ମହାରାଷ୍ଟ୍ରରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଖବର: କରୋନାରୁ ମୁକ୍ତି ପାଇଁ ଖୋଲିଦେଲେ କରୋନା ମାତାଙ୍କ ମନ୍ଦିର… ଧୂପ-ଚନ୍ଦନ ଦେଇ କଲେ ପୂଜା… ଆଉ ତା ପରେ

କରୋନା ଆରମ୍ଭ ହେବା ଦିନ ଠାରୁ ଲୋକମାନେ ଘରେ ରହି ଅସ୍ତ ବ୍ୟସ୍ତ ହୋଇଗଲେଣି । ଏମିତିରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ପ୍ରଶ୍ନ କେବେ ଏହି କରୋନା ଦୂର ହେବ ? କରୋନା କାରଣରୁ ନା ହିଁ ଲୋକମାନେ ଘରୁ ବାହାରି ପାରୁଛନ୍ତି ଓ ନା ହିଁ ନିଜର କୌଣସି କାମ କରି ପାରୁଛନ୍ତି । କେବଳ ଅତି ଜରୁରୀ କାମ ହେଲେ ହିଁ ଘରୁ ବାହାରକୁ ବାହାରୁଛନ୍ତି ।

ଅନ୍ୟ ପଟେ ସଂକ୍ରମଣର ଭୟ ସମସ୍ତଙ୍କୁ ଶାରୀରିକ ଓ ମାନସିକ ରୂପରେ କମଜୋର କରି ଦେଇଛି । କେତେକ ପରିବାରର ସଂକ୍ରମଣ କାରଣରୁ ନିଜର ଆତ୍ମୀୟଙ୍କୁ ହରାଇ ସାରିଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ମହାରାଷ୍ଟ୍ରର ଏକ ଅଞ୍ଚଳରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଯେଉଁଠି କିଛି ଲୋକମାନେ କରୋନାକୁ ଦୂର କରିବା ପାଇଁ ଏକ ମୂର୍ତ୍ତି ତିଆରି କରି ତାକୁ କରୋନା ଦେବୀ ବୋଲି କହି ପୂଜା ଅର୍ଚନା କରୁଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଯେତେବେଳେ ଜଣେ ମହିଳାଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ଏକ ଅଦ୍ଭୁତ କଥା କହିଲେ । ମହିଳାଙ୍କ ଅନୁସାରେ – ଦିନେ ସକାଳ ସମୟରେ ତାଙ୍କ ଘରର ଆଖପାଖରେ ଥିବା କିଛି ଲୋକମାନେ ଏକାଠି ହୋଇ କରୋନାକୁ ନେଇ କଥାବାର୍ତ୍ତା କରୁଥିଲେ । ସମସ୍ତେ କରୋନାକୁ ନେଇ ବହୁତ ଚିନ୍ତିତ ଥିଲେ ଏମିତିରେ ଏହା କେମିତି ଦୂର ହେବ ଏହା ବିଷୟରେ ଚର୍ଚା କରୁଥିଲେ ।

ଏହା ମଧ୍ୟରେ ସେମାନେ ସମସ୍ତେ ଏକ ଅଜବ ନିଷ୍ପତି ନେଲେ । ଆମ ଦେଶରେ କରୋନାର ଯେଉଁ ସମସ୍ୟା ଚାଲିଛି ତାକୁ ଦୂର କରିବା ପାଇଁ ଗୋଟିଏ କରୋନା ମାତାଙ୍କ ମୂର୍ତ୍ତି କରି ଗାଁରେ ସ୍ଥାପନା କରିବା ଉଚିତ । ସେମାନଙ୍କର ଆଶା କି ଏହିଭଳି କରିବା ଦ୍ଵାରା ଆମେ ଗାଁରେ ଓ ଗାଁରେ ଦୂରରେ ରହୁଥିବା ସମସ୍ତଙ୍କୁ କରୋନାରୁ ମୁକ୍ତି ମିଳିବ । ଏହା ପରେ ଏହି ଅଞ୍ଚଳର କିଛି ଲୋକମାନେ ଗୋଟିଏ କରୋନା ମାତାଙ୍କ ମୂର୍ତ୍ତି କରି ଏକ ଗଛ ତଳେ ସ୍ଥାପନା ବି କରିଲେ ।

କରୋନା ଦେବୀଙ୍କ ପୂଜା ବିଷୟରେ କହିଲେ କି ସକାଳ ସମୟରେ ନିତ୍ୟକର୍ମ ଶେଷ କରି ସମସ୍ତେ ମିଶି ମାତାଙ୍କୁ ପୂଜା କରୁ । ଏହା ସହିତ ତାଙ୍କର ଆରତୀ ଓ ଭୋଗ ବି ଲଗାଯାଏ । ଯେମିତି ସମସ୍ତ ଦେବୀ ଦେବତାଙ୍କ ପୂଜା କଡ଼ାଯାଏ ଠିକ ସେହି ଭଳି ଏହି କରୋନା ଦେବୀଙ୍କର ବି ପୂଜା କରାଯାଏ । ସମସ୍ତେ ମିଶି ଆରତୀ କରନ୍ତି । ମହିଳାଙ୍କ ଅନୁସାରେ ଚାରିଆଡେ ବର୍ତ୍ତମାନ ହାହାକାର ହୋଇଛି ଓ ସମସ୍ତେ ଏହି ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି ।

ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଡର ବସିଛି । ଏହି କାରଣରୁ ଆମେ ସମସ୍ତ ଚିନ୍ତା କରିଲୁ କି କରୋନା ମାତାଙ୍କୁ ଗାଁରେ ସ୍ଥାପିତ କରିବା ଦରକାର । ଏହା ଦ୍ଵାରା ମାତା ପ୍ରସନ୍ନ ହେବେ ଓ ସମସ୍ତଙ୍କ ଉପରେ ଆଶୀର୍ବାଦ ବନି ରହିବ । ଏତିକି ନୁହେଁ ପୂଜା ସମୟରେ ଲୋକମାନେ କରୋନା ମାତାଙ୍କ ଜୟ ଜୟ କାର ବି କରୁଛନ୍ତି । ଏହିଭଳି ଅଦ୍ଭୁତ ଘଟଣା ବର୍ତ୍ତମାନ ଚର୍ଚାର ବିଷୟ ହୋଇ ଯାଇଛି । ଲୋକମାନେ କରୋନାକୁ ନେଇ କେଉଁଭଳି ଭାବରେ ଚିନ୍ତା କରୁଛନ୍ତି ଏହା ତାହାର ଏକ ଉଦାହାରଣ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *