ବୁଡିଯିବ Odisha ଉପକୂଳ, 30 କୋଟି ଲୋକଙ୍କ ଜୀବନରେ ଆସିଯିବ ପ୍ରଳୟ

ପୃଥିବୀର ଜଳବାୟୁ ଦିନକୁ ଦିନ ବଦଳିବାରେ ଲାଗିଛି । ଏହା ସହିତ ପରିବେଶ ମଧ୍ୟ ନଷ୍ଟ ହୋଇ ଚାଲିଛି । ସମୁଦ୍ର ପାଣି ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହା ସହିତ ପୃଥିବୀରେ ଜଳଭାଗ ବଢିବାରେ ଲାଗିଛି । ସୂଚନା ଅନୁସାରେ ବିଶ୍ଵ ଉପକୂଳ ବର୍ତ୍ତୀ ଅଞ୍ଚଳ ଗୁଡିକରେ ବିପଦ ମାଡି ଆସୁଛି । ୩୦ ବର୍ଷ ପରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଜଳ ପ୍ରଳୟ ଆସିବ । ୨୦୫୦ ମଧ୍ୟରେ ସମୁଦ୍ର ଉପକୂଳରେ ଥିବା ବହୁତ ବଡ ବଡ ସହର ବୁଡିଯିବ । ପାଣି ମଧ୍ୟରେ ବଡ ବଡ ବିଲଡିଙ୍ଗ ଓ ପ୍ରାଚୀନ କୀର୍ତି ଗୁଡିକ ଲୁଚି ଯିବ । କହିବାକୁ ଗଲେ ଜଳବାୟୁ ଉପରେ ରିସର୍ଚ କରୁଥିବା କ୍ଲାଇମେଟ ସେଣ୍ଟ୍ରାଲ ଏହିଭଳି କିଛି ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଛି ।

ରିପୋର୍ଟରେ କୁହାଯାଇଛି ଯଦି ୨୦୫୦ ମସିହା ମଧ୍ୟରେ ଉପକୂଳ ବର୍ତ୍ତୀ ଅଞ୍ଚଳ ଗୁଡିକ ଯଦି ଜଳମଗ୍ନ ହୋଇଯିବେ ତେବେ ଏହା ଦ୍ଵାରା ପାଖାପାଖି ୩୦ କୋଟି ଲୋକମାନେ ପ୍ରଭାବଇତ ହେବେ । ପୂର୍ବରୁ ୮ କୋଟି ଲୋକମାନେ ଏହି କାରଣରୁ ପ୍ରଭାବିତ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉ ଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ରିପୋର୍ଟ ଆସିଛି ତାହା ବହୁତ ଅଧିକ ଅଟେ ।

ବିଶେଷ କରି ୬ ଟି ଦେଶ ଭାରତ, ବାଂଲାଦେଶ, ଚୀନ, ଭିଏତନାମ, ଇଣ୍ଡୋନେସିଆ, ଓ ଥାଇଲାଣ୍ଡର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ ସମୁଦ୍ର ନିଜ ମଧ୍ୟରେ ମିଶାଇ ଦେବ । ୨୦୫୦ ମଧ୍ୟରେ ଭାରତର ୩ କୋଟି୬୦ ଲକ୍ଷ, ଚୀନର ୯ କୋଟି ୩୦ ଲକ୍ଷ, ବାଂଲାଦେଶ ୪ କୋଟି ୨୦ ଲକ୍ଷ, ଭିଏତନାମ ୩ କୋଟି ୧୦ ଲକ୍ଷ, ଇଣ୍ଡୋନେସିଆ ୨ କୋଟି ୩୦ ଲକ୍ଷ, ଥାଇଲାଣ୍ଡ୧ କୋଟି ୧୦ ଲକ୍ଷ ଲୋକମାନେ ପ୍ରଭାବିତ ହେବ । ଏହି ସବୁ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକର ୭୫ ଭାଗ ସମୁଦ୍ର ମଧ୍ୟରେ ମିଶି ଯାଇ ପାରେ ।

ଏହା ସହିତ ଭାରତର ଉପକୂଳବରତି ବଡ ବଡ ସହର ଗୁଡିକରେ ବିପଦ ବି ବଢିବାରେ ଲାଗିଛି । ପୂର୍ବ ଉପକୂଳରେ ପଶ୍ଚିମବଙ୍ଗ ରାଜ୍ୟ ଓ ଓଡିଶା ଅଧିକ କ୍ଷତିର ସାମ୍ନା କରିବ । କ୍ଲାଇମେଟ ସେଣ୍ଟ୍ରାଲ ରିପୋର୍ଟ ଅନୁସାରେ ଓଡିଶା ଉପକୂଳବର୍ତ୍ତୀ ଆଞ୍ଚଲ ଗୁଡିକ ଯେମିୟି ଚିଲିକ,ଆ କୋଣାର୍କ,ସାତପଡା, ବ୍ରହ୍ମଗିରି, କାକଟପୁର, ପାରାଦ୍ଵୀପ, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ଆଳି, ଚାନ୍ଦବାଲି, ବାସୁଦେବପୁର, ଚାନ୍ଦିପୁର, ବାଲିଆପାଳ ଇତ୍ୟାଦି କିଛି ସହରକୁ ସମୁଦ୍ର ପାଣି ଓ ବାଲି ବୁଡାଇ ଦେବ । ସେହିଭଳି ପଶ୍ଚିମବଙ୍ଗର ସୁନ୍ଦରବନ, ହଳଦିଆ ଓ ଦିଘା ତ୍ୟାଦି ଉପକୂଳ ଗୁଡିକ ବୁଡି ଯାଇ ପାରେ ।

Leave a Reply

Your email address will not be published. Required fields are marked *