ରାଶି ଅନୁସାରେ କରନ୍ତୁ ଏହି ସବୁ ବ୍ୟବସାୟ – ସଫଳ ହେବାରୁ କେହିବି ଅଟକାଇ ପାରିବେ ନାହିଁ

ସାଧାରଣ ଜୀବନରେ ଆମେ କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିଥାଉ । ଗ୍ରହ ନକ୍ଷତ୍ରଙ୍କ ଗତି ବିଧି ଉପରେ ଲଖ୍ୟ କରି ଆମ ବ୍ୟବସାୟ ଆରମ୍ଭ କରିବାକୁ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି । ଏହା ସହିତ ଜ୍ୟୋତିଷ କହିଥାନ୍ତି କେଉଁ ବ୍ୟବସାୟରେ ଆମକୁ ସଫଳତା ମିଳିବ । ତେବେ ଆସନ୍ତୁ ଜାଣିବା ନିଜ ରାଶି ଅନୁସାରେ କେଉଁ ବ୍ୟବସାୟ ଆପଣ ମାନଙ୍କୁ ଦେଇ ପାରିବ ସଫଳତା । କେଉଁ ରାଶି ପାଇଁ କେଉଁ ବ୍ୟବସାୟ-

ମେଷ: ଏହି ରାଶିର ବ୍ୟକ୍ତି ଯଦି ଲୁହା, କାଗଜ, ବସ୍ତ୍ର, ଅଳଙ୍କାରର ବ୍ୟବସାୟ କରନ୍ତି ତେବେ ବ୍ୟବସାୟରେ ଉନ୍ନତି ହେବ ।

ବୃଷ: ଏହି ରାଶିର ବ୍ୟକ୍ତି ସ୍ୱର୍ଣ୍ଣ, ହୋଟେଲ, ଔଷଧ ଓ କୃଷିଜାତ ଦ୍ରବ୍ୟର ବ୍ୟବସାୟ କଲେ ସଫଳତା ମିଳିବ ।

ମିଥୁନ: ଏହି ରାଶିର ବ୍ୟକ୍ତି ଗୃହନିର୍ମାଣ, ସିନେମା ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ଲାଭ ପାଇବେ ।

କକର୍ଟ: ଏହି ରାଶିର ବ୍ୟକ୍ତି ସୁନା ରୂପା ଅଳଙ୍କାର ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ଉନ୍ନତି ପାଇବେ ।

ସିଂହ: ଏହି ରାଶିର ବ୍ୟକ୍ତି କାଗଜ, ପ୍ରେସ, ହୋଟେଲ ଆଦି କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା: ଏହି ରାଶିର ବ୍ୟକ୍ତି ମାଛ, ଔଷଧ ଷ୍ଟେସନାରୀ କାର୍ଯ୍ୟରେ ଅତ୍ୟନ୍ତ ଲାଭ ପାଇବେ ।

ତୁଳା:ଏହି ରାଶିର ବ୍ୟକ୍ତି ଲୁହା, କୋଇଲା, ଯନ୍ତ୍ରପାତି କ୍ଷେତ୍ରରେ ସଫଳତା ପାଇବେ ।

ବିଛା: ଏହି ରାଶିର ବ୍ୟକ୍ତି କୃଷିଜାତ ଦ୍ରବ୍ୟ, ବାଦ୍ୟ ଯନ୍ତ୍ର, ମସଲା ସାମଗ୍ରୀ ବ୍ୟବସାୟରେ ଉନ୍ନତି ପାଇବେ ।

ଧନୁ: ଏହି ରାଶିର ବ୍ୟକ୍ତି ପୂଜା ସାମଗ୍ରୀ, ବିଦ୍ୟୁତ ଉପକରଣ, ଶସ୍ୟ, ମାଛ ବ୍ୟବସାୟରେ ଲାଭବାନ ହେବେ ।

ମକର:ଏହି ରାଶିର ବ୍ୟକ୍ତି ଗାଡି, ଅଳଙ୍କାର ବ୍ୟବସାୟରେ ଉନ୍ନତି ପାଇବେ ।

କୁମ୍ଭ: ଏହି ରାଶିର ବ୍ୟକ୍ତି ଲୁହା ସାମଗ୍ରୀ, ସୁନା ଓ ରୂପା ବ୍ୟବସାୟରେ ଲାଭବାନ ହେବେ ।

ମୀନ:ଏହି ରାଶିର ବ୍ୟକ୍ତି ପୁସ୍ତକ, କାଗଜପତ୍ର, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *