ବିଶ୍ଵ ପାଇଁ ବଡ ବିପଦ, ଏହି କାରଣ ପାଇଁ ବର୍ଷକୁ ପ୍ରାଣ ହରାଇବେ 2.5ଲକ୍ଷ ଲୋକ!

ବିଶ୍ଵ ପାଇଁ ବଡ ବିପଦ । ଜଳିବ ପୃଥିବୀ ଆଉ ବୁଡିଯିବ ସହର । ଦେଖାଦେବ ଅନାହାର ସବୁଆଡେ ରୋଗର ଭୟ । ମଣିଷ ଧୂଆଁରେ କଲବଲ ହେବ ଆଉ ପାଣି ପାଇଁ ହାହାକାର ପଡିବ । ବର୍ଷକୁ ବର୍ଷ ପ୍ରାଣ ହରାଇବେ ଲକ୍ଷ ଲକ୍ଷ ଲୋକ । ଏପରି ସ୍ଥିତିରେ ସତର୍କ ନ ରହିଲେ ସ୍ଥିତି ବହୁତ ଭୟଙ୍କର ହେବ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ଵ ଉପରେ ମାଡି ଆସୁଛି ବଡ ବିପଦ । ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରାରେ ବୃଦ୍ଧି ଯୋଗୁ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି ।

ବର୍ଷା ଦିନରେ ବର୍ଷା ଠିକ ବାହାବେ ନ ହେବା, ସିତଦିନରେ ଗରମ ଲାଗିବା ବା ଖରା ଦିନରେ ପ୍ରବଳ ଗରମ ହେବାକୁ ହିଁ ଗ୍ଲୋବାଲ ବାରେମିଂ ଖାଯାଏ । ମଣିଷର ଗତିବିଧି ଓ କାର୍ଯ୍ୟକଳାପ ଯୋଗୁ ପୃଥିବୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତାର ପ୍ରତେକ ବିପଦର କାରଣ ହୋଇଛି । ଯଦି ଏଥିପାର୍ୟୀ ସତର୍କ ନ ଦିଆଯାଏ ତେବେ ଆଗାମୀ ସମୟରେ ମାନବ ଜାତିର ବଞ୍ଚିବା ଅସମ୍ଭବ ହୋଇ ପଡିବ ।

ଏମିତିକି ସାରା ବିଶ୍ଵରେ ମରୁଡି ସ୍ଥିତି ଦେଖାଦେବ । ସମୁଦ୍ରର ଜଳ ପତନ ବୃଦ୍ଧି ପାଇବା ସହ ପ୍ରାକୃତିକ ଦୁର୍ବିପାକ ଘଟିପାରେ । ଫଳରେ ପୃଥିବୀରେ ଅନେକ ପ୍ରଜାତିର ଜୀବ ଲୋପ ପାଇବାର ଆଶଙ୍କା ରହିଛି । ଘରୋଇ କାର୍ଯ୍ୟ ପାଇଁ କୋଇଲା ବ୍ୟବହାର, କଳାକାରଖାନାର ନିର୍ଗତ ଧୂଆଁ, ଗ୍ୟାସ ଆଦି କାରଣରୁ ଜଳବାୟୁରେ ପ୍ରତିକୂଳ ପ୍ରଭାବ ପଡିଥାଏ । ଏମିତି ଜୀବାଶ୍ମ ଇନ୍ଧନ ଜାଳିବା ଦ୍ଵାରା ଗ୍ରୀନ ହାଉସ ଗ୍ଯାସ ନିର୍ଗତ ହେଉଛି । ଯେଉଁଥିରେ ସର୍ବାଧିକ କାର୍ବନ ଡାଇ-ଅକ୍ସାଇଡର ପରିମାଣ ରହିଛି ।

ବାୟୁ ମଣ୍ଡଳରେ ଏହି ଗ୍ଯାସର ପ୍ରଭାବ ସର୍ବାଧିକ ହେତୁ ସୂର୍ଯ୍ୟଙ୍କର ଉତ୍ତାପ ପୃଥିବୀ ବାହାରକୁ ବିତାନ ହୋଇପାରୁ ନାହି । ଏଥିପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଗ୍ଲେସିୟର ମଧ୍ୟ ବଢିବାରେ ଲାଗିଛି । ସମୁଦ୍ରର ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ସହ କିଛି ଦ୍ଵିପପୁଞ୍ଜ ପାଣିରେ ବୁଡିବାରେ ଲାଗିଲାଣି । ଜଳବାଯୁର ପରିବର୍ତ୍ତନ ଓ ବିଶ୍ଵ ତାପମାତ୍ରାର ବୃଦ୍ଧିକୁ ଇଣ୍ଡୋନେସିୟାର ରାଜଧାନୀ ଜାକାର୍ତ୍ତା ସମୁଦ୍ର ଭିତରେ ଲୀନ ହେବାକୁ ବସିଲାଣି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ ୨୦୫୦ ସୁଧା ସମୁଦ୍ର ତଟବର୍ତ୍ତୀ ଅନେକ ସହର ଜଳ ପ୍ଲାବନର ଶିକାର ହେବାର ଆଶଙ୍କା ରହିଛି । ଓଡିଶାରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ପଶ୍ଚିମବଙ୍ଗ ଭଳି ତଟିଆ କ୍ଷେତ୍ର ଗୁଡିକ ଜଳ ପ୍ଲାବନର ଆଶଙ୍କା ରହିଛି । ମଧୁର ଜଳ ଦୂଷିତ ହେବା କାରଣରୁ ସ୍ଵଚ୍ଛ ପାଣି ମିଳିବା କଷ୍ଟକର ହେବ । ଉନ୍ନବିଂଶ ଶତାବ୍ଦୀରେ ପୃଥିବୀର ତାପମାତ୍ରା ୧.୨ ସେଲସିୟସ ବୃଦ୍ଧି ପାଇଛି ।

୨୦୨୧ରେ ପୃଥିବୀରେ ସର୍ବବୋଚ ତାପମାତ୍ରାରେ ଯୋଡି ହୋଇଛି । ୨୦୩୦ରୁ ୨୦୫୨ ମଧ୍ୟରେ ବିଶ୍ଵର ତାପମାତ୍ରା ବୃଦ୍ଧି ହେତୁ ପୃଥିବୀର ତାପମାତ୍ରା ୧.୫ଡିଗ୍ରୀ ସେଲସୀୟସ ବୃଦ୍ଧି ପାଇପାରେ । ଯାହା ବିଗତ ୧୦୦ ବର୍ଷ ମହଦୟାରେ ପୃଥିବୀର ତାପମାତ୍ରା ୧ଡିଗ୍ରୀ ଫାରେନାଇଟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏଭଳି ପରିବର୍ତ୍ତନ ମାନବ ଜାତି ଉପରେ ବଡ ପ୍ରଭାବ ପକାଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଶ୍ତଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *