ବୃନ୍ଦାବନରେ ବାଙ୍କେବିହାରୀଙ୍କ ଏହି ଚମତ୍କାର ଦେଖି ଲୋକଙ୍କ ଉଡିଲା ହୋସ- ସତ୍ୟ ଘଟଣା

ଗୋଟେ ଝିଅ ଥିଲା ଯିଏ ଛୋଟ ବେଳେ ଶ୍ରୀକୃଷ୍ଣଙ୍କ ଭଜନ ଓ ଭକ୍ତି କରୁ ଥିଲା । ଭକ୍ତି କରି କରି ବଡ ହୋଇଗଲା ଓ ଭଗବାନଙ୍କ ଆଶୀର୍ବାଦରୁ ବୃନ୍ଦାବନରେ ବହୁତ ଭଲ ଘରେ ତାର ବିବାହ ହୋଇଗଲା । ବିବାହ କରି ବୃନ୍ଦାବନ ଆସିଲା ନୂଆ ବୋହୁ କାରଣରୁ ସେ କୁଆଡେବୀ ଯାଇ ପାରୁନଥିଲା । ସେ ତାର ମା ଘରକୁ ଗଲା , ଗୋଟେ ଦିନ ପରେ ତାର ସ୍ଵାମୀ ତାକୁ ନେବାକୁ ଆସିଗଲା ।

ପୁଣି ସେ ତା ସ୍ଵାମୀ ସହିତ ବୃନ୍ଦାବନ ଆସିଗଲା । ଆଉ ପହଞ୍ଚୁ ପହଞ୍ଚୁ ସନ୍ଧ୍ଯା ହୋଇଗଲା । ତାର ସ୍ଵାମୀ ବୃନ୍ଦାବନର ଯମୁନା କୂଳରେ ରହିକି କହିବାକୁ ଲାଗିଲା ଏହି ଗଛ ମୂଳରେ ବସ ମୁଁ ଟିକେ ଯାଇ ଯମୁନାରେ ସ୍ନାନ କରି ଆସୁଛି ଯଦି କିଛି ଆସୁବିଧା ହେବ ତେବେ ଡାକିବ । ଝିଅଟି ବସି ବସି ଭାବୁଥାଏ ଭଗବାନ ଶ୍ରୀକୃଷ୍ଣଙ୍କ ବହୁତ ଦୟାଳୁ ତାଙ୍କ କୃପାରୁ ମୋ ବିବାହ ସିଧା ବୃନ୍ଦାବନରେ ହୋଇଗଲା । ମୁଁ ଏତେ ବର୍ଷରୁ ଭଗବାନଙ୍କ ଭକ୍ତି କରୁଛି କିନ୍ତୁ ତାଙ୍କ ସହିତ ମୋର କୌଣସି ସମ୍ପର୍କ ଯୋଡିନି ।

ପୁଣି ଭାବୁଛି ଠାକୁରଙ୍କ ବୟସ କେତେ ହେବ । ପାଖା ପାଖି 16 ବର୍ଷର ହେବେ । ଆଉ ମୋର ସ୍ଵାମୀ ୨୦ ବର୍ଷର ଅଟନ୍ତି ଆଉ ଭଗବାନ ତାଙ୍କ ଠାରୁ ଟିକେ ଛୋଟ ଅଟନ୍ତି ଆଉ ତାଙ୍କ ଛୋଟ ଭାଇ ଭଳି ମାନେ ତାଙ୍କୁ ମୁଁ ଦେବର ଜି କହି ସମ୍ବୋଧନ କରିବି । ଆଉ ଠାକୁରଙ୍କ ସହିତ ନୂଆ ସମ୍ପର୍କ ଯୋଡି ମାନେ ମାନେ ବହୁତ ପ୍ରସନ୍ନ ହେଲା । ଆଉ ମନେ ମନେ ଠାକୁରଙ୍କୁ କହିଲା ଦେଖ ଭଗବାନ ଆଜିଠୁ ମୁ ତୁମର ଭାବି ଆଉ ତୁମେ ମୋର ଦେବର ଅଟ । ଆଉ ସେହି ସମୟ କେବେ ଆସିବା ଯେବେ ତୁମେ ମୋତେ ଭାଉଜ ଭାଉଜ ବୋଲି ଡାକିବ ।

ସେ ଏତିକି ଭାବୁ ଭାବୁ ତାର ପଚ୍ଛରୁ କିଏ ଜଣେ ବହୁତ ଛୋଟ ମାନେ ୧୫ ବର୍ଷର ପିଲାଟି ତାକୁ ଭାଉଜ ଭାଉଜ ବୋଲି ଡାକିଲା ସେ ବହୁତ ଓଢଣା ଦେଇଥିବାରୁ ଠିକ ସେ ଦେଖି ପାରିଲାନି ଆଉ ପିଲାଟି କଣ କଲା ତାର ଓଢଣା ଦେଖି ପଳାଇଲା ପଳାଇଲା । ଯେମିତି ତାର ସ୍ଵାମୀ ଆସିଲା ସେ ସବୁ କଥା କହିଲା । ତା ସ୍ଵାମୀ କହିଲା ମୋତେ ଡାକିଲନି କଣ ପାଇଁ, ହଉ ଠିକ ଅଛି ବୃନ୍ଦାବନ ବହୁତ ଛୋଟ ଜାଗା ସେଇ ପିଲା କେବେ ନା କେବେ ଦେଖା ଦେବ ବ୍ୟସ୍ତ ହୁଅନି ।

ଏହା କହି ଦୁଇଜଣ ଘରକୁ ଗଲେ ଆଉ ତାର ଶାଶୁ କହିଲା ବହୁତ ଦିନ ହେଲାଣି ବିବାହ ତେବେ ତୁମେ ଦୁଇଜଣ ଯାଇ ବାଙ୍କ ବିହାରୀଙ୍କ ଦର୍ଶନ କରିକି ଆସ । ଦୁଇଜଣ ଭଗବାନଙ୍କ ଦର୍ଶନ କରିବାକୁ ଗଲେ ଆଉ ବହୁତ ଭିଡ ଥିଲା ତାର ସ୍ଵାମୀ କହିଲା ତମେ ସେଇ ଲାଇନରେ ଯାଉଥାଏ ମୁଁ ଟିକେ ଆସୁଛି ଆଉ ଓଢଣା ଟେକ ନହେଲେ କେମିତି ଦେଖିବ । ସେ ଠାକୁରଙ୍କୁ ଦେଖୁ ଦେଖୁ ତାଙ୍କୁ ବାଙ୍କ ବିହାରୀଙ୍କ ଜାଗାରେ ସେଇ ପିଲାଟି ହସୁଥିବାର ଦେଖା ଦେଲା । ଆଉ ଦେଖି ସେ ଏକଦମ ଚିଲାଇବାକୁ ଲାଗିଲା ।

ଆଉ ସ୍ବାମୀଙ୍କୁ ଡାକ ଦେଲା ଜଲ୍ଦି ଆସ ଆଉ ସ୍ଵାମୀ ଆସିଲା କହିଲା କଣ ହେଲା ଝିଅଟି କହିଲା ଯିଏ ମୋତେ ଭାଉଜ ବୋଲି ଡ଼ାକିଥିଲା ସେ ମିଳିଗଲା । ସ୍ଵାମୀ କହିଲା କାହିଁ ସେ ଦୁଷ୍ଟ ବାଳକ ସ୍ତ୍ରୀ ଠାକୁରଙ୍କ ଆଡକୁ ଇସାରା କରି ଦେଖାଇଲା । ସ୍ଵାମୀ ଯେମିତି ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ସେଇ ମନ୍ଦିରରେ ନିଜ ସ୍ତ୍ରୀ ପାଦ ତଳେ ପଡିଲା ଆଉ କହିଲା ତୁମେ ଧନ୍ଯ ଅଟ । ଆଉ କହିଲା ତୁମ ହୃଦୟରେ ଠାକୁରଙ୍କ ପାଇଁ ଶଚା ଓ ଅତୁଟ ପ୍ରେମ ଅଛି ଠାକୁରଙ୍କ ପାଇଁ । ମୁଁ ଏତେ ଦିନ ହେଲା ବୃନ୍ଦାବନରେ ଅଛି କିନ୍ତୁ ଠାକୁରଜିଙ୍କୁ ଦର୍ଶନ କରିପାରିନି । ତୁମର ଭାଗ୍ୟ ବହୁତ ଯାହା ବାଙ୍କ ବିହାରୀ ତୁମକୁ ଦର୍ଶନ ଦେଲେ ।

Leave a Reply

Your email address will not be published. Required fields are marked *