500 ବର୍ଷ ପରେ ହେଉଛି ମହାସଂଯୋଗ, ବୃହସ୍ପତି ମକର ରାଶିକୁ ଆସିବା ଫଳରେ ଏହି 4ଟି ରାଶି ରାତାରାତି ହେବେ କୋଟିପତି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହି ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ଘଟୁଥିବା ପରିବର୍ତ୍ତନ କାରଣରୁ ଜୀବନରେ ବି ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ । ତେବେ ସେହି ଗ୍ରହ ମାନଙ୍କ ମଧ୍ୟରୁ ବୃହସ୍ପତି ଗ୍ରହ ନଭେମ୍ବର 20 ତାରିଖ 1 ଘଣ୍ଟା 21 ମିନିଟ ସମୟରେ ମକର ରାଶିକୁ ପ୍ରବେଶ କରିଛନ୍ତି । ଯାହା ଫଳରେ ବୃଷ, କର୍କଟ, କନ୍ୟା, ଧନୁରାଶି ପାଇଁ ଶୁଭ ଫଳ ପ୍ରଦାନ କରିବେ ।

ବୃଷ ରାଶି

ବୃହସ୍ପତି ଗ୍ରହଙ୍କର ଚଳନ କାରଣରୁ ବୃହସ୍ପତିଙ୍କ କୃପା ଏହି ରାଶି ଉପରେ ପଡିବ ଯାହା ଦ୍ଵାରା ଏମାନଙ୍କର ସମସ୍ତ ମନୋସ୍କାମନା ପୂରଣ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟ ସହଜରେ ହେବାକୁ ଲାଗିବ । ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଗୁରୁ ଗ୍ରହର ରାଶି ପରିବର୍ତନ ଶୁଭ ଫଳ ଦାୟକ ରହିବ । ଏମାନଙ୍କୁ ଟଙ୍କା ରୋଜଗାରର ନୂଆ ନୂଆ ଉପାୟ ମିଳିଯିବ ।

କର୍କଟ:-

କର୍କଟରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସପ୍ତମଭାବରେ ପ୍ରବେଶ କରି ଲାଭଭାବ, ପରାକ୍ରମ ଭାବ ଏବଂ ଲଗ୍ନଭାବକୁ ପ୍ରଭାବିତ କରୁଛନ୍ତି। ଏହା ଫଳରେ ଆପଣଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ।

କନ୍ୟା:-

କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ଦେବଗୁରୁ ପଞ୍ଚମ ଭାବରେ ଅର୍ଥାତ୍ ବୁଦ୍ଧି ଏବଂ ସନ୍ତାନ କ୍ଷେତ୍ରରେ ଗୁରୁ ପ୍ରବେଶ କରିଛନ୍ତି ଯାହା ଫଳରେ ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ତେଜରାତି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ଲାଭବାନ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ।

ଧନୁ:-

ଧନୁରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ। ପରହାତରେ ଥିବା ଧନ ସହଜରେ ଆଦାୟ ହୋଇଯିବ। ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତୀ ଓ ଲାଭ ପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। କିନ୍ତୁ ଗୁରୁଙ୍କର ନକରାତ୍ମକ ପ୍ରଭାବ ଫଳରେ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ।

Leave a Reply

Your email address will not be published. Required fields are marked *