ବନ୍ଧୁଗଣ ବଲିଉଡ ଜଗତରେ ସୁପରଷ୍ଟାର ଥିବାରୁ ଏମାନଙ୍କ ପିଲାମାନେ ମଧ୍ୟ ସବୁବେଳେ କ୍ୟାମେରା ଆଗରେ ରହିଥାନ୍ତି । ଏହି ଷ୍ଟାର ପିଲାମାନଙ୍କର ଚର୍ଚ୍ଚା ପ୍ରାଏ ବଲିଉଡ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଥାଏ । ଏହି ଷ୍ଟାର-କିଡ୍ସ ମଧ୍ୟରୁ ଆଗ ଧାଡିରେ ଦେଖିବାକୁ ମିଳନ୍ତି ‘ଆରୟନ ଖାନ’, ‘ଅଲି ଇବ୍ରାହିମ’, ‘ଆହାନ ଶେଠୀ’, ଏବଂ ଖିଲାଡି କୁମାରଙ୍କ ପୁଅ ‘ଆରବ କୁମାର’ । ବନ୍ଧୁଗଣ ଏହି କିଡ୍ସ ଷ୍ଟାର ପରସ୍ପର ଠାରୁ ପ୍ରତ୍ୟକ କ୍ଷେତ୍ରରେ ଭିନ୍ନ ଅଟନ୍ତି ।
ସେମାନଙ୍କ ନିଜର ପୋଷାକ ପିନ୍ଧିବା ଷ୍ଟାଇଲ ଠାରୁ ଆରମ୍ଭ କରି ସେମାନଙ୍କ ରହିବା ଶୈଳୀ ମଧ୍ୟ ସମ୍ପୂର୍ଣ ଭିନ୍ନ ଅଟେ । କିନ୍ତୁ ସେମାନେ ସମସ୍ତେ ଗୋଟିଏ ଅଭିନେତ୍ରୀକୁ ପସନ୍ଧ କରୁଥିବାର ଖବର ମିଳିଛି । ଏହି ଜଣେ ଅଭିନେତ୍ରୀକୁ ପସନ୍ଧ କରୁଥିବାରୁ ତାଙ୍କ ପସନ୍ଧ ପରସ୍ପର ସହିତ ମିଶୁଥିବାର ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ଯାହାକୁ ଏହି ୪ଜଣ ଷ୍ଟାର କିଡ୍ସ ପସନ୍ଦ କରୁଛନ୍ତି ।
ବନ୍ଧୁଗଣ ‘ଆରୟନ ଖାନ’, ‘ଅଲି ଇବ୍ରାହିମ’, ‘ଆହନ ଶେଠୀ’, ‘ଆରବ କୁମାର’ ଏମାନେ ସମସ୍ତେ ଯେଉଁ ଅଭିନେତ୍ରୀକୁ ପସନ୍ଦ କରନ୍ତି ସିଏ ଆଉ କେହି ନୁହେଁ ବନ୍ଧୁଗଣ ବଲିଉଡ ଜଗତର ସିଙ୍ଘମ କୁହାଯାଉଥିବା ଅଭିନେତା ‘ଅଜୟ ଦେବଗନ’ଙ୍କର ପ୍ରିୟ ଝିଅ ‘ନ୍ୟାସା ଦେବଗନ’ ଅଟନ୍ତି । ଯାହାକୁ ଏହି ୪ଜଣ ଷ୍ଟାର କିଡ୍ସ ପସନ୍ଦ କରନ୍ତି । ବଲିଉଡ ଜଗତର କିଂଗ ଅଫ ରୋମାନ୍ସ କୁହାଯାଉଥିବା ଅଭିନେତା ‘ସାରୁଖ୍ ଖାନ’ଙ୍କ ଏକ ମାତ୍ର ପୁତ୍ର ‘ଆରୟନ ଖାନ’ଙ୍କ ନାମ ସର୍ବ ପ୍ରଥମେ ଏହି ପ୍ରସଙ୍ଗରେ ଆସୁଅଛି । ସେ ‘ନ୍ୟାସା ଦେବଗନ’ଙ୍କୁ ବହୁତ ପସନ୍ଧ କରୁଛନ୍ତି । ‘ଆରୟନ ଖାନ’ ‘ନ୍ୟାସ ଦେବଗନ’ଙ୍କୁ ବହୁତ ପୂର୍ବରୁ ଜାଣିଛନ୍ତି । ଉଭୟଙ୍କର ବହୁତ ଭଲ ବନ୍ଧୁତା ମଧ୍ୟ ଅଛି ।
‘ଆରୟନ ଖାନ’ ‘ନ୍ୟାସା ଦେବଗନ’ଙ୍କ ବ୍ୟବହାରରେ ବହୁତ ଭଲ ଭାବେ ପରିଚିତ ଅଛନ୍ତି । ଏବଂ ସେ ‘ନ୍ୟାସା’କୁ ବହୁତ ପସନ୍ଦ କରନ୍ତି । ଏବେ ଆସନ୍ତୁ ଜାଣିବା ବଲିଉଡର ନବାବ ‘ସଇଫ ଅଲି ଖାନ’ଙ୍କ ଏକ ମାତ୍ର ପୁଅ ‘ଇବ୍ରାହିମ ଖାନ’ଙ୍କ ବିଷୟରେ ‘ନ୍ୟାସା ଦେବଗନ’ଙ୍କ ପଛରେ ପାଗଳ ଅଟନ୍ତି ‘ଇବ୍ରାହିମ ଖାନ’ । ସେମାନଙ୍କ ମଧ୍ୟରେ ବହୁତ ଲମ୍ବା ସମୟର ବନ୍ଧୁତା ମଧ୍ୟ ଚାଲିଆସୁଅଛି । ଦୁହିଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବାରୁ ‘ଇବ୍ରାହିମ ଖାନ’ ତାଙ୍କୁ ପସନ୍ଦ କରିଛନ୍ତି । ଆସନ୍ତୁ ଏବେ ଜାଣିବା ବଲିଉଡର ଅନ୍ନା କୁହାଯାଉଥିବା ଅଭିନେତା ‘ସୁନୀଲ ସେଠୀ’ଙ୍କ ବିଷୟରେ ।
ବନ୍ଧୁଗଣ ‘ସୁନୀଲ ଶେଠୀ’ଙ୍କ ପୁତ୍ର ‘ଆହାନ ଶେଠୀ’ ମଧ୍ୟ ‘ନ୍ୟାସା ଦେବଗନ’ଙ୍କୁ ବହୁତ ପସନ୍ଦ କରନ୍ତି । ‘ନ୍ୟାସା ଦେବଗନ’ ପ୍ରଥମରୁହିଁ ‘ଆହାନ ସେଠୀ’ଙ୍କର ବହୁତ ଭଲ ବନ୍ଧୁ ରହି ଆସିଛନ୍ତି । ଏବଂ ନ୍ୟାସା ସବୁ କଠିନ ପରିସ୍ଥିତିରେ ମଧ୍ୟ ଆହାନ ସେଠୀଙ୍କ ସାଥ୍ ଦେଇ ଆସିଛନ୍ତି । ନ୍ୟାଶାଙ୍କର ଏହି ବ୍ୟବହାର କାରଣରୁ ଆହାନ ଶେଠୀ ବହୁତ ପ୍ରଭାବିତ ହେଇଛନ୍ତି । ଏହି କାରଣରୁ ଆହନ ଶେଠୀ ନ୍ୟାଶାଙ୍କର ତାରିଫ କରିବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଆହାନ ଶେଠୀ ଏହା ମଧ୍ୟ କହିଛନ୍ତି ଯେ ନ୍ୟାସା ଦେବଗନ ଏଭଳି ଏକ ଝିଅ ଯାହା ସହିତ ସମସ୍ତେ ବନ୍ଧୁତା କରିବା ପସନ୍ଧ କରିବେ ।
ବଲିଉଡ ଇଣ୍ଡଷ୍ଟ୍ରୀର ଖିଲାଡ଼ି ବୋଲାଉଥିବା ‘ଅକ୍ଷୟ କୁମାର’ଙ୍କ ପୁଅ ‘ଆରବ କୁମାର’ ପ୍ରାଏ ଚର୍ଚ୍ଚାରେ ରହି ଆସିଛନ୍ତି । ଆରବ କୁମାର ମଧ୍ୟ ନ୍ୟାସା ଦେବଗନଙ୍କୁ ଅଧିକ ପସନ୍ଧ କରନ୍ତି । ‘ନ୍ୟାସା ଦେବଗନ’ ଏବଂ ‘ଆରବ କୁମାର’ଙ୍କ ବନ୍ଧୁତା ଅତ୍ୟଧିକ ଭଲ ଅଟେ । ନଜରକୁ ଆସିଛି ଯେ ‘ଆରବ କୁମାର’ ବହୁତ ଲମ୍ବା ସମୟରୁ ‘ନ୍ୟାସା ଦେବଗନ’ଙ୍କୁ ଡେଟ କରି ଆସୁଛନ୍ତି । କିନ୍ତୁ ଏହାର କୌଣସି ସତ୍ୟତା ସୋସିଆଲ ମିଡିଆରେ ଆସିନାହିଁ । ବନ୍ଧୁଗଣ ଏହାଥିଲା ସେହି ଷ୍ଟାର କିଡ୍ସ ମାନଙ୍କ ବିଷୟରେ ବିବରଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।