ଓଡିଶାର ବଡ Loot: 10 ମିନିଟରେ ଲୁଟି ନେଲେ 10 କୋଟି!

ଫାଇନାନ୍ସ କମ୍ପାନୀରୁ ୧୨ କୋଟି ଟଙ୍କା ଲୁଟ ହୋଇଛି ପୁଣି ଦିନଟାରେ । ନୟାସଡକର ଆଇ ଆଇ ଏଫ ଏଲ ଫାଇନାନ୍ସ କମ୍ପାନୀରୁ ଶଶସ୍ତ୍ର ଡକାୟତି ହୋଇଛି ଦୁର୍ବୁତ ମାନେ ବନ୍ଧୁକ ଦେଖାଇ ଲୂତିଛନ୍ତି ୧୨ କୋଟି ଟଙ୍କା ଓ ଗହଣା । ସକାଳେ ବ୍ଯାଙ୍କ ଖୋଲିବା ବେଳେ ଚାରିଜନ ଯୁବକ ବ୍ୟାଙ୍କ କର୍ମ ଚାରିଙ୍କ ଉପରେ ଆକ୍ରମଣ  କରି ଟଙ୍କା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ତଦନ୍ତ କରିଛନ୍ତି ଏବଂ ଫାଇନାନ୍ସ କମ୍ପାନୀର ସିସିଟିଭି ଆଲରାମକମ କରୁଥିବା ବୋଲି ଜଣା ପଡୁଛି ।

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତିକି ସବୁ ଦିଗରୁ ଇଂବେଷ୍ଟିଗେସନ ଚାଲିଛି ବୋଲି । ଚାରିଜନ ଆସିଥିଲେ ବୋଲି କହିଲେ ଆଉ କଣ ହୋଇପାରେ ତଦନ୍ତ ପରେ ଜଣା ପଡିବ ବୋଲି କୁହାଯାଇଛି । ଏହି ଘଟଣା ଦଶଠାରୁ ୧୦.୩୦ ଭିତରେ ହୋଇଛି ବୋଲି ଜଣା ପଡିଛି ।

ତା ଭିତରେ ସ୍ଟାଫ ଓ ସିକ୍କ୍ୟୁରିଟି ଗାର୍ଡ ଓ ଷ୍ଟାଫ ମାନଙ୍କୁ ମରାମରି କରି ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ସବୁଠୁ ବଡ ଆଶା ଥିଲାକି ପୋଲିସ ସିସିଟିଭି ଯାଞ୍ଚ କରିବ ଓ ତାପରେ ସତ୍ୟସତ ଜଣା ପଡିବ । ସେଠାରେ ରାସ୍ତା ଶଙ୍କିର୍ଣ ଥିଲା ଓ ଦୁଇ ସାଇଟରେ ଦୋକାନ ଥିଲା । ଜଣ ଗହଳି ସ୍ଥାନରେ ଏହି ବ୍ୟାଙ୍କ ତାପରେ ମଧ୍ୟ ଏଟି କମ ସମୟ ଭିତରେ ୧୨ କୋଟି ଟଙ୍କା ଲୁଟ ହୋଇଛି । ଏହା କରି ଚାରିଜନ ଦୁରବୁତ ସଫଳ ହୋଇଛନ୍ତି । ସୂଚନା ଅନୁସାରେ ନା ସୁରକ୍ଷାର କିଛି ବନ୍ଦୋବସ୍ତ ଥିଲା ନା ଆଲାରାମ କାମ କରୁଥିଲା ନା ସିସିଟିଭି କାମ କରୁଥିଲା ।

ଏହା ଏବେ ଗୋଟେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ପୋଲିସ ମାନଙ୍କ ପାଇଁ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ । କଟକରେ ଏହିଭଳି ଗୋଟେ ବଡ ଧରଣର ଡକାୟତି କେବେ ହେବାର ନଜର ନଥିଲା । କିନ୍ତୁ ଆଜି ସକାଳ ୯ .୫୫ ମିନିଟରେ ଏହି ଘଟଣା ବିଷୟରେ ସାମ୍ବାଦିକ ସମିଳନୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତିନୋଟି ଟିମ ଗଠନ କରାଯାଇଛି ।  ଗ୍ରାମାଞ୍ଚଳ, କଟକ ରୁରାଲ, କେନ୍ଦ୍ରପଡା ଓ ଯାଜପୁର ବିଭିନ ଅଞ୍ଚଳରେ ନାକାବନ୍ଦି କରାଯାଇଛି ଦୁର୍ବୁତ ମାନଙ୍କୁ ଧରିବା ପାଇଁ ।

ପୋଲିସ ସବୁ ଦିଗକୁ ଯାଇ ତଦନ୍ତ କରୁଛି । ଆଉ ଯେଉଁ ଅଭିଯୁକ୍ତ ଆସିଥିଲେ ସେ ବିଭିନ ଭାଷାରେ କଥା ହେଉଥିଲେ । ସେ ହିନ୍ଦୀ ଓ ଓଡିଆରେ କଥା ହେବାରେ ଜଣା ପଡିଥିଲା । ଯେଉଁ ମାନେ ଲୁଟ କରିଛନ୍ତି ସେମାନେ ପୂର୍ବରୁ ବ୍ୟାଙ୍କ ସମ୍ବଧୀୟ ତଥ୍ୟ ପୂର୍ବରୁ ନେଇ ଏହି ଯୋଜନା କରିଛନ୍ତି ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *