Special Report: ବିନା ରେଜିଷ୍ଟର ନମ୍ବର ଦ୍ଵାରା କେମିତି ଡାଉନଲୋଡ କରିବେ ଆଧାର କାର୍ଡ ? ଜାଣନ୍ତୁ

ଆଧାର କାର୍ଡକୁ ନେଇ ପ୍ରାୟତଃ ନୂଆ ନୂଆ ଅପଡେଟ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଆଧାର କାର୍ଡ ବହୁତ ହିଁ ମହତ୍ଵ ରଖିଥାଏ । କାରଣ ଆଜିକାଲି ସମସ୍ତ କାର୍ଯ୍ୟରେ ଆଧାର କାର୍ଡ ଦରକାର ହୋଇଥାଏ । କିନ୍ତୁ ଯେତେବେଳେ ଆଧାର କାର୍ଡ ଦରକାର ହୋଇଥାଏ ଓ ସେହି ସମୟରେ ଯଦି ପାଖରେ ଆଧାର କାର୍ଡ ନ ଥାଏ ତେବେ ଆମେ ଅନ୍ଲାଇନରୁ ଆଧାର କାର୍ଡ ଡାଉନଲୋଡ କରି ନିଜର କାମ କରିଥାଉ ।

କିନ୍ତୁ କେତେକ ଲୋକଙ୍କୁ ଅସୁବିଧା ହୋଇଥାଏ କାରଣ ତାଙ୍କର ମୋବାଇଲ ନମ୍ବର ଆଧାର କାର୍ଡ ସହ ରେଜିଷ୍ଟର ହୋଇ ନ ଥାଏ । ମୋବାଇଲ ନମ୍ବର ରେଜିଷ୍ଟର ନ ଥିଲେ ଆଧାର କେବେ ବି ଡାଉନଲୋଡ ହବ ନାହିଁ ।

କାରଣ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଓଟିପି ଆସିଥାଏ ଓ ସେହି ଓଟିପି ଦେଲେ ହିଁ ଆପଣ ଆଧାର କାର୍ଡ ଡାଉନଲୋଡ କରି ପାରିବେ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ବି ସମଧାନ ଆସି ଯାଇଛି । ବର୍ତ୍ତମାନ ମୋବାଇଲ ନମ୍ବର ରେଜିଷ୍ଟର ନ ହୋଇଥିଲେ ବି ଆପଣ ଆଧାର କାର୍ଡ ଡାଉନଲୋଡ କରି ପାରିବେ । ତେବେ ଚାଳନ୍ତୁ ଜାଣିବା କେମିତି ଅତି ସହଜରେ ଆପଣ ନିଜର ଆଧାର କାର୍ଡ ଡାଉନଲୋଡ କରିବେ ।

ପ୍ରଥମେ ଆପଣ UIDAIର ଅଫିଶିୟାଲ ୱେବସାଇଟକୁ ଯାଆନ୍ତୁ । ଏହା ପରେ ହୋମ ପେଜରେ ଥିବା ମାଇଁ ଆଧାର ଅପସନ ଉପରେ କ୍ଲିକ କରନ୍ତୁ । ଏହା ପରେ ଅର୍ଡର ଆଧାର ପିଭିସି କାର୍ଡ ଉପରେ କିଳ୍କ କରନ୍ତୁ । ଏହି ସ୍ଥାନକୁ ଯିବା ପରେ ଆପଣ ନିଜର ଆଧାର କାର୍ଡରେ ଥିବା ୧୨ ସଂଖ୍ୟକ ଆଧାର ନମ୍ବର କିମ୍ବା VID ନମ୍ବର ଦିଅନ୍ତୁ । ଏହା ପରେ ଆପଣ ସିକ୍ୟୁରିଟି କୋର୍ଡ ଦିଅନ୍ତୁ । ଏହା ପରେ ଆପଣ ମାଇଁ ମୋବାଇଲ ନମ୍ବର ନଟ ରେଜିଷ୍ଟର ଅପସନ ଉପରେ କିଳ୍କ କରନ୍ତୁ ।

ଏହା ପରେ ଆପଣ ରେଜିଷ୍ଟର ନ ଥିବା ମୋବାଇଲ ନମ୍ବର ଦିଅନ୍ତୁ । ମୋବାଇଲ ନମ୍ବର ଦେବା ପରେ ଷେଣ୍ଡ OTP ଉପରେ କିଳ୍କ କରନ୍ତୁ । ଏହା ପରେ ଓଟିପି ଦେଇ ସବମିଟ ଅପସନ ଉପରେ କିଳ୍କ କରି ଦିଅନ୍ତୁ । ଏହା ପରେ ଶେଷରେ ଆପଣଙ୍କୁ ଆଧାରକାର୍ଡ ପାଇଁ ପେମେଣ୍ଟ ଅପସନ ଆସିବ । ଏହା ସହ PDF ଡାଉନଲୋଡ କରିବା ପାଇଁ ଆପଣଙ୍କୁ ଆପଣଙ୍କର ସିଗନେଚର ଡାଉନଲୋଡ କରିବାକୁ ହେବ ।

ଏହି ସବୁ ବିବରଣୀ ଦେବା ପରେ ଆପଣଙ୍କୁ ଏକ ସର୍ଭିସ ରିକୁଏଷ୍ଟ ନମ୍ବର ମିଳିବ । ଏହା ଜରିଆରେ ଆପଣ ନିଜର ଆଧାର କାର୍ଡର ଷ୍ଟାଟସ ଜାଣି ପାରିବେ । ସମସ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସରକାର ଆଧାର କାର୍ଡ ପିଭିସି ଆରମ୍ଭ କରିଛନ୍ତି । ଯାହା ଦ୍ଵାରା ଲୋକମାନେ ସହଜରେ ଓ ସୁବିଧାରେ ନିଜର ଆଧାର କାର୍ଡକୁ ଡାଉନଲୋଡ କରି ପାରିବେ ।

Leave a Reply

Your email address will not be published. Required fields are marked *