BJB କଲେଜ ଛାତ୍ରୀ Ruchikaଙ୍କ ଆତ୍ମହତ୍ୟାକୁ ନେଇ ଏହି ଝିଅ ଜଣକ କଣ କହୁଛନ୍ତି ଟିକେ ଶୁଣନ୍ତୁ… ଦେଖନ୍ତୁ Video

ବିଜେବି କଲେଜର ଛାତ୍ରୀ ରୁଚିକା ମାହାନ୍ତିଙ୍କ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଲେ RD କଲେଜର ଜଣେ ଛାତ୍ରୀ । ସେ କହିଛନ୍ତି କି ମୋ ସହ ରାଗିଙ୍ଗ ହେଇ ନାହିଁ ଆଉ ରାଗିଙ୍ଗ ହେଲେ ବି ମୁଁ ଛାଡିବା ପିଲା ନୁହଁ ବୋଲି ମତ ଦେଇଛନ୍ତି RD କଲେଜର ଜଣେ ଛାତ୍ରୀ । ସେହି ଛାତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି କି ବାପା ମା ଙ୍କୁ ଆଖି ଆଗରେ ରଖ ନିଜର ପରିବାର ଅଛି । ଏତେ ବଡ ବଡ ସ୍ଵପ୍ନ ରଖୁଛ ୟୁପିଏସି ଭଳି ତେବେ କାହିଁକି ଏମିତି ଭାବୁଛ କି ଆମକୁ କିଏ କହି ଦେବା ଆଉ ଆମେ ଆତ୍ମହତ୍ୟା କରି ଦେବା ବୋଲି ଛାତ୍ରୀ ଜଣକ କହିଛନ୍ତି ।

ରୁଚିକା ମହାନ୍ତି ମୃତ୍ୟୁ ପୂର୍ବରୁ ୩ ଜଣ ସିନିୟର ଝିଅ ମାନଙ୍କର ନାଁ ଲେଖି ନିଜର ଜୀବନ ହାରୁଛି ବୋଲି ଚିଠି ରେ ଲେଖିଛନ୍ତି, ସତ କିନ୍ତୁ ଯଦି ସେମାନଙ୍କର ପ୍ରକୃତ ନାଁ କଣ ଲେଖି ଦେଇଥାନ୍ତେ ତେବେ କିଛି ଟା ସାହସିକତା କାମ କରିଥାନ୍ତେ ବୋଲି ଛାତ୍ରୀ ଜଣକ ବୟାନ ଦେଇଛନ୍ତି । ଆହୁରି ମଧ୍ୟ ଛାତ୍ରୀ ଜଣକ କହିଛନ୍ତି କି ଆତ୍ମହତ୍ୟା ହେଉଛି ସବୁଠାରୁ ଖରାପ କଥା ତେଣୁ ଏମିତି କେହି ବି କରିବା ଉଚିତ ନୁହେଁ ।

ଆମ ଜୀବନରେ ବହୁତ ସାରା ସ୍ଵପ୍ନ ରହିଛି । ତେଣୁ ଆଜିର ଦୁନିଆରେ ଜମା ବି ସରଳ ହୋଇ ବଞ୍ଚିବା ଉଚିତ ନୁହେଁ । କିଏ କଣ କହିଲେ ତାର ଜବାବ ଦେବା ଶିଖିବା ଉଚିତ । ଦୟା ତାକୁ ଦେଖାଅ ଯିଏ ଦୟାର ପାତ୍ର ଅଟେ । ଆଉ ସମ୍ମାନ ବି ତାକୁ ଦିଅ ଯିଏ ସମ୍ମାନ ପାଇବା ପାଇଁ ଯୋଗ୍ୟ ଅଟେ ନାଁ କି ସିନିୟର ମାନଙ୍କୁ ସମ୍ମାନ ଦିଅ । ଆଜିକାଲି ପ୍ରାୟତଃ ସବୁ କଲେଜରେ ଚାଲିଛି ସିନିୟର ମାନଙ୍କୁ ସମ୍ମାନ ଦିଅ କାହିଁକି କରିବା ପାଇଁ ଛାତ୍ରୀ ଜଣକ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ସେ ମତ ରଖିଛନ୍ତି କି ଯଦି ଜଣେ ସିନିୟର ହେଇ ଜୁନିୟରକୁ ସମ୍ମାନ ଦେଉ ନାହିଁ ତେବେ ଆମେ କାହିଁକି ତାଙ୍କୁ ସମ୍ମାନ ଦେବା । ଆମ ମନରେ ସେଟା ଆସୁ ନାହିଁ । ତେଣୁ ଆତ୍ମହତ୍ୟା ଭଳି ପଦକ୍ଷେପ ଭଳି ନିସ୍ପତି ନେବା ଭୁଲ । ଯଦି କୌଣସି ପିଲକୁ ଶାରୀରିକ ନିର୍ଯାତନା ଦିଆ ଯାଉଥାଏ ତେବେ ସେ ସେହି ବିଷୟରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ।

କିନ୍ତୁ ଯଦି ଗୋଟେ ପିଲାକୁ ମେନ୍ଟାଲୀ ହାରାସ ମେଣ୍ଟ କରିବା ଯେମିତି ସେ ତାର ପାଠ ପଢାକୁ ନେଇ ହେଉ ବା ପରିବାରର ପାଇଁ ହେଉ ବ ସାଙ୍ଗ ସାଥୀଙ୍କୁ ନେଇ ହେଉ କୌଣସି କାରଣ ପାଇଁ ପିଲାଟି ମାନସିକ ଚାପରେ ରହିପାରେ ଯାହା ରୁଚିକଙ୍କ କ୍ଷେତ୍ର ରେ ଦେଖା ଯାଇଛି ବୋଲି ଛାତ୍ରୀ ଅନୁଭବ କରୁଛନ୍ତି ।

RD କାଜେର ଛାତ୍ରୀ କହିଛନ୍ତି ସେ ୧ ବର୍ଷ ହେବ ଏହି କଲେଜରେ ପଢୁଛନ୍ତି ଆଉ ତାଙ୍କ କଲେଜରେ ରାଗିଙ୍ଗ ହେଉ ନାହିଁ । ଏମିତିକି ତାଙ୍କ ସିନିୟରମାନେ ବହୁତ କୋପ୍ରେଟିଭ ଅଟନ୍ତି । ବନ୍ଧୁଗଣ ଆପଣ ମାନଙ୍କର RD କଲେଜର ଛାତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *