ଚାଲାକ ହବାର 2ଟି ସରଳ ନିୟମ- Chanakya Niti

ଆପଣ ମାନେ ସମସ୍ତେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆଚାର୍ଯ୍ୟ ଚାଣକ୍ୟ ବହୁତ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ନିଜ ଜୀବନରେ ଏମିତି ସବୁ କଥା ଜାଣି ପାରିଥିଲେ ଯାହା ବର୍ତମାନ ମଣିଷ ଏତେ ଜ୍ଞାନ ପାଇବା ପରେ ମଧ୍ୟ ବିଚାର କରି ପାରୁ ନାହିଁ । ସେହି ସମୟରେ ଆଚାର୍ଯ୍ୟ ଚାଣକ୍ୟ କେବଳ ନିଜ ବୁଢୀ ସାହାଜ୍ଯରେ ଚନ୍ଦ୍ର ଗୁପ୍ତ ମୋରୟଙ୍କୁ ପୁରା ରାଜ୍ୟ ଜିତିବାରେ ସାହାଜ୍ଯ କରିଥିଲେ ଯାହା କାହା ପାଇଁ ବି ସମ୍ଭବ ନଥିଲା ।

ତେବେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମଧ୍ୟ ବୁଦ୍ଧିମାନ ହୋଇ ପାରିବେ ଓ ଅନ୍ୟ ଲୋକେ ଆପଣଙ୍କ ବୁଦ୍ଧି ଦେଖି ଈର୍ଷ୍ୟା ମଧ୍ୟ କରିବେ ।

Image Courtesy: Google

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି ଆପଣ ନିଜ ଜୀବନରେ କେବେ ବେଜିତ ହବାକୁ ଚାହୁଁ ନାହାନ୍ତି ତେବେ ଏହି କଥା ଗୁଡିକ ସବୁବେଳେ ମନେ ରଖନ୍ତୁ ଓ ନିଜ ଜୀବନରେ ଏହାକୁ କେବେ କରିବେ ନାହିଁ । ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେମିତିକି ବେଶ୍ୟା ବ୍ୟକ୍ତି ସେହି ସମୟ ପର୍ଯ୍ୟନ୍ତ ରହିଥାଏ ଯେଉଁ ପର୍ଯ୍ୟନ୍ତ ସେହି ବ୍ୟକ୍ତି ପାଖରେ ଧନ ଅଛି, ଯେତେବେଳେ ସେହି ବ୍ୟକ୍ତି ନିର୍ଧନ ହୋଇଥାଏ ତା ପରେ ବେଶ୍ୟା ତାକୁ ଛାଡି ଦେଇଥାଏ । ତେବେ ସେହି ଭଳି ପକ୍ଷୀ ମଧ୍ୟ ସେହି ଜାଗାରେ ବସା କରି ଥାନ୍ତି ଯେଉଁ ଜାଗାରେ ତାଙ୍କୁ ଫଳ ଓ ଖାଇବା ପାଇଁ ଜିନିଷ ମିଳିଥାଏ ।

Image Courtesy: Google

ତେବେ ଯେଉଁ ରାଜ୍ୟ ରାଜା ଦୁର୍ବଳ ହୋଇଥାଏ ସେହି ରାଜ୍ୟ ଲୋକ ନିଜ ରାଜ୍ୟ ଉପରେ ଭରସା କରନ୍ତି ନାହିଁ । ତେବେ ଆଚାର୍ଯ୍ୟ ଚାଙ୍କାୟ କହିଛନ୍ତି ଏହି ଉଦାହରଣ ଅର୍ଥ ମଣିଷକୁ କୌଣସି ବ୍ୟକ୍ତି, ଜିନିଷ ଠାରୁ ସେତିକି ସ୍ନେହ ମମତା ରଖିବା ଉଚିତ ଯେତେ ସେ ଆମକୁ ହାନି ନକରିଥାଏ ।

ଯଦି ଆମେ ଅତ୍ୟଧିକ କାହା ସହ ମିଶି ଥାଉ ବା କାହାକୁ ନିଜ ଜୀବନ ଉପରେ ଅଧିକାର ଦେଇଥାଉ ସେତେବେଳେ ସେହି ମଣିଷ ଆମକୁ ବେଜିତ ମଧ୍ୟ କରି ପାରେ ଓ ଆମ ଆତ୍ମସମ୍ମାନକୁ ହାନି କରିଥାଏ । ତେବେ କୁହା ଯାଇଛି ନିଜ ସମ୍ମାନ ନିଜ ହାତରେ ହୋଇଥାଏ ଯଦି ଆପଣ ନିଜକୁ ସମ୍ମାନ ଦିଅନ୍ତି ତେବେ ସମସ୍ତେ ଦେବେ କିନ୍ତୁ ଯଦି ଆପଣ ନିଜକୁ ସମ୍ମାନ ଦିଅନ୍ତି ନାହିଁ ତେବେ କିଛି ଅର୍ଥ ରହି ଯିବ ନାହିଁ ।

Image Courtesy: Google

୨. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଦୁନିଆରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଜଣେ ଯିଏ ଭାଗ୍ୟ ଭରସାରେ ସବୁ କିଛି ଛାଡି ଦେଇଥାନ୍ତି ଓ ଅନ୍ୟ ଜଣେ ଅସୁବିଧା ସମୟରେ ମଧ୍ୟ ନୂଆ ରାସ୍ତା ବାହାର କରିବା ପାଇଁ ଇଛା କରି ଥାନ୍ତି । ତେବେ ଯେଉଁ ବ୍ୟକ୍ତି ନିଜ ଭାଗ୍ୟ ଭରସା ରେ ବସି ଯାଇଥାଏ ସେହି ବ୍ୟକ୍ତି ଜୀବନରେ କିଛି ବି ଭଲ ହୋଇନଥାଏ ।  କାହିଁକିନା ସେ ନିଜ ସମସ୍ଯାରୁ ବାହାରିବା ପାଇଁ କିଛି କରି ନଥାଏ କିନ୍ତୁ ଯେଉଁ ବ୍ୟକ୍ତି ସମସ୍ଯାରୁ ବାହାରିବା ପାଇଁ ସବୁ ପ୍ପ୍ରାକାର କାର୍ଯ୍ୟ ଓ ବୁଦ୍ଧି ଖର୍ଚ କରିଥାଏ ତାଙ୍କୁ ଜୀବନରେ ସଫଳତା ଅବଶ୍ୟ ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *