ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କୁ ନେଇ ଉଠିଲାଣି ଅନେକ ପ୍ରଶ୍ନ । ଭିଡ ଭିତରେ ନବ ଦାସଙ୍କୁ ଗୁ-ଳି ପୋଲିସ ଏସଆଇ ଗୋପାଳ ଦାସ କରିଥିଲା ନା ଆଉ କିଏ କରିଥିଲା ? ଯଦି ଗୋପାଳ ଦାସ କରିଛି ତେବେ ତା ପଛରେ ଆଉ କାହାର ହାତ ଅଛି କି ? ପୁରା ଘଟଣାକୁ ଏକ ଶକ୍ତିଶାଳୀ ଟିମ ମ୍ୟାନେଜ କରୁଥିଲା ଆକି ? ଏମିତିକି ସୋସିଆଲ ମିଡିଆକୁ ମଧ୍ୟ ମ୍ୟାନେଜ କରାଯାଇଥିବା କୁହାଯାଇଛି ।
ଏମିତି ଅନେକ ପ୍ରଶ୍ନ ନବ ଦାସଙ୍କ ହ-ତ୍ୟା ପଛରେ ମୁଣ୍ଡ ଟେକିଲାଣି । କୁହାଯାଉଛି ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁ-ଳି କରିଛି । ଘଟଣା ସ୍ଥଳରେ ଅଧିକାଂଶ ଥିଲେ ନବ ଙ୍କ ଶୁଭେଛୁ । ସମସ୍ତଙ୍କ ହାତରେ ଥିଲା ଗୋଟେ ଗୋଟେ ମୋବାଇଲ ଫୋନ । ପ୍ରାୟ ସମସ୍ତେ ଭିଡିଓ କରୁଥିଲେ ନ ହେଲେ ଫୋଟୋ ଉଠାଉଥିଲେ ।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ସୁଧା ଆସିଥିବା ଫୋଟୋ ଓ ଭିଡିଓ ଭିତରୁ ଗୋପାଳ ଦାସ ଗୁ-ଳି ମା-ଡ କରୁଥିବାର ସିଧା ପ୍ରମାଣ କିଛି ନାହି । ସେହିପରି ହ-ତ୍ୟା-କା-ରୀ କୁହା ଯାଉଥିବା ଏଏସଆଇ ଗୋପାଳ ର ସ୍ତ୍ରୀ ଗଣମାଧ୍ୟମକୁ ଯେଉଁ ପ୍ରାଥମିକ ପ୍ରତିକ୍ରିୟା ଦେଇଥିଲେ ସେଥିରେ ସେ ଆଦୌ ବିବ୍ରତ ଥିବାର ମନେ ହେଉ ନ ଥିଲା ।
ସ୍ଵାମୀ କେଉଁ ସ୍ଥିତି ରେ ଗୁଳି କରିଲେ ତାହା ଜାଣିବା ଆଗରୁ ଗୋପାଳଙ୍କ ସ୍ତ୍ରୀ କହିଥିଲେ ତାଙ୍କ ସ୍ଵାମୀ ଜଣେ ମାନସିକ ରୋଗୀ ସେଥିପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଡାକ୍ତର ମଧ୍ୟ ସେହି ସମାନ କଥା ଅହିଛନ୍ତି । ଡାକ୍ତର ଙ୍କ କହିବା ଅନୁଯାୟୀ ଯଦି ଗୋପାଳ ଜଣେ ମାନସିକ ରୋଗୀ ତେବେ ସେ ଚାକିରି ଥିଲେ କେମିତି ? ପୋଲିସ ବିଭାଗ ଅନେକ ବର୍ଷ ଧରି ଜଣେ ପାଗଳ କୁ ଚାକିରି ରେ କେମିତି ରଖିଥିଲେ ?
ଗୋପାଳ ଙ୍କୁ ଏସଆଇ ପଦରେ ପ୍ରମୋଶନ ଦିଆ ଯାଇଥିଲା ଆଉ ତା ହାତରେ ବନ୍ଧୁକ ଥିଲା । ଯଦି ତା ମୁଣ୍ଡ ତେବେ ସେ କାହାରୀକୁ ବି ମା-ରି-ପା-ରା ଥାନ୍ତା । କିନ୍ତୁ ସେ କାହାକୁ ମାରୁ ନ ଥିଲେ । ଖାଲି ନବ ଦାସ ଙ୍କୁ ହିଁ ମାରିଲେ । ଏବେ ତ ସନ୍ଦେହ ହେଲାଣି ନବ ଦାସ ଙ୍କୁ ଗୁ-ଳି ଗୋପାଳ ଦାସ ମାରିଛି ତ ନା ଭିଡ ଭିତରେ ଆଉ କିଏ ମାରିଛି ? ପୁରା ଘଟଣା କ୍ରମ ରୁ ସନ୍ଦେହ ହେଉଛି ଗୋପାଳ କେବଳ ଏକ ଅସ୍ତ୍ର ।
ତା ପଛରେ ବ୍ୟବସ୍ଥିକ ସିଷ୍ଟମ ଥିବାର ମନେ ହେଉଛି । ପୁରା ଘଟଣା ଯେମିତି ଘଟିଲା ଓ ତାକୁ ଯେମିତି ମ୍ୟାନେଜ କରାଗଲା ତାହା ଅନେକ ସନ୍ଦେହ ସୃଷ୍ଟି କରୁଛି । ଏପରିକି ଏହି ଘଟଣାରେ ମିଡିଆ ଓ ସୋସିଆଲ ମିଡିଆ ଓ ବିରୋଧୀ ଙ୍କୁ ମ୍ୟାନେଜ କରା ଯାଇଛି ବୋଲି ଅଭିଯୋଗ ଉଠିଲାଣି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।