ଶାରୀରିକ ସମ୍ବନ୍ଧ ରଖିବା ସର୍ତ୍ତରେ ମିଳିଥିଲା କାମ, Bollywoodର ଏହି 4 ବଡ ଅଭିନେତ୍ରୀ ହୋଇଛନ୍ତି Casting Couchର ଶିକାର

ବଲିଉଡର ଏମିତି ବହୁତ ଅଭିନେତ୍ରୀ ଯେଉଁ ମାନେ ଆହି ସଫଳତାର ଶିଖରରେ ଅଛନ୍ତି, କିନ୍ତୁ ସେଇ ମାନେ କେବେନା କେବେ ତାଙ୍କ କରିୟରରେ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଥିଲା । ଏହାକୁ ଫିଲ୍ମ ଜଗତର ଘୃଣ୍ୟ ସତ୍ୟ କୁହାଯାଇ ପାରେ । ହିରୋଇନ ହେବାର ସ୍ଵପ୍ନ ନେଇ ବହୁତ ଅଭିନେତ୍ରୀ ମାନେ ବଲିଉଡର ସାମ୍ନା କରିଛନ୍ତି । କିନ୍ତୁ ସେମାନଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଥିଲା । କିନ୍ତୁ ବହୁତ ଅଭିନେତ୍ରୀ ଏହି କଥାକୁ  ସାର୍ବଜନୀକ ଭାବରେ ସ୍ଵୀକାର ମଧ୍ୟ କରିଛନ୍ତି ।

ତାଙ୍କ ଦ୍ଵାରା ସେ ତାଙ୍କର ଅନୁଭବ ମଧ୍ୟ ଶେୟାର କରିଛନ୍ତି । ଆମେ ବଲିଉଡର ଏମିତି ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯେଉଁ ମାନେ କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି ।

ରାଧିକା ଆପ୍ଟେ :- ରାଧିକା ବଲିଉଡରେ ଆଜି ବହୁତ ଚର୍ଚିତ ଅଭିନେତ୍ରୀ , ଏହା ପୂର୍ବରୁ ଦକ୍ଷିଣ ଭରତ ଫିଲ୍ମ ଇଣ୍ଡସଷ୍ଟ୍ରିରେ  ମଧ୍ୟ ସେ ତାଙ୍କର ବିଶେଷ ପରିଚୟ ବନାଇଛନ୍ତି । ତାମିଲ, ବଙ୍ଗାଳୀ, ତେଲୁଗୁ, ମାଲୟଲମ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।  ବର୍ଷ ୨୦୧୮ ରେ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଫିଲ୍ମ ପ୍ୟାଡମ୍ୟାନରେ ମଧ୍ୟ ତାଙ୍କୁ ଦେଖାଯାଇଥିଲା । ରାଧିକା ଏହି କଥାକୁ ସ୍ଵୀକାର କରିଛନ୍ତିକି  ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡସଷ୍ଟ୍ରୀରେ ତାଙ୍କୁ କାଷ୍ଟିଙ୍ଗ କାଉଚର  ଶିକାର ହେବାକୁ ପଡିଥିଲା । ଗୋଟେ ଅଭିନେତା ବଲିଉଡର ଗୋଟେ ଫିଲ୍ମ ପାଇଁ ତାଙ୍କୁ ସମଝୋତା  କରିବା ପାଇଁ କହିଥିଲେ ।

ସୁର୍ଭିନ ଚବାଲା :- ବହୁତ ସୁନ୍ଦର ଅଭିନେତ୍ରୀ ହେଉଛନ୍ତି ସୁରଭିନ ଚବାଲା, ବହୁତ ଟିଭି ସିରିଏଲରେ କାମ କରିବା ପରେ ଫିଲ୍ମ ଜଗତକୁ ଯାଇଥିଲେ । ସାଉଥ ଇଣ୍ଡିଏନ ଫିଲ୍ମରେ ତାଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚର ଶିକାର ଏବାକୁ ପଡିଥିଲା । କିନ୍ତୁ ତାଙ୍କର କଥା ମଣିବାକୁ ସେ ପୁରା ମନା କରିଦେଇଥିଲେ । ସୁର୍ଭିନ ଏହା ମାନିଥିଲେକି ବଲିଉଡରେ କେବେ ତାଙ୍କୁ ଏହି ସବୁ ଜିନିଷର ସାମ୍ନା କରିବାକୁ ପଡି ନଥିଲା ।

କଲ୍କି କୋଚଲିନ :- ବଲିଉଡ ଅଭିନେତ୍ରୀ କଲ୍କି କୋଚଲିନ ନିର୍ଦେଶକ ଅନୁରାଗ କାଶ୍ୟପଙ୍କ ପୂର୍ବ ପତ୍ନୀ ଅଟନ୍ତି । ସାର୍ବଜନୀନ ସ୍ତରରେ ସେ ଏହି କଥାକୁ ସ୍ଵୀକାର କରିଛନ୍ତି । କାଷ୍ଟିଙ୍ଗ କାଉଚର ସାମ୍ନା ସେ ମଧ୍ୟ ହୋଇଥିଲେ । କଲ୍କି କହିଲେକି ଲୋକଙ୍କୁ ଏହା ଲାଗିଲାକି ମୁଁ ଭାରତର ନୁହେଁ, ସେଥିଲାଗି ସେ ଅତି ସହଜରେ ମୋର ଶୋଷଣ କରିବେ ବୋଲି । କଲ୍କିଙ୍କ ହିସାବରେ ସେ କେବେବି ସମଝୋତା କରି ନାହାଁନ୍ତି ବୋଲି ।

ଟିସକା ଚୋପ୍ରା :- ସେ ହେଉଛନ୍ତି ଜଣେ ବହୁ ଚର୍ଚିତ ଅଭିନେତ୍ରୀ । ସେ ବହୁତ ପ୍ରସିଦ୍ଧ ସିରିଏଲ ଓ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ତାରେ ଜମିନ ପର ଫିଲ୍ମରେ ସେ ଇଶାନ ମାର ଚରିତ୍ର କରିଥିଲେ । ଖୋଲା ଖୋଲି ସେ ମଧ୍ୟ ଏହି କଥାକୁ ସ୍ଵୀକାର କରିଛନ୍ତିକି ତାଙ୍କ କ୍ଯାରିୟର ଆରମ୍ଭରେ ସେ ଗୋଟେ ଫିଲ୍ମ କରିବା ପାଇଁ କାଶଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *