ବୁଧ ରାଶି ର ପରିବର୍ତ୍ତନ ହେବାକୁ ଯାଉଛି । ବୁଧ ଧନୁ ରାଶି ରେ ଗମନାଗମନ କରିବାକୁ ଯାଉଛି । ବୁଧ ଗ୍ରହ ୧୭ ଡିସେମ୍ବର ଗୁରୁବାର ଦିନ ସକାଳ ୧୧ଟା ୨୬ମିନିଟ ରୁ ବିଛା ରାଶିରୁ ବାହାରି ଧନୁ ରାଶି ରେ ପ୍ରବେଶ କରିବ । ବିଶେଷ କଥା ହେଉଛି ସୂର୍ଯ୍ୟ ପୂର୍ବରୁ ସେହି ରାଶି ରେ ବସିଛନ୍ତି ଯେଉଁଠାରେ ବୁଧ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟ ଆତ୍ମା ଏବଂ ଶକ୍ତି ର ଏକ କାରକ ଭାବରେ ବିବେଚନା କରାଯାଉଥିବା ବେଳେ ବୁଧ ଗ୍ରହ କୁ ବୁଦ୍ଧି, ବାଣିଜ୍ୟ ଏବଂ ଜ୍ଞାନ ର ଏକ କାରକ ଭାବରେ ବିବେଚନା କରାଯାଇଛି ।
ବୁଧର ରାଶି ଚିହ୍ନ ସମସ୍ତ ରାଶିର ଚିହ୍ନ ଉପରେ ପ୍ରଭାବ ପକାଇବାକୁ ଯାଉଛି, କିନ୍ତୁ ଏହି ୪ଟି ରାଶି ପାଇଁ ବୁଧ ଗ୍ରହ ର ପ୍ରଭାବ ଆସୁଛି, ଜାଣନ୍ତୁ-
ମିଥୁନ ରାଶି ର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ:
ମିଥୁନ ରାଶି ର ଲୋକମାନେ ସେମାନଙ୍କ ପାଇଁ ଶୁଭ ଫଳାଫଳ ଆନୁଛନ୍ତି । ଆପଣଙ୍କ ରାଶିରେ ବୁଧର ଗମନାଗମନ ସପ୍ତମ ଘରେ ହେବାକୁ ଯାଉଛି । ଯେଉଁ କାରଣରୁ ଆପଣଙ୍କ ଜୀବନ ସାଥି ଙ୍କ ପୂର୍ଣ ସମର୍ଥନ ପାଇବେ । ସମ୍ପର୍କ ରେ ମଧୁରତା ରହିବ । ବ୍ୟବସାୟରେ ସହକର୍ମୀଙ୍କ ସହିତ ଯଦି କିଛି ଅସୁବିଧା ଥାଏ, ତେବେ ଏହା ଦୂର ହୋଇଯିବ । ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ ।
ସିଂହ ରାଶିର ଲୋକମାନେ ଆୟରେ ବୃଦ୍ଧି କରିବେ:
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧ ଗମନାଗମନ ଆୟ କ୍ଷେତ୍ରରେ ବୃଦ୍ଧି କରିବ । ଶିକ୍ଷା ଏବଂ ଅର୍ଥ ଦୃଷ୍ଟି ରୁ ଶୁଭ ଫଳାଫଳ ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କର ଚିନ୍ତାଧାରା ବୃଦ୍ଧି ପାଇବ ଏବଂ ଆପଣ ସଠିକ ନିସ୍ପତି ନେବେ । ଆୟର ବିକାଶରେ ସଫଳ ହେବେ ।
ତୁଳା ରାଶିର ଲୋକମାନେ ସାହସ ଏବଂ ପରିଶ୍ରମ ସହିତ ଲକ୍ଷ୍ୟ ହାସଲ କରିବେ:
ଏହି ରାଶିର ଲୋକମାନଙ୍କ ପାଇଁ ବୁଧ ର ଗମନାଗମନ ସାହସ ରେ ବୃଦ୍ଧି ପାଇବ । ଯେଉଁଥି ପାଇଁ ଚାକିରିରେ ସଠିକ ନିଷ୍ପତିରୁ ବ୍ୟବସାୟ ଭଲ ଲାଭ ପାଇବ । ଏହି ସମୟରେ ଗର୍ବ ଏବଂ କ୍ରୋଧ କରନ୍ତୁ ନାହିଁ ।
ଧନୁ ରାଶିର ଲୋକମାନେ ଏହି କ୍ଷେତ୍ର ରେ ସଫଳତା ପାଇବେ:
ଏହି ରାଶିରେ ବୁଧର ଗମନାଗମନ ପ୍ରଥମ ଘରେ ଘଟିବାକୁ ଯାଉଛି । ସୂର୍ଯ୍ୟ ପୂର୍ବରୁ ଧନୁ ରାଶିରେ ଅଛନ୍ତି । ସୂର୍ଯ୍ୟ ଙ୍କ ସହ ବୁଧର ଆଗମନ ସହିତ ସୂର୍ଯ୍ୟ-ବୁଧ ଆଦିତ୍ୟ ଯୋଗ ଗଠନ ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଗ ଶୁଭ ବୋଲି ବିବେଚନା କରାଯାଏ । ଚାକିରି, ବ୍ୟବସାୟ ଏବଂ ପ୍ରେମ ଜୀବନ ପାଇଁ ଏହି ଗମନାଗମନ ଶୁଭ ହେବାକୁ ଯାଉଛି ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।