ବିଶ୍ୱ ପାଇଁ ଗୋଟିଏ ପରେ ଗୋଟିଏ ବିପଦ ଆଣୁଛି ଚୀନ୍! କରୋନା ପରେ ଏବେ ଚୀନରେ ମଣିଷଙ୍କୁ ସଂକ୍ରମଣ କଲାଣି ବାର୍ଡ ଫ୍ଲୁ

ଚୀନ ଠାରୁ ଆରମ୍ଭ ହୋଇଥିବା କ-ରୋ-ନା ଯୋଗୁ ପୁରା ବିଶ୍ଵରେ ବର୍ତ୍ତମାନ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଯାଇଛି । କେତେକ ଦେଶ କ-ରୋ-ନାରୁ ଧୀରେ ଧୀରେ ମୁକ୍ତ ହେଉଛନ୍ତି । କିନ୍ତୁ ଆମ ଦେଶରେ ବର୍ତ୍ତମାନ କ-ରୋ-ନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ।

କିନ୍ତୁ ଏହା ମଧ୍ୟରେ ଚୀନରେ ଏକ ନୂଆ ଭୂତାଣୁ ଦେଖିବାକୁ ମିଳିଛି । କହିବାକୁ ଗଲେ ଚୀନରେ ମଣିଷଙ୍କ ଶରୀରରେ ବାର୍ଡ ଫ୍ଲୁର ଭୂତାଣୁ ପ୍ରଥମ ଥର ପାଇଁ ଦେଖା ଯାଇଛି । କହିଦେଉଛୁ କି ଚୀନ ର ନ୍ୟାସନାଲ ହେଲ୍ଥ କମିଶନ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ ମିଳିଥିବାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏପ୍ରିଲ ୨୮ରେ ଏହି ବ୍ୟକ୍ତି ମଧ୍ୟରେ ଜର ସହ ଅନ୍ୟ କିଛି ଲକ୍ଷଣ ନଜର ଆସିବା ପରେ ହସ୍ପିଟାଲରେ ଭର୍ତ୍ତି କରାଗଲା ।

କିନ୍ତୁ ପ୍ରାୟତଃ ୧ ମାସ ପରେ ଅର୍ଥାତ ମେ ୨୮ରେ ଏହି ବ୍ୟକ୍ତି ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ ମିଳିଥିଲା । କିନ୍ତୁ ଚୀନ ର ନ୍ୟାସନାଲ ହେଲ୍ଥ କମିଶନ ଏହି ବ୍ୟକ୍ତି ଜଣକ ବିଷୟରେ ବିଶେଷ କିଛି ସୂଚନା ଦେଇ ନାହିଁ । କିନ୍ତୁ ଏଥିରୁ ସ୍ପଷ୍ଟ ହୋଇଯାଉଛି କି ଏହା କୁକୁଡା ଠାରୁ ହିଁ ମଣିଷଙ୍କ ଶରୀରରେ ବ୍ୟାପୁଛି । କିନ୍ତୁ ସବୁଠୁ ଭଲ କଥା ହେଉଛି କି ବାର୍ଡ ଫ୍ଲୁର ଏହି H10N3 ଷ୍ଟ୍ରେନ ଅଧିକ ଶକ୍ତିଶାଳୀ ନୁହେଁ ।

ଏହା ସହିତ ରିପୋର୍ଟରେ ଚୀନର ନ୍ୟାସନାଲ ହେଲ୍ଥ କମିଶନ କହିଛି କି ଏହା ବଡ ସ୍ତରରେ ବ୍ୟାପିବ ନାହିଁ । କିନ୍ତୁ ଏହି ବାର୍ଡ ଫ୍ଲୁର ଏହି H10N3 ଷ୍ଟ୍ରେନରେ ଆ-କ୍ରା-ନ୍ତ ହୋଇଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ଏହା ସହିତ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଯିବେ ବୋଲି କୁହାଯାଉଛି । ଏହା ବି କୁହାଯାଉଛି କି ଏହି ବ୍ୟକ୍ତିର ସମ୍ପର୍କରେ ଆସିଥିବା ସମସ୍ତଙ୍କର ମେଡିକାଲ ଯାଞ୍ଚ କରାଯାଇଛି ଓ କେହି ବି ଏହି ବାର୍ଡ ଫ୍ଲୁର ଏହି H10N3 ଷ୍ଟ୍ରେନରେ ଆ-କ୍ରା-ନ୍ତ ହୋଇ ନାହାନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଚୀନରେ ବାର୍ଡ ଫ୍ଲୁର ବହୁତ ଷ୍ଟ୍ରେନ ଅଛି । ଏଥି ମଧ୍ୟରୁ କିଛି ବାର୍ଡ ଫ୍ଲୁର ଷ୍ଟ୍ରେନ ମଣିଷଙ୍କୁ ସଂକ୍ରମିତ କରିପାରେ । କିନ୍ତୁ ସବୁଠୁ ବଡ ଆଶ୍ଵସ୍ତିର ଖବର ହେଉଛି କି ବାର୍ଡ ଫ୍ଲୁର ଏହି H10N3 ଷ୍ଟ୍ରେନ ବିଶ୍ଵର ଅନ୍ୟ କୌଣସି ବ୍ୟକ୍ତିର ଶରୀରରେ ଦେଖିବାକୁ ମିଳି ନାହିଁ । ଚୀନରେ ଏହା ପ୍ରଥମ ମାମଲା ଅଟେ ଓ ଏହା ଏତେ ଭୟଙ୍କର ନୁହେଁ ବୋଲି ଚୀନ ତରଫରୁ କୁହାଯାଇଛି ।

କିନ୍ତୁ ଏହା ସତ୍ବେ ପୁରା ବିଶ୍ଵ ବର୍ତ୍ତମାନ ଠାରୁ ସଚେତନ ହୋଇ ଯିବା ଦରକାର । କାରଣ କରୋନ ସମୟରେ ବି ଚୀନ ଏହିଭଳି କିଛି ମନ୍ତବ୍ୟ ଦେଇଥିଲା କିନ୍ତୁ ବର୍ତ୍ତମାନ କ-ରୋ-ନା କେତେକ ଭୟଙ୍କର ହୋଇଯାଇଛି ଏହା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଚୀନ ପୁରା ବିଶ୍ଵକୁ ନୂଆ ନୂଆ ବିପଦ ଦେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *