ବୃଦ୍ଧ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଲା ବିରଳ Blood Group, ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଦେଶରେ ୪ ପ୍ରକାରର ବ୍ଲଡ଼ ଗ୍ରୁପ ଦେଖିବାକୁ ମିଳିଥାଏ । ତେବେ ଏହାକୁ ବାଦ ନେଇ ଆଉ କିଛି ରକ୍ତ କନିକା ରହିଛି । ନିକଟରେ ଗୁଜୁରାଟର ଜଣେ ବ୍ୟକ୍ତି ଙ୍କ ଠାରୁ ଭିନ୍ନ ଧରଣ ବ୍ଲଡ଼ ଗ୍ରୁପ ମିଳିଛି ଯାହାକୁ ନେଇ ବିଜ୍ଞାନ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଛି । ଦେଶରେ ଏକ ଦୁର୍ଲଭା ବ୍ଲଡ଼ ଗ୍ରୁପ ମିଳିଛି । A,B,O AB+ ବ୍ଲଡ଼ ଗ୍ରୁପ କଥା ସମସ୍ତଙ୍କୁ ଜଣାଥିବ । ହେଲେ ଆଉ ଏକ ବ୍ଲଡ଼ ଗ୍ରୁପ ମିଳିଛି ଏହା ହେଉଛି EMM- । ଗୁଜୁରାଟର ୬୫ ବର୍ଷୀୟା ବ୍ୟକ୍ତିଙ୍କ ଶରୀରରେ ଏହି ଦୁର୍ଲଭ ବ୍ଲଡ଼ ଗ୍ରୁପ ଥିବା ଜାଣି ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହି ବ୍ୟକ୍ତି ଜଣକ ହୃଦଘାତ ସମସ୍ଯା ଦେଇ ଗତି କରିଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଦେଶରେ ଏଭଳି ଏକ ନୂଆ ପ୍ରକାରର ବ୍ଲଡ଼ ଗ୍ରୁପ ମିଳିବାରେ ବିରଳ ତଥା ପ୍ରଥମ ଘଟଣା ଅଟେ । ସମଗ୍ର ବିଶ୍ଵ ରେ ପ୍ରଥମ ଘଟଣା । ବିଶେଷଜ୍ଞକ ଙ୍କ କହିବା ଅନୁଯାୟୀ ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ମାନେ ନାଁ କାହାରୀକୁ ରକ୍ତ ଦେଇ ଜୀବନ ବଞ୍ଚାଇ ପାରିବେ ନାଁ କାହା ଠାରୁ ରକ୍ତ ଗ୍ରହଣ କରି ପାରିବେ ।

ତେଣୁ ଏମାନଙ୍କର କୌଣସି ସମସ୍ଯା ହେଲେ ରକ୍ତ ନ ପାଇବାକୁ ନେଇ ସ୍ଥିତି ଜଟିଳ ହୋଇପାରେ । ଏପରିକି ମରଣାନ୍ତକ ବି ହୋଇପାରେ । ଏଭଳି ସ୍ଥଳେ ଗୁରୁତର ଏହି ବ୍ୟକ୍ତିଙ୍କର ହାର୍ଟ ସମସ୍ଯା ଥିବାରୁ ତାଙ୍କର ଅସ୍ତ୍ରୋପଚାର କରିବା ଜରୁରୀ ହୋଇଥିବା ବେଳେ ଏହି ପ୍ରକାରର ବ୍ଲଡ଼ ଗ୍ରୁପ ନ ମିଳି ଥିବାରୁ ଅସ୍ତ୍ରୋପଚାର କୁ ନେଇ ଡାକ୍ତର ମାନେ ଚିନ୍ତାରେ ଅଛନ୍ତି ।

ମଣିଷ ଠାରେ ୪୨ ପ୍ରକାରର ଭିଣା ଭିନ୍ନ ପ୍ରକାରr ବ୍ଲଡ଼ ଗ୍ରୁପ ସିଷ୍ଟମ ରହିଛି ଯେପରିକି A,B,O,RH । କିନ୍ତୁ ସାଧାରଣତ ବ୍ଲଡ଼ ଗ୍ରୁପ କୁ ୪ ଭାଗରେ ବିଭକ୍ତ କରା ଯାଇଛି । ଏ ସବୁ ବାଦ EMM- ବ୍ଲଡ଼ ଗ୍ରୁପ ଏକ ନୂଆ ସିଷ୍ଟମ ସାମନାକୁ ଆସିଛି । ଏହି ବ୍ଲଡ଼ ଗ୍ରୁପ ଥିବା ଲୋକଙ୍କ ଶରୀର ରେ EMM- ହାଇ ଫ୍ରିକୱେନସି ଆଣ୍ଟିଜେନ ର ଅଭାବ ଥାଏ ।

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଅନ୍ୟ କାହାରୀକୁ ରକ୍ତ ଦେଇ ପାରିବେ ନାହି କି କାହା ଠାରୁ ରକ୍ତ ନେଇ ପାରିବେ ନାହି । ଏହାର ନାଁ EMM- ଏଥିପାଇଁ ରଖା ଯାଇଛି କି ଏଥିରେ EMM ନ ଥାଏ । ଆଉ ଏହି EMM ହେଉଛି ନାଲି ରକ୍ତ କୋସିକାରେ ଥିବା ଆଣ୍ଟିଜେନ ଯାହା ମନୁଷ୍ୟ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ ।

ସୌରାଷ୍ଟ୍ର ର ସମରପାନ ରକ୍ତ ଦାନ କେନ୍ଦ୍ରର ଡାକ୍ତର ସାନମୁଖ ଯୋଶୀ କହିଛନ୍ତି ହେ ହୃଦଘାତ ରେ ପୀଡିତ ହେବା ପରେ ଅହମଦାବାଦରେ ଚିକିତ୍ସିତ ହେଉଥିବା ୬୫ ବର୍ଷିୟା ବୃଦ୍ଧଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତର ଅଭାବ ହେବାରୁ ଏ ଯାଏଁ ଯୋଗଦାନ ହୋଇପାରୁ ନାହି । ଯାହାକୁ ନେଇ ପରିବାର ଓ ଡାକ୍ତର ଚିନ୍ତାରେ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ବଳଦ ବ୍ଲଡ଼ ଗ୍ରୁପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *