ନମସ୍କାର ବନ୍ଧୁଗଣ । ଅଭିନେତା ବାବୁସାନ ମହାନ୍ତି ଙ୍କ ଘରେ ପହଞ୍ଚିଛନ୍ତି ତାଙ୍କ ଶ୍ଵଶୁର ଲଲିତ ଶତପଥି ବ ତୃପ୍ତି ଙ୍କ ବାପା । ତେବେ ବାବୁସାନ ଙ୍କ ଘରେ ଗତ କାଲି ତାଙ୍କର ଜନ୍ମ ଦିନରେ ବଡ ବୈଠକ ବସିଛି । ବାବୁସାନ ଏ ନେଇ ମଧ୍ୟ ସୂଚନା ଦେଇ ସାରିଛନ୍ତି । ସ୍ତ୍ରୀ ତୃପ୍ତି ଙ୍କ ସହ ମନ ମିଶି ଯାଇଛି ବୋଲି ବାବୁସାନ କହିଛନ୍ତି । ସମ୍ପର୍କରେ ଯେଉଁଠି ୧୯-୨୦ ହୋଇ ଯାଇଛି ତାହା ସୁଧାରିବାକୁ କେବେଳ ଟିକେ ପ୍ରେମ ଆଉ ସ୍ନେହ ଦେବା ଦରକାର ଅଛି ବୋଲି ବାବୁସାନ ମତ ଦେଇଛନ୍ତି । ତୃପ୍ତି ଙ୍କ ବାପା ଲଲିତ ଶତପଥି ବାବୁସାନ ଙ୍କ ଘରେ ଫଞ୍ଚିବା ପରେ ହେବ ଏକ ବଡ ଆଲୋଚନା ।
ଆଉ ଯାହା ଶୁଣା ଯାଉଛି ଆଜି ରାତା ରାତି ବି ତୃପ୍ତି ଚାଲି ଆସି ପାରନ୍ତି ବାବୁସାନଙ୍କ ଜୀବନକୁ ଆଉ ଘରକୁ ସବୁ ଦିନ ପାଇଁ । ଏମିତିରେ ଦେଖିବାକୁ ଗଲେ ହିନ୍ଦୁ ରୀତିନୀତି ଅନୁଯାୟୀ ୧୨ ତିଥି ର ଏ ସବୁର ମଧ୍ୟ ପ୍ରାଧାନ୍ଯ ରହିଛି । ଆଉ ବୋଧ ହୁଏ ସେଥିପାଇଁ ତୃପ୍ତି ଘରକୁ ଫେରି ନାହାନ୍ତି । କାରଣ ବୋହୁ ଘରକୁ ଭଲ ସମୟରେ ଆସିବାର ମଧ୍ୟ ଆବଶ୍ୟକତା ରହିଛି ।
ତେବେ ଏ ନେଇ ଆଜି ଆଲୋଚନା ହେବ ବାବୁସାନ ଙ୍କ ପରିବାର ଓ ତୃପ୍ତି ଙ୍କ ପରିବାର ମଧ୍ୟରେ । କେବଳ ଏତିକି ନୁହେଁ ବରଂ ଗତ କାଲୀ ଜନ୍ମ ଦିନରେ ବାବୁସାନ ଙ୍କୁ ଆଶୀର୍ବାଦ କରିଛନ୍ତି ଶ୍ଵଶୁର ଲଲିତ ଶତପଥି । ଆଉ ଏହା ସହ ଭଲ ଜ୍ଵାଇଁ ହେବାକୁ ଆଗକୁ ଚେଷ୍ଟା କରିବା ସହ ଜ୍ଵାଇଁ ନମ୍ବର ୱାନ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ଵଶୁର ଲଲିତ ଶତପଥି ବାବୁସାନ ଙ୍କୁ ।
ତୃପ୍ତି ଓ ତାଙ୍କ ନାତି ଗୁହାନ କୁ ସବୁବେଳେ ଖୁସି ରେ ରଖିବାକୁ ମଧ୍ୟ ଦାବି କରିଛନ୍ତି ଶ୍ଵଶୁର ଲଲିତ ଶତପଥି । ତେବେ ବାବୁସାନ ଙ୍କ ନିକଟିୟ ସମ୍ପର୍କୀୟ ଙ୍କ ଠାରୁ ଏହି ସବୁ ଖବର ଶୁଣିବାକୁ ମିଳିଛି । ତେବେ ଲଲିତ ଶତପଥି ଙ୍କ ବର୍ତ୍ତମାନ ସହ ଆଲୋଚନା କରିବେ ବାବୁସାନ ଙ୍କ ମା, ବାପା, ସଞ୍ଜୟ ନାୟକ । ତେବେ ମୁରବି ମାନେ ଆଲୋଚନା କରିବା ପରେ ଏହି ସବୁ ଭିତରେ ମାତ୍ର ଅଳ୍ପ ସମୟରେ ମଧ୍ୟରେ ଜବନିକା ପଡିବ ଆଉ ପୁଣି ଥରେ ହସିବ ବାବୁସାନ ଙ୍କ ସୁଖର ସଂସାର ।
ତେବେ ଏତେ ଦିନର ଝଡ ତୋଫାନ ପରେ ବାବୁସାନ ଙ୍କ ଜୀବନକୁ ପୁଣି ଥରେ ଖୁସି ଫେରିବାକୁ ଯାଉଛି କାଲେ କିଛି ଭୁଲ ହେବ ନାହି । ତେବେ ସେ ଯାହା ବି ହେଉ ବାବୁସାନ ଙ୍କ ଜୀବନରେ ବହୁତ ବଡ ଢେଉ ଆସିଥିଲା ଯେମିତି ସମୁଦ୍ର ରେ ବଡ ଢେଉ ଆସି ପୁଣି ଆପେ ଆପେ ଫେରିଯାଏ ।
ଆଶା କରୁଛୁ ବାବୁସାନ ଓ ତୃପ୍ତି ଙ୍କ ଦାମ୍ପତ୍ୟ ଯିବାକୁ ଆଗକୁ ସୁଖମୟ ହେଉ ଆଉ ଦୁହେଁ ପରସ୍ପର ସହ ଏକାଠି ସୁଖରେ ଘର ସଂସାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।