Bollywood ଦିଗଜ କଳାକାର Satish Koushikଙ୍କୁ ନେଇ ବଡ ସୂଚନା ଦେଲେ Anupam kher, କାଲି Tweet କରି କହିଥିଲେ ଏମିତି ଆଉ ଆଜି….

ଦର୍ଶକ ବନ୍ଧୁ ବଲିଉଡ ଜଗତରେ ଏମିତି ଅନେକ କଳାକାର ଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ କ୍ଯାରିୟରରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ନେକ ବଡ ବଡ କଳାକାର ମାନେ ସବୁ ଦିନ ପାଇଁ ଦୁନିଆରୁ ବିଦ୍ୟା ନେବାରେ ଲାଗିଛନ୍ତି ଯାହାକୁ ନେଇ ଇଣ୍ଡଷ୍ଟ୍ରି ରେ ଅନେକ ଖବର ଆସି ପହଞ୍ଚି ।

ତେବେ ସୂଚନା ଅନୁଯାୟୀ ଆଉ କନ୍ଦାଇବେନି କି ହସାଇବେନି ସତିଶ କୌଶିକ ଜଣାଶୁଣା ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକ ଙ୍କର ଆଜି ସକାଳୁ ମାତ୍ର 67 ବର୍ଷ ବୟସରେ ଦେ-ହା-ନ୍ତ ହୋଇଛି । ଅନୁପମ ଖେର ତାଙ୍କ ଅଫିଶିଆଲି ଟ୍ବିଟର ହ୍ୟାଣ୍ଡେଲ ରେ ତାଙ୍କ ବନ୍ଧୁ ଙ୍କ ମୃ-ତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି । ସେ ସତିଶ କୌଶିକ ଙ୍କ ଦେ-ହା-ନ୍ତ ରେ ସମବେଦନା ଜଣାଇଛନ୍ତି ।

ସତିଶ କୌଶିକ ଜଣେ ଭାରତୀୟ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ, ହାସ୍ୟ ଅଭିନେତା ତଥା ସ୍କ୍ରିନ ଲେଖକ ଥିଲେ । ତେବେ ତାଙ୍କର ମୃ-ତ୍ୟୁ ର କାରଣ ହୃଦଘାତ ହୋଇପାରେ ବୋଲି ଅନୁମାନ କରା ଯାଉଛି । ଅନୁପମ ଖେର ତାଙ୍କ ଟ୍ଵିର ଆକାଉଣ୍ଟ ରେ ଶ୍ର-ଦ୍ଧା-ଞ୍ଜ-ଳି ଦେଇ କହିଛନ୍ତି ଏ ମୁଁ ଜାଣେ ଯେ ମୃ-ତ୍ୟୁ ହେଉଛି ଏ ଜଗତର ଶେଷ ସତ୍ୟ । ଆଉ 45 ବର୍ଷର ବନ୍ଧୁତା ଉପରେ ବିରାମ ଘଟିଛି ଓମ ଶାନ୍ତି ।

ଅଭିନେତା ସତିଶ କୌଶିକ 1956 ମସିହା ଏଅପ୍ରିଲ 13 ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । କଲେଜ ଶିକ୍ଷା ଶେଷ ପରେ ଏ ଦିଲ୍ଲୀ ର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଓ ପୁନେ ଏଫଟିଆଇଆଇ ରେ ଅଧ୍ୟୟନ କରିଥିଲେ । ବଲିଉଡ ଫିଲ୍ମ “ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ ଲକ୍ଷଣ, ସାଜନ ଚଲେ ଶଶୁରାଲ, ସ୍ଵର୍ଗ” ଆଦି ଫିଲ୍ମ ରେ ଅଭିନୟ କରି ଦର୍ଶକ ଙ୍କର ମନ ଜିଣିଥିଲେ ।

ସେ 2 ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ । “ରୂପ କି ରାଣୀ ଚୋର କା ରାଜା” ଫିଲ୍ମ ରୁ ସେ ନିର୍ଦ୍ଦେଶକ ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ “ପ୍ରେମ, ହମ ଆପକେ ଦିଲ ମେ ରେହତେ ହେ, ୱାଦା, ତେରି ସନମ” ଆଦି ବଲିଉଡ ଫିଲ୍ମ ରେ ନିର୍ଦ୍ଦେଶନା ଦେଇଥିଲେ ।

ସମ୍ପ୍ରତି ରାଜଶ୍ରୀ ପ୍ରଡକସନ ର ବହୁ ଚର୍ଚ୍ଚିତ ଫିଲ୍ମ “ତାନ ସେ” ନିର୍ମାଣ ରେ ସେ ବହୁତ ବ୍ୟସ୍ତ ଥିଲେ । ତାଙ୍କର ବି-ୟୋ-ଗ ରେ ଭାରତୀୟ ଫିଲ୍ମ ଜଗତରେ ଶୋ-କ-ର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସତିଶ କୌଶିକ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *