ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବଲିଉଡ ହେଉ କିମ୍ବା ସାଉଥ ଚଳଚ୍ଚିତ୍ର ଅଭିନେତା ମାନେ ତାଙ୍କ ସମ୍ପର୍କ କୁ ବହୁତ ଭଲ ଭାବରେ ପୁରା କରିଥାନ୍ତି ସେ ଭାଇ ଭଉଣୀ , ସ୍ୱାମି ସ୍ତ୍ରୀ କିମ୍ବା ସେ ଭିଣେଇ ଶାଳୀ ର ସମ୍ପର୍କ ହେଉ ଏହାକୁ ସେମାନେ ପରଦା ରେ ଏତେ ଭଲ ଭାବରେ ଅଭିନୟ କରିଛନ୍ତି ଯେ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ପରଦା ରେ ଯେଉଁମାନେ ଭିଣେଇ ଶାଳୀ ର ଅଭିନୟ କରୁଛନ୍ତି ସେମାନେ ପ୍ରକୃତ ଜୀବନ ରେ ମଧ୍ୟ ଭିଣେଇ ଶାଳୀ ।
ତାଙ୍କ ମଧ୍ୟରେ ସେତିକି ହି ଭଲ ପାଇବା , କଳି ଝଗଡା ଆଦି ଚାଲିଥାଏ । ଯାହାକୁ କି ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଆଜି ଆମେ ସାଉଥ ଏବଂ ବଲିଉଡ ର ସେହି ଭିଣେଇ ଶାଳୀ ଙ୍କ କଥା ହେବାକୁ ଯାଉଛୁ ।
ଅଜୟ ଦେବଗନ ଏବଂ ତନୀଷା ମିର୍ଜା । ଅଜୟ ଦେବଗନ କାଜଲ ଙ୍କୁ ବିବାହ କରିଥିଲେ । ତନୀଷା କାଜଲ ଙ୍କର ଛୋଟ ଭଉଣୀ । ତେବେ ଅଜୟ ଦେବଗନ ମଧ୍ୟ ସମସ୍ତଙ୍କ ପରି ନିଜ ଶାଳୀ ଙ୍କ ସହ ସବୁକିଛି ସେୟାର କରିଥାନ୍ତି । ତନୀଷା ସ୍ନେହ ରେ ଅଜୟ ଙ୍କୁ ଜୟ ବୋଲି ଡାକନ୍ତି । ସେ ତାଙ୍କ ଭଉଣୀ କାଜଲ ଙ୍କୁ ଚିଡାଇବା ପାଇଁ ସବୁବେଳେ ଅଜୟ ଙ୍କ ସହ ନୂଆ ନୂଆ ଉପାୟ ସବୁ ଆପଣେଇ ଥାନ୍ତି । ଏହି ପରି ଭାବରେ ତନୀଷା ଏବଂ ଅଜୟ ଦେବଗନ ନିଜର ସମ୍ପର୍କ କୁ ସୁନ୍ଦର ଭାବରେ ରଖିଛନ୍ତି । ସେ ଦୁହେଁ ଗୋଟେ ଚଳଚ୍ଚିତ୍ର ରେ କାମ ମଧ୍ୟ କରି ସାରିଛନ୍ତି ।
ପରିଣୀତି ଚୋପ୍ରା ଏବଂ ନିକ ଜନସନ ।ପରିଣୀତି ପ୍ରିୟଙ୍କା ଙ୍କ ଭଉଣୀ । ତେବେ ଏହି ଭିଣେଇ ଏବଂ ଶାଳୀ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି । ଏହା ଆମେ ନୁହେଁ ବରଂ ପରିଣୀତି ନିଜେ କହିଛନ୍ତି । ନିକ ଙ୍କର ତାଙ୍କ ପରିବାର ସହିତ ବହୁତ ଭଲ ସଂପର୍କ ଏବଂ ବୁଝାମଣା ରହିଛି ।
ଅକ୍ଷୟ କୁମାର ଏବଂ ରିଙ୍କି ଖାନା । ରିଙ୍କି ଖାନା ତାଙ୍କର ବାପା ଚାଲିଯିବା ପରେ ସେ ଅକ୍ଷୟ ଙ୍କୁ ହିଁ ନିଜର ନେତୃତ୍ୱ ମାନିଛନ୍ତି । ସେ ସବୁ କିଛି ଅକ୍ଷୟ ଙ୍କୁ ପଚାରି କରନ୍ତି ଏବଂ ଅକ୍ଷୟ ମଧ୍ୟ ତାଙ୍କୁ ଠିକ ରାସ୍ତା ଦେଖାଇଥାନ୍ତି । ଦରକାର ବେଳେ ତାଙ୍କ ଭିଣେଇ ତାଙ୍କୁ ଗାଳି ମଧ୍ୟ କରିଥାନ୍ତି ।
ନଗମା ଏବଂ ସୂର୍ଯ୍ୟ । ସାଉଥ ଇଣ୍ଡଷ୍ଟ୍ରି ର ଏହି ଦୁଇଜଣ ହେଉଛନ୍ତି ଭିଣେଇ ଶାଳୀ । ନଗମା ଙ୍କ ସାନ ଭଉଣୀ ସୂର୍ଯ୍ୟ ଙ୍କୁ ବିବାହ କରିଥିଲେ । ନଗମା ତାଙ୍କ ଭିଣେଇ ଙ୍କ ସହ ସବୁବେଳେ ମଜା କରିଥାନ୍ତି । ଏମାନେ ଦୁହେଁ ଯେତେବେଳେ ଦେଖା ହୁଅନ୍ତି ସେତେବେଳେ ସେମାନେ ବହୁତ ମଜା କୌତୁହଳ କରିଥାନ୍ତି ।
କାଜଲ ଅଗ୍ରୱାଲ ଏବଂ କରଣ । ସାଉଥ ଇଣ୍ଡଷ୍ଟ୍ରି ର ଏମାନେ ଦୁହେଁ ଭିଣେଇ ଶାଳୀ । କାଜଲ ଅନେକ ହିଟ ଚଳଚ୍ଚିତ୍ର କରିସାରିଛନ୍ତି । କାଜଲ ଙ୍କର ବଡ଼ ଭଉଣୀ ଦିଶା କରଣ ଙ୍କୁ ବିବାହ କରିଥିଲେ । ଏହି ଭିଣେଇ ଶାଳୀ ମଧ୍ୟରେ ବହୁତ ଅଧିକ ପ୍ରେମ ରହିଛି ।
ମହେଶ ବାବୁ ଏବଂ ଶିଳ୍ପା ସୋରେଡ଼କର ଦୁହେଁ ସାଉଥ ର ଇଣ୍ଡଷ୍ଟ୍ରି ର ସୁନ୍ଦର ଭିଣେଇ ଶାଳୀ । ତାଙ୍କ ପରିବାର ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି । ଶାଳୀ ଭିଣେଇ ପୁରା ବନ୍ଧୁ ପରି ମିସିଥାନ୍ତି । ତାଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।