ବିଶେଷଜ୍ଞମାନେ ଦେଲେ ଚେତାବନୀ: ଯଦି କୋଭିଡ19 ର ଉତ୍ପତ୍ତି ଚିହ୍ନଟ ହୋଇପାରିବ ନାହିଁ ତେବେ କୋଭିଡ-26, କୋଭିଡ-32 ହେବାକୁ ଯାଉଛି

କ-ରୋ-ନା ଭା-ଇ-ର-ସର ଉତ୍ପତ୍ତି କେଉଁଠୁ ହୋଇଛି, ଏହା ଜାଣିବା ପାଇଁ ଚୀନ ଉପରେ କ୍ରମାଗତ ଭାବେ ଚାପ ପଡିବାକୁ ଲାଗିଛି । ତେବେ ଏବେ ଆମେରିକାର କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି କି ଭବିଷ୍ୟତରେ କ-ରୋ-ନା ମହାମାରିକୁ ଏଡାଇବାକୁ ହେଲେ ଏହାର ଉତ୍ପତ୍ତି ସ୍ଥଳ ଜାଣିବାକୁ ହେବ । ତେବେ ଏଥିପାଇଁ ଚୀନ ସରକାରଙ୍କ ସମ୍ପୁର୍ଣ୍ଣ ସହଯୋଗ ଅବଶ୍ୟାକ ।

ଯଦି ଏମିତି ନ ହୁଏ ତେବେ ବିଶ୍ଵକୁ କୋଭିଡ-26 ଓ କୋଭିଡ-32ର ସାମ୍ନା କରିବାକୁ ପଡିବ । କ-ରୋ-ନା ଉତ୍ପତ୍ତି ସ୍ଥଳ ବିଷୟରେ ତନଘନ ହେବା ପରେ ଚୀନର ଚିନ୍ତା ବଢି ଯାଇଛି । ଏହି ଭୂତାଣୁ ଚୀନରୁ ସାରା ବିଶ୍ଵକୁ ବ୍ୟାପିଛି ଏହି କଥା ସତ କିନ୍ତୁ ଏହା ସେମାଙ୍କ ଲ୍ୟାବରୁ ହିଁ ତିରାଇ ହୋଇଛି ନା ନାହିଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଅନେକ ଦେଶ ଆଶଙ୍କା କରୁଛନ୍ତି ଏହା ଲ୍ୟାବରୁ ହିଁ ବାହାରିଛି । ଏହା ଉପରେ ଅନେକ ଦେଶ ଯେତେ ଜୋର ଦେଉଛନ୍ତି ଚୀନ ଉପରେ ସେତିକି ଚାପ ବଢୁଛି ।

ଫାଇଜର କମ୍ପାନୀର ବୋର୍ଡ ସଦସ୍ୟ କହିଛନ୍ତି ଯେ ଚୀନର ୱହାନ ଲ୍ୟାବରୁ କ-ରୋ-ନା ଭୂତାଣୁ ବାହାରିଥିବା ନେଇ ଏବେ ଅନେକ ତଥ୍ୟ ରହିଛି । ଏକ ଟିଭି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଚୀନ ଏ ପର୍ଯ୍ୟନ୍ତ କୌଣସି ପ୍ରମ୍ନ ଦେଇ ନାହିଁ ଯାହା ୱ୍ହାନ ଲ୍ୟାବରୁ କ-ରୋ-ନା ଭୂତାଣୁ ବାହାରି ନାହିଁ ବୋଲି କହି ହେବ । ଅନ୍ୟ ପକ୍ଷରେ ଏହା ମଧ୍ୟ ନିଶ୍ଚିନ୍ତ ହୋଇ ନାହିଁ ଯେ ଏହି ଭୂତାଣୁ ପଶୁ ମାନଙ୍କ ଠାରୁ ମଣିଷକୁ ବ୍ୟାପିଛି ।

ଅନ୍ୟ ଏକ ଟିଭି କାର୍ଯ୍ୟକ୍ରମରେ ଟେକ୍ସସ ଚିଲଡ୍ରେନ ହସ୍ପିଟାଲ ସେନ୍ଟର ଫର ଭ୍ୟାକ୍ସ୍ନିନ ଡେବଲୋପମେଣ୍ଟର ସହ ନିର୍ଦେଷକ କହିଛନ୍ତି ଯେ ମ-ହା-ମା-ରୀର ଉତ୍ପତ୍ତି ଯଦି ସ୍ପଷ୍ଟ ନ ହୁଏ ଭବିଷ୍ୟତରେ ଏହିଭଳି ବିଶ୍ବରେ ଏହା ବାରମ୍ବାର ବିପଦ ସୃଷ୍ଟି କରିବ । ସେ ଆହୁରି ମଧ୍ୟ କହିଛନ୍ତି ଏହାର ଉତ୍ପତ୍ତି ବିଷୟରେ ନ ଜାଣିଲେ ଆମକୁ କୋଭିଡ- 26 ଓ କୋଭିଡ-32 ର ସାମ୍ନା କରିବାକୁ ପଡିବ ।

ପ୍ରାଏଦେଢ ବର୍ଷ ପୂର୍ବେ ଚୀନର ମାଛ ବଜାରରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ କରିଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ ଏହି ଭୂତାଣୁ କେଉଁଠାରୁ ଆସିଛି । ବ୍ଯିଜ୍ଞାନିକ ମାନେ ଅନୁମାନ କରୁଛନ୍ତି ଯେ ବୋଧ ହୁଏ କୌଣସି ବନ୍ୟ ଜନ୍ତୁଙ୍କ ଠାରୁ ଏହି ଭା-ଇ-ର-ସ ବ୍ୟାପିଛି । କିନ୍ତୁ ଆମେରିକା ସବୁବେଳେ ଏହା ଦାବି କରୁଛି କି ଏହା ଚୀନର ଲ୍ୟାବରୁ ହିଁ ବାହାରିଛି ଓ ଚୀନ ସବୁବେଳେ ଏହାକୁ ପ୍ରତ୍ୟାଖାନ କରୁଛି ।

Leave a Reply

Your email address will not be published. Required fields are marked *