ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହର ତପସ୍ଵିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଦାଂପତ୍ଯ ଜୀବନକୁ ନେଇ କଳହ ଲାଗି ରହିଥିଲା ଶେଷରେ ତାହାର ଅନ୍ତ ଘଟିଛି । କୋର୍ଟ ର ନିର୍ଦେଶ ଅନୁଯାୟୀ ତପସ୍ଵାନୀ ତାଙ୍କ ସ୍ଵାମୀ ସୁମିତଙ୍କ ଘରକୁ ଯାଇ ରହିବେ । ତେବେ ସୂଚନା ଅନୁସାରେ ଗତ କାଲି ରାତିରେ ତପସ୍ଵିନୀ ସୁମିତଙ୍କ ଘରେ ପ୍ରବେଶ କରିଥିବା ବେଳେ ତାଙ୍କ ଶ୍ଵଶୁର ପ୍ରମୋଦ ସାହୁ ଘର ଛାଡି ଚାଲି ଯାଇଛନ୍ତି । ଏବେ ଆସନ୍ତୁ ଜାଣିବା ଶ୍ଵଶୁର ପ୍ରମୋଦ ସାହୁ ଏହି ବାବଦରେ କଣ ସବୁ କହିଛନ୍ତି ।

ପ୍ରମୋଦ ସାହୁ ନିଜ ରାଏରେ କହିଛନ୍ତି ଯେ ତାଙ୍କର ଅନିଚ୍ଛା ସତେ ତପସ୍ଵିନୀ ତାଙ୍କ ଘରକୁ ଯାଇ ରହୁଛନ୍ତି । କୋର୍ଟ ତରଫରୁ କିଛି କନଫ୍ୟୁଜନ ରହିଥିଲା ଓ ସେଥିରେ କିଛି କ୍ଲାରିଫିକେସନ ନେବାର ଥିଲା ବୋଲି ପ୍ରମୋଦ ସାହୁ କହିଛନ୍ତି । ଯାହା ସେ ବୁଝିବାକୁ ଚେଷ୍ଟା କରୁଥିଲେ । କୋର୍ଟ ପ୍ରମୋଦ ସାହୁଙ୍କର କୌଣସି କଥାକୁ ଗ୍ରହଣ କରିଲେ ନାହି ।
ଆଉ କିଛି ଚାପର ବାସବୃତ୍ତି ହୋଇ ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛା ବିରୁଦ୍ଧରେ ତାଙ୍କ ବୋହୁ ତପସ୍ଵିନୀ ଙ୍କୁ ବ୍ରମ୍ହା ନଗର ସ୍ଥିତି ବାସ ଭବନରେ ରହିବାକୁ ଅନୁମତି ଦେଇଛନ୍ତି ବୋଲି ପ୍ରମୋଦ ସାହୁ ମତ ଦେଇଛନ୍ତି । ସେ ନିଜକୁ ନିଜ ଘର ସୁରକ୍ଷିତ ମାନେ କରିଲେ ନାହି ଓ ଆଇଏସିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ପ୍ରମୋଦ ସାହୁ । ପ୍ରମୋଦ ସାହୁ ଆଇଏସିଙ୍କୁ କହିଥିଲେ କି ତାଙ୍କ ଘରକୁ ଆସି ତଦାରଖ କରି ସୁରକ୍ଷିତ ଜାଗାରେ ତାଙ୍କୁ ରଖିବା ପାଇଁ ।

କାରଣ ପୂର୍ବରୁ ତପସ୍ଵିନୀ ସୁମିତ ଓ ତାଙ୍କ ପରିବାର ବିରୁଦ୍ଧରେ ଫଲ୍ସ ଅଭିଯୋଗ କରିଥିଲେ ବୋଲି ଶ୍ଵଶୁର କହିଛନ୍ତି । ତପସ୍ଵିନୀ ପୂର୍ବରୁ ୪୯୮ ଧାରା ଅନୁଯାୟୀ କେସ ଦେଇଥିଲେ ଯାହା ପାଇଁ ପ୍ରମୋଦ ସାହୁ ଅତ୍ୟନ୍ତ ଭୟଭୀତ ହୋଇ ଘରେ ରହିବା ପାଇଁ ସୁରକ୍ଷିତ ମାନେ କରିଲେ ନାହି । ସେ ଗତ କାଲି ରାତିରେ ଘର ଛାଡି ପଳାଇ ଆସିଛନ୍ତି ବୋଲି ନିଜେ ପ୍ରମୋଦ ସାହୁ କହିଛନ୍ତି ।

ଯେ କୌଣସି ଜାଗାରେ ବର୍ତ୍ତମାନ ରହିବେ ଓ ପରବର୍ତ୍ତୀ ସମୟରେ ଘରକୁ ଫେରିବେ ବୋଲି ମତ ଦେଇଛନ୍ତି ପ୍ରମୋଦ ସାହୁ । ତେବେ ତପସ୍ଵିନୀଙ୍କ ଶ୍ଵଶୁର ପ୍ରମୋଦ ସାହୁଙ୍କ ଏଭଳି ପଦକ୍ଷେପ ନେବା କେତେ ଦୂର ଯୁକ୍ତିଯୁକ୍ତ ତାହା ସମୟ କହିବ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
