୁ ପଦା ରେ ପକାଇଛି । ଏଭଳି ଅବହେଳା କୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ଅନୁଯାୟୀ ଗାଡି ନମ୍ବର ଏକ ବାଇକ ର ରେଜିଷ୍ଟ୍ରେଶନ ହୋଇଛି । ହେଲେ ସେହି ନମ୍ବର ଉପରେ ଚାଲାଣ କଟିଛି ଆଉ ଗୋଟେ ସ୍କୁଟି ର । ଆଉ ସେହି ଗାଡିର ପ୍ରକୃତ ମାଲିକ ପାଖକୁ ଆସିଛି ମ୍ଯାସେଜ । ଏଭଳି ଘଟଣା ଘଟିଛି ଖୁଣ୍ଟା ଅଞ୍ଚଳରେ ।
ଏହି ଅଞ୍ଚଳରେ ରହୁଥିବା ତରୁଣ ମିଶ୍ର ଙ୍କ ମୋବାଇଲ୍କୁ ମ୍ଯାସେଜ ଆସିଲା ଯେ ତାଙ୍କ ଗାଡିର ଚାଲାଣ 7000 ଟଙ୍କା ଗତ ମାର୍ଚ୍ଚ 22 ରେ କଟିଛି । ସେହି ମାମଲାରେ ବାରିପଦା SDJM କୋର୍ଟ ରେ ରହିଛି । ହେଲେ ଗାଡିର ମାଲିକ ତରୁଣ ସେହି ଦିନ ଖୁଣ୍ଟା ଅଞ୍ଚଳରେ ରହିଥିବା ବେଳେ ଗାଡିର ତଥ୍ୟ ଦେଖିବା ବେଳକୁ ସେହି ଚାଲାଣ ତଥ୍ୟରେ 3 ଜଣ ସ୍କୁଟି ରେ ବସି ଥିବାର ଫୋଟୋ ରହିଛି । ଯାହା କି ତାଙ୍କର ଗାଡି ନୁହେଁ ।
ଆଉ ସବୁଠାରୁ ବଡ କଥା ହେଉଛି ତାଙ୍କର ଗାଡି ହୋଣ୍ଡା କମ୍ପାନୀ ର ଡ୍ରିମ ବାଇକ ଅଟେ । ସେ ସେହି ଦିନ ଖୁଣ୍ଟା ରେ ରହିଥିବା ବେଳେ ପରିବହନ ବିଭାଗକୁ ଅବହେଳା କରି ଏକ ସ୍କୁଟି ରେ ତାଙ୍କ ନବର ଦେଖାଇ ଚାଲାଣ କାଟିଛି । ଯାହାକୁ ସେ ବିରୋଧ କରିଛନ୍ତି । ତେବେ ପରିବହନ ବିଭାଗର ଏଭଳି ଅବହେଳା ବାରମ୍ବାର ସାମନା କୁ ଆସୁ ଥିବାରୁ ଏହା ପରିବହନ ବିଭାଗର ଦାୟିତ୍ଵ ହୀନତା କୁ ପଦା ରେ ପକାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।