ପ୍ରାଚୀନ ତକ୍ଷଶିଳା ର ଗୁରୁକୂଳ ରେ ଅର୍ଥଶାସ୍ତ୍ର ର ମହାନ ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ସଫଳ ଆଉ ଶୁଖି ଜୀବନ ରେ ବଞ୍ଚିବା ପାଇଁ ମହାନ ସୂତ୍ର , ଚାଣକ୍ୟ ନୀତି ରେ ରଚିତ ଅଛି । ଏହି ଗ୍ରନ୍ଥ ରେ କୁହାଯାଇଥିବା ନୀତି ମନ୍ୟୁଷ ର ସଫଳ ଜୀବନ ପାଇଁ ବହୁତ ଉପଯୋଗୀ ଅଟେ । ଏହି ଗ୍ରନ୍ଥ ର ଶ୍ରେଷ୍ଟ ନୀତି କୁ ମାନି ଜୀବନ କୁ ସଫଳ ଓ ସମୃଦ୍ଧି ରେ ଗଢିବା ଊଚ୍ଚିତ ।
ବୁଦ୍ଧିମାନ ବ୍ୟକ୍ତି ଏହି ୪ଟି କଥା କେବେ କାହାକୁ କୁହନ୍ତି ନାହିଁ । ବେଳେ ବେଳେ ଜଣା ଅଜଣା ରେ ଅନ୍ୟ କୁ ତ କହି ଦେଇଥାଉ କିନ୍ତୁ ଭବିଷ୍ୟତ ରେ ଏହା ଆମ ପାଇଁ ଦୁଃଖ ଆଉ ଅସୁବିଧା ର କାରଣ ବନିଯାଇଥାଏ ।
ଆଚାର୍ଯ୍ୟ ଚାଣକ୍ୟ ୪ ଟି କଥା କହିଛନ୍ତି ଯାହା ବୁଦ୍ଧିମାନ ବ୍ୟକ୍ତି କେବେ କାହାକୁ କୁହନ୍ତି ନାହିଁ । ଯେଉଁ ବ୍ୟକ୍ତି ଏହି କଥା କୁ କାହା ଆଗରେ କହିଦେଇଥାଏ ନିଶ୍ଚିନ୍ତ ତାକୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ ।
ପ୍ରଥମ କଥା:
ଯଦି ଆମେ ଅନ୍ୟ କୁ ଆମର ହଜିଯାଇଥିବା ସମ୍ପତି କିମ୍ବା ଖରାପ ଆର୍ଥିକ ସ୍ଥିତି କଥା କହିବା ତେବେ ହୁଏତ ସେହି ବ୍ୟକ୍ତି ଆପଣ ଙ୍କୁ ଅର୍ଥ ର ସାହାଯ୍ୟ କିମ୍ବା ପଇସାପତ୍ର ର ସାହାଯ୍ୟ କରିବାରେ ପଛଘୁଞ୍ଚା ଦେଇ ପାରେ । କାରଣ ଯାହା ପାଖରେ ଧନ ର ଅଭାବ ରହିଥାଏ ତାକୁ ଆର୍ଥିକ ସାହାଯ୍ୟ ମିଳିବା ବହୁତ କଷ୍ଟକର ହୋଇଥାଏ । ତେଣୁ ଆମ ଜୀବନ ରେ ଏହି ସବୁ କଥା କୁ ସବୁବେଳେ ଗୁପ୍ତ ରଖିବା ଆବଶ୍ୟକ ।
ଦ୍ଵିତୀୟ କଥା:
ଜୀବନ ରେ ନିଜ ର ଦୁଃଖ ର କଥା କାହାକୁ କହିବ ଉଚିତ ନୁହେଁ । କାରଣ ହୁଏ ତ ଆମେ ଆମ ଦୁଃଖକଷ୍ଟ କୁ ଅନ୍ୟ କୁ କହିବା ଆଉ ସିଏ ଆମ ଦୃବଲତା ର ଫାଇଦା ଉଠାଇପାରେ । ଦୁନିଆ ରେ ଏମିତିଆ ଲୋକ ଙ୍କର ଅଭାବ ନାହିଂ ଯିଏ ଆପଣଙ୍କ ଦୁଃଖ ଦେଖି ମଜାକ ଉଡାଇପାରନ୍ତି । ଏମିତି ରେ ଦୁଃଖୀ ବ୍ୟକ୍ତି ର ଦୁଃଖ ବଢିଯାଇଥାଏ । ସେଥିପାଇଁ ନିଜ ଜୀବନ ର ଦୁଃଖ କୁ ଅନ୍ୟ ଆଗରେ କୁହନ୍ତୁ ନାହିଂ ।
ତୃତୀୟ କଥା:
ଗୃହଣୀ ବା ସ୍ତ୍ରୀ ର ଚରିତ୍ର ଅନ୍ୟ କହିବା ଉଚିତ ନୁହେଁ । ଚାଲାକ ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ସହ ଜଡିତ ଖରାପ ବ୍ୟବହାର,ଘର ର ଝଗଡା,ନୀଚ୍ଚ ବୃଦ୍ଧି କାହା ଆଗରେ କୁହନ୍ତୁ ନାହିଂ । କାରଣ ଏହି ସବୁ କଥା ଗୁଡିକ ସମାଜ ରେ କହିଲେ ଆପଣଙ୍କୁ ହିଁ ସମାଜ ରେ ଅପମାନ ହେବାକୁ ପଡେ । ତା ସହ ସମାଜ ରେ ଏମିତି ବି ଲୋକ ଅଛନ୍ତି ସେମାନେ ଏଇ କଥା ର ଫାଇଦା ନେଇପାରନ୍ତି । ସେଥିପାଇଁ ନିଜ ସ୍ତ୍ରୀ ଓ ପରିବାର ର କଥା ପୁରୁଷ ମାନେ ଅନ୍ୟ କାହା ଆଗରେ କହିବ ଉଚିତ ନୁହେଁ । ସେହିଭଳି ଘର ର ମହିଳା ମାନେ ବି ଏଇ କଥା ଗୁଡିକୁ ଧ୍ୟାନ ଦେବା ଉଚିତ ।
ଚତୁର୍ଥ କଥା:
ଚାଣକ୍ୟ ନୀତି ଅନୁସାରେ ଯଦି କୌଣସି ନିଚ୍ଚ ବ୍ୟକ୍ତି ଆମକୁ ଅପମାନିତ କରେ ତାହେଲେ ଏହି କଥା କୁ କାହା ଆଗରେ କହିବା କଥା ନୁହେଁ । କାରଣ ଏହି କଥା ଯଦି ସମାଜ କୁ ଆଗ କୁ ଆସେ ତାହେଲେ ସମସ୍ତଙ୍କ ଧ୍ୟାନ ନିଚ୍ଚ ବ୍ୟକ୍ତି କୁ ଯିବ ନାହିଂ ଓଲଟା ଆପଣ ହିଁ ହସ ର ପାତ୍ର ହୋଇଯିବେ । ଯାହା ଦ୍ଵାରା ଆପଣଙ୍କ ସମାଜ ରେ ଥିବା ମାନସମ୍ମାନ ଉପରେ ଆଞ୍ଚ ଆସିପାରେ ।
ଯଦି ଆପଣମାନଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେଣ୍ଟ ରେ ନିଶ୍ଚୟ କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।