ସରକାରଙ୍କ ବଡ ନିଷ୍ପତ୍ତି: କରୋନାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଜାଣନ୍ତୁ କଣ ମିଳିବ ଆପଣଙ୍କୁ

କ-ରୋ-ନା ଯୋଗୁ ସମସ୍ତଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇ ଯାଇଛି । କେବଳ ଦେଶର ନୁହେଁ ଜନସାଧାରାଣଙ୍କ ବି ଆର୍ଥିକ ସ୍ଥିତି ବହୁତ ହିଁ ସ୍ଵଚନୀୟ ହୋଇ ଯାଇଛି । କେତେକ ଲୋକମାନଙ୍କ ଚାକିରି ମଧ୍ୟ କ-ରୋ-ନା ଯୋଗୁ ଚାଲି ଯାଇଛି । ଏମିତିରେ ସେମାନ ଅଭାବ ମଧ୍ୟରେ ଚାଲୁଛନ୍ତି ।

ଏମିତିରେ କେବେ ଏହି କ-ରୋ-ନା ଯିବ ଓ କେବେ ଏହି ସ୍ଥିତିରେ ସୁଧାର ଆସିବ ଏହାକୁ ନେଇ ଲୋକମାନେ ଚର୍ଚା କରୁଛନ୍ତି । ଅନ୍ୟ ପଟେ କ-ରୋ-ନା ଯୋଗୁ ଦେଶର ଆର୍ଥିକ ଅବସ୍ଥା ବି ବହୁତ ତଳକୁ ଖସି ଯାଇଛି । ଏମିତିରେ ସରକାର ଦେଶର ଆର୍ଥିକ ସ୍ଥିତିକରେ ସୁଧାର ଆଣିବା ପାଇଁ କିଛି ପଦକ୍ଷେପ ନେଇଛନ୍ତି । କହିବକୁ ଗଲେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ ପ୍ୟାକେଜର ଘୋଷଣା କରିଛନ୍ତି ।

ଯେଉଁଥିରେ ଆଶା କରାଯାଉଛି କି ଏହି ପ୍ୟାକେଜ ଦ୍ଵାରା କ-ରୋ-ନା ଯୋଗୁ କ୍ଷତି ଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଅଳ୍ପ ସାହାର୍ଯ୍ୟ ମିଳିବ । ଏହି କ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୧୦ ହଜାର କୋଟିର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାକି ସମସ୍ତ ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହା ଛଡା ଦେଶର ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ୫୦ ହଜାର କୋଟି ଟଙ୍କାର ସହୟତା ରାଶି ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।

କହିବାକୁ ଗଲେ କ-ରୋ-ନା ସହ ଓ ଭବିଷ୍ୟତରେ ଏହିଭଳି ମହାମାରୀ ସହ ଲଢେଇ ପାଇଁ ଆମର ଦେଶର ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । କେବଳ ଏତିକି ନୁହେଁ ଦେଶରେ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିବା ପାଇଁ ମଧ୍ୟ ଶର୍କର ଏକ ପ୍ୟାକେଜର ଘୋଷଣା କରିଛନ୍ତି । ୧୦ ହଜାର ୭୦୦ ପଞ୍ଜୀକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ସରକାର ସହୟତା ରାଶି ଘୋଷଣା କରିଛି । ଏମାନେ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ରୁଣ ନେଇ କୌଣସି ବି ସ୍ଥାନରେ ନିବେଶ କରି ପାରିବେ ।

ଘୋଷଣା ଅନୁଯାୟୀ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୨୫ ଲକ୍ଷ ଲୋକମାନଙ୍କୁ ଋଣ ମିଳି ପାରିବ । ଅନ୍ୟ ପଟେ ଦେଶର ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଚାଷୀଙ୍କୁ ୧୪ ହଜାର ୭୭୫ କୋଟି ଟଙ୍କାର ସବସିଡି ଦିଆଯିବ । କହିଦେଉଛୁ କି ଗରିବଙ୍କୁ ମାଗଣା ରାସନ ଦେବା ପାଇଁ ମୋଦୀ ପୂର୍ବରୁ ହିଁ ଘୋଷଣା କରିଛନ୍ତି ଓ ନଭେମ୍ବର ମାସ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ରାସନ ମିଳିବ ।

ଏଥିପାଇଁ ପ୍ରାୟତଃ ୯୩ ହଜାର କୋଟି ଟଙ୍କା ଖର୍ଚ ହେବ ବୋଲି କୁହାଯାଇଛି । ସରକାର ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିଜା ଦେୟ ମୁକ୍ତ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଭିଜା ପାଇଁ ଦେବାକୁ ପଡୁଥିବା ଦେୟ ପ୍ରଥମ ୫ ଲକ୍ଷ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ମୂଲ୍ୟ ଲାଗିବ ନାହିଁ । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *