ବିଶ୍ଵର ସବୁଠୁ ବିଷଧର ପିମ୍ପୁଡି, କାମୁଡିବା ମାତ୍ରେ ହିଁ 15 Minute ଭିତରେ ବ୍ୟକ୍ତିର ହୋଇଥାଏ ମୃତ୍ୟୁ

ଏହି ଦୁନିଆରେ ଲକ୍ଷ ଲକ୍ଷ ଜୀବ ଜନ୍ତୁ ଓ ପଶୁ ପକ୍ଷୀ ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ପ୍ରାୟତଃ ଜୀବ ଜନ୍ତୁ ଓ ପଶୁ ପକ୍ଷୀମାନଙ୍କୁ ଆପଣ ନିଜ ଆଖିରେ କିମ୍ବା ଟିଭିରେ ଦେଖିଥିବେ । ଏହି ସମସ୍ତ ଜୀବ ଜନ୍ତୁ ଓ ପଶୁ ପକ୍ଷୀମାନଙ୍କ ମଧ୍ୟରୁ ପ୍ରାୟତଃ କେତେକ ବହୁତ ଭୟଙ୍କର ଅର୍ଥାତ ସେମାନଙ୍କ ସାମ୍ନାରେ ଯଦି କୌଣସି ବ୍ୟକ୍ତି ଚାଲି ଆସେ ତେବେ ତାହାର ମୃ-ତ୍ୟୁ ସୁନିଶ୍ଚିତ ।

କିନ୍ତୁ ଅନ୍ୟ କେତେକ ଜୀବ ଜନ୍ତୁ ଓ ପଶୁ ପକ୍ଷୀ ଅଛନ୍ତି ଯେଉଁମାନଙ୍କ ସାମ୍ନାରେ ଗଲେ ସେମାନେ କିଛି ବି କରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କୀଟ ବିଷୟରେ କହିବୁ ଯାହା ଦେଖିବାକୁ ବହୁତ ହିଁ ଛୋଟ କିନ୍ତୁ ସେ ଯଦି କାହାକୁ କାମୁଡି ଦିଏ ତେବେ ସେହି ବ୍ୟକ୍ତିର ମୃ-ତ୍ୟୁ ସୁନିଶ୍ଚିତ । କହିଦେଉଛୁ କି ଏହା ଏକ ପିମ୍ପୁଡି ଅଟେ । କହିବାକୁ ଗଲେ ଆପଣମାନେ ପ୍ରାୟତଃ ନିଜ ଘରେ ପିମ୍ପୁଡି ଦେଖିଥିବେ ଓ ଟିଭିରେ କିଛି ଜଙ୍ଗଲି ପିମ୍ପୁଡିମାନଙ୍କ ବିଷୟରେ ଶୁଣିଥିବେ ।

ଏହା ସହିତ ଆପଣ କେବେ ନା କେବେ ପିମ୍ପୁଡିର କାମୁଡା ବି ଖାଇଥିବେ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ କି ପିମ୍ପୁଡି କାମୁଡିବା ମାତ୍ରେ ହିଁ ଆପଣଙ୍କର ମୃ-ତ୍ୟୁ ହୋଇଯିବ । ବୋଧ ହୁଏ ଆପଣ ଆମର ଏହି କଥାରେ ବିଶ୍ଵାସ ନ କରି ପାରନ୍ତି । କିନ୍ତୁ ଏହା ସତ ପ୍ରତିଶତ ସତ ଅଟେ । ଆଜି ଆମେ ଆପଣଙ୍କୁ ଏହି ପିମ୍ପୁଡି ବିଷୟରେ କହିବୁ । ଏହି ପିମ୍ପୁଡିର ନାଁ ହେଉଛି ବୁଲଡକ ପିମ୍ପୁଡି (Bulldog Ant) ।

ଆପଣ ଶୁଣିଥିବେ କି ଛୋଟ ସାପର ଅଧିକ ବିଷ । ଏହି ଢଗ ଏହି ପିମ୍ପୁଡି ଉପରେ ସଠିକ ରୂପରେ ବସୁଛି । କାରଣ ଏହି ପିମ୍ପୁଡିର କାମୁଡିବା ମାତ୍ରେ ବ୍ୟକ୍ତି ୧୫ ମିନିଟ ମଧ୍ୟରେ ମୃ-ତ୍ୟୁ ବରଣ କରିଥାଏ । ଏହା ଦୁନିଆର ସବୁଠୁ ଅଧିକ ଭୟଙ୍କର ପିମ୍ପୁଡିର ମଧ୍ୟ ଆଖ୍ୟା ମଧ୍ୟ ପାଇଛି । ଏହି ପିମ୍ପୁଡି ଅଷ୍ଟ୍ରେଲିୟାରେ ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ପିମ୍ପୁଡି ବହୁତ ହିଁ ବିପଦ ଜଣକ ଓ ଭୟଙ୍କର ହୋଇଥାଏ ।

ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପିମ୍ପୁଡି କାମୁଡାରେ ତିନି ଜଣଙ୍କ ମୃ-ତ୍ୟୁ ହୋଇସାରିଛି । କହିଦେଉଛୁ କି ଏହି ପିମ୍ପୁଡି ବହୁତ ହିଁ ଆକ୍ରାମକ ଅଟେ ଓ ଦ୍ରୁତ ଗତି ଏହା ବ୍ୟକ୍ତିକୁ ଆକ୍ରମଣ ମଧ୍ୟ କରିଥାଏ । କୁହାଯାଏ କି ବୁଲଡଗ ପିମ୍ପୁଡିର ପ୍ରତିଟି ଆକ୍ରମଣରେ ବହୁତ ଭୟଙ୍କର ବିଷ ଥାଏ । ସୂଚନା ଅନୁସାରେ ଏହି ପିମ୍ପୁଡି ଏତେ ଭୟଙ୍କର କି ଏହି ପିମ୍ପୁଡିର କାମୁଡିବାର ୧୫ ମିନିଟ ମଧ୍ୟରେ ବ୍ୟକ୍ତିର ପ୍ରାଣ ମଧ୍ୟ ଯାଇ ପାରେ ।

୧୭୯୩ ମସିହାରେ ଏହି ପିମ୍ପୁଡିର ସନ୍ଧାନ ମିଳିଥିଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ବୁଲଡଗ ମ୍ପୁଡି ମାତ୍ର ୨୧ ଦିନ ପର୍ଯ୍ୟନ୍ତ ହିଁ ବଞ୍ଚିଥାଏ । ଯଦି ଏହାର ଆକାର ବିଷୟରେ କହିବା ତେବେ ଏହି ପିମ୍ପୁଡିର ଶରୀରର ଲମ୍ବ ୨୦ ଏମଏମ ଓ ଓଜନ ୦.୦୧୫ ଗ୍ରାମ ଅଟେ । ଏହି ପିମ୍ପୁଡି ଅନ୍ୟ ସମସ୍ତ ପିମ୍ପୁଡିମାନଙ୍କ ମଧ୍ୟରୁ ବହୁତ ବିଷଧର ଅଟେ ।

Leave a Reply

Your email address will not be published. Required fields are marked *