ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟଙ୍କା ବ୍ଯାଙ୍କରୁ ଉଠାଇବା ପାଇଁ ଏଟିଏମ ର ନିହାତି ଆବଶ୍ୟକ ପଡିଥାଏ । କିନ୍ତୁ ଅନେକ ସମୟରେ ଲୋକ ମାନେ ଏଟିଏମ ନେବାକୁ ଭୁଲି ଯାଇଥାନ୍ତି । ତେବେ ଏହି ସମୟରେ କଣ କରିବେ ତାହା କଣ ଆପଣ ମାନେ ଜାଣିଛନ୍ତି । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଅଭିନବ ଉପାୟ ଆସିଛି । ଏବେ ବିନା ଏଟିଏମ ରେ ଟଙ୍କା ଉଠାଇ ପାରିବେ । ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।
SBI ଗ୍ରାହକଙ୍କ ପାଇଁ ଆସିଛି ବଡ ଖବର । ଯଦି ଅପାନ ମାନେ ଏଟିଏମ ସାଙ୍ଗରେ ଆଣିବାକୁ ଭୁଲି ଯାଇଛନ୍ତି ତେବେ ଆପଣଙ୍କ ସମସ୍ୟାକୁ ସାମାଧାନ କରିବା ପାଇଁ ଏସବିଆଇ ବ୍ଯାଙ୍କ ଆଣିଛି ଏକ ନୂଆ ଉପାୟ । ଏଥର ବିନା ଏଟିଏମ କାର୍ଡ ରେ ଆପଣ ଟଙ୍କା ଉଠାଇ ପାରିବେ । ଯଦି ଆପଣ ଏସବିଆଇ ବ୍ୟାଙ୍କର ଗ୍ରାହକ ହୋଇଥାନ୍ତି ତେବେ ବିନା ଏଟିଏମ କାର୍ଡ ରେ ଆପଣ କ୍ୟାସ ଡ୍ର କରି ପାରିବେ । ଏସବିଆଇ ବ୍ଯାଙ୍କ ଆଣିଛି ଗ୍ରାହକଙ୍କ ପାଇଁ ୟୋନୋ କ୍ଯାସ ବ୍ୟବସ୍ଥା ।
ଏହା ସହାୟତାରେ ଆପଣ ଯେ କୌଣସି ସ୍ଥାନରେ ଏଟିଏମ ବ୍ଯତୀତ ପିଏମସ ଟର୍ମିନାଲ ଓ ଗ୍ରାହକ ସେବା ପଏଣ୍ଟରୁ ନଗତ ଟଙ୍କା ଉଠାଇବାକୁ ସକ୍ଷମ ହୋଇ ପାରିବେ । ବିନା ଏଟିଏମ କାର୍ଡ ରେ ଟଙ୍କା ଉଠାଇବାକୁ ହେଲେ ଅପାନଙ୍କ ଫୋନରେ ଏସବିଆଇ ର ୟୋନୋ ଆପ ଡାଉନ ଲୋଡ କରି ଲଗିନ କରନ୍ତୁ । ଏହା ପରେ ହୋମ ପେଜରେ ୟୋନୋ କ୍ୟାସ ଉପରେ କ୍ଲିକ କରନ୍ତୁ । ୟୋନୋ କ୍ଯାସର ଏଟିଏମ ସେକ୍ସନ ଉପରେ କ୍ଲିକ କରନ୍ତୁ । ଏହା ପରେ ଏକ ବାକ୍ସ ସୋ କରିବ । ଏହି ବାକ୍ସରେ ଆପଣ ନିଜର ଆବଶ୍ୟକ ଅନୁଯାୟୀ ଟଙ୍କାର ପରିମାଣ ଲେଖନ୍ତୁ ।
ଏହା ପରେ ୬ ଅଙ୍କ ବିଶିଷ୍ଟ ଏକ ପିନ କୋଡ ବନାନ୍ତୁ । ଏହା ପରେ ଏକ ୟୋନୋ କ୍ୟାସ ଟ୍ରାଞ୍ଜାକସନ ନମ୍ବର ଆପଣଙ୍କ ରେଜିଷ୍ଟର ମୋବାଇଲ କି ଆସିବ । ଏହା କେବଳ ୬ ଘଣ୍ଟା ପାଇଁ ସକ୍ରିୟ ରହିବ । ଏଥର ଏଟିଏମ ରେ ୟୋନୋ କ୍ଯାସ ଅପସନ ଉପରେ ଟ୍ୟାପ କରନ୍ତୁ । ଏହା ପରେ ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିଥିବା ୟୋନୋ କ୍ୟାସ ଟ୍ରାଞ୍ଜାକସନ ନମ୍ବର ଓ ୬ ଅଙ୍କ ବିଶିଷ୍ଟ ପିନ କୋଡ ନମ୍ବର ଲେଖନ୍ତୁ ।
ଏହି ପ୍ରକ୍ରିୟା ପୁରା ହେବ ପରେ ଏଟିଏମ ମେସିନ POS ଟର୍ମିନାଲ ବା ଗ୍ରାହକ ସେବା ପଏଣ୍ଟ ରୁ ଟଙ୍କା ଉଠାଇ ପାରିବେ । ଏହିପରି ନୂଆ ଯୋଜନାରେ ଗ୍ରାହକ ମାନେ ଯେ କୌଣସି ଜାଗାରୁ ୫୦୦ ଟଙ୍କା ରୁ ଆରମ୍ଭ କରି ୧୦ହଜାର ଯାଏଁ ଟଙ୍କା ଉଠାଇ ପାରିବେ । ଏହି ଯୋଜନାରେ ଗ୍ରାହକ ମାନେ ଉପକୃତ ହୋଇ ପାରିବେ ବୋଲି SBI ପକ୍ଷ ରୁ ସୂଚନା ମିଳିଛି ।
ବନ୍ଧୁଗଣ SBI ର ଏହି ଅଭିନବ ଉପାୟ ବିଷୟରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।