ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ବା କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥାନ୍ତି । ହେଲେ ଏହି କିଛି ସମୟ ହେବ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଃଖମୟ ଖବର ଆସିଛି । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ଅନୁଭବ କରିବେ ।
ବର୍ତ୍ତମାନ ବଡ ଖବର ଯାହା ସାମ୍ନାକୁ ଆସୁଛି କି ଓଡିଆ ଅଭିନେତା ରବି ମିଶ୍ର ଏହି ଦୁନିଆରେ ଆଉ ନାହାନ୍ତି । ସେ ବହୁତ ଚଳଚିତ୍ର ଓ ସିରିୟଲରେ କାମ କରିଛନ୍ତି । ବହୁତ ବର୍ଷ ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ନିଜର ଦମଦାର ଅଭିନୟ ବଳରେ ସବୁ ଓଡିଆ ଦର୍ଶକମାନଙ୍କର ହୃଦୟ ଜିତି ଥିଲେ । କିନ୍ତୁ ବର୍ତ୍ତମାନ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । କହିବାକୁ ଗଲେ କିଛି ଦିନ ତଳେ ସେ ହୃଦ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
କିନ୍ତୁ ଆଜି ତାଙ୍କର ଦେହାନ୍ତ ହେବାର ଖବର ସାମ୍ନାକୁ ଆସୁଛି । ତେବେ ଜଣେ ବରିଷ୍ଠ କଳାକାର ରୂପରେ ସେ ଓଡିଆ ସିନେମାରେ ଓ ଟିଭି ଦୁନିଆରେ ବିଭିନ୍ନ ଭୂମିକାରେ ନଜର ଆସନ୍ତି । ସେ ଆମ ଓଡିଆର କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରିବା ସହ କେତେକ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସେ ନିଜର ସୁନ୍ଦର ଅଭିନୟକୁ ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କି ରବି ମିଶ୍ର ଗତକାଲି ହୃଦଘାତ ଆସିବାର ଏକ ସିନ ସୂଟ କରୁଥିଲେ ।
ଏମିତିରେ ଯେତେବେଳେ ସେ ଏହି ସିନକୁ ପୁରା କରିଦେଲେ ତେବେ ହଠାତ ସେ ନିଜ ହୃଦୟରେ କଷ୍ଟ ଅନୁଭବ କରିଲେ । ଏମିତିରେ ସେ ଚିନ୍ତା କରିଲେ କି ଏହା ବୋଧେ ଗ୍ୟାସ କାରଣରୁ ହେଉଛି ସେଥିପାଇଁ ସେ କିଛି ଔଷଧ ମଧ୍ୟ ସେବନ କରିଥିଲେ । କିନ୍ତୁ ଏହା ସତ୍ବେ ବି ସେ ଯେତେବେଳେ ବହୁତ ଅସ୍ତ ବ୍ୟସ୍ତ ଅନୁଭବ କରିଲେ ତେବେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ଏହି ସ୍ଥାନରୁ ପୁଣି ଥରେ ତାଙ୍କୁ ଭୁବନେଶ୍ବରର ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କୁ ଭ୍ନେଟିଲେଟରରେ ରଖା ଯାଇ ଥିଲା ।
କିନ୍ତୁ କିଛି ସମୟ ପୂର୍ବେ ହିଁ ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ । ବର୍ତ୍ତମାନ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରବିଙ୍କୁ ଝୁରୁଛି । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ଏହି ଖବର ବିଷୟରେ ଜାଣି ବହୁତ ଦୁଃଖ ଅନୁଭବ କରିଛନ୍ତି ।