ବିଧାନସଭା ଆଗରେ Car ଉଠିଲା 10 ଫୁଟ ଉପରକୁ, ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ସରକାର ଦଶହରା ଓ ଆସନ୍ତା ପର୍ବ ପର୍ବାଣିକୁ ଆଖି ଆଗରେ ରଖି ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ କରଫ୍ୟୁ ଜାରି କରିଛନ୍ତି । ଏହା ସହିତ ସମସ୍ତେ କୋ-ଭି-ଡ ନିୟମ ମାନିବା ପାଇଁ ବାଧ୍ୟ ବୋଲି ସୂଚନା ଜାରି କରିଛନ୍ତି । ଏହି ନାଇଟ କରଫ୍ୟୁରେ କଟକ ଓ ଭୁବନେଶ୍ଵରରେ ରାତି ୮ ରୁ ସକାଳ ୫ ପର୍ଯ୍ୟନ୍ତ କରଫ୍ୟୁ ଜାରି ରହିବ । ଏହି ସମୟରେ ସମସ୍ତେ ଦୋକାନ ବଜାର ଓ ଯାତାୟାତ ବନ୍ଦ ରହିବ ବୋଲି ସରକାର ନିର୍ଦେଶ ଜାରି କରିଛନ୍ତି ।

କିନ୍ତୁ ଟ୍ଵିନ ସିଟି ଛାଡି ଦେଲେ ଏହି ନାଇଟ କରଫ୍ୟୁର ସମୟ ରାତି ୧୦ ରୁ ସକାଳ ୫ ରଖା ଯାଇଛି । କହିବାକୁ ଗଲେ ସରକାର ସଂକ୍ରମଣକୁ ଅଧିକ ନ ବଢିବା ପାଇଁ ଏହିଭଳି ପଦେକ୍ଷେପ ନେଇଛନ୍ତି । ଏମିତିରେ ପର୍ବ ପର୍ବାଣି ସମୟରେ ଲୋକମାନଙ୍କୁ ଅଳ୍ପ ଅସୁବିଧା ହୋଇପାରେ ।

କିନ୍ତୁ ଏହା ଆମ ସମସ୍ତଙ୍କ ପାଇଁ ଭଲ ଅଟେ । କିନ୍ତୁ ଏହା ସତ୍ବେ କିଛି ଅମାନିଆ ସରକାରଙ୍କ ଏହି ନିୟମ ବି-ରୁ-ଦ୍ଧରେ ଯାଇ ରାତିରେ ଯାତାୟାତ କରୁଛନ୍ତି । ଏହିଭଳି କିଛି ମାମାଳା ସାମ୍ନାକୁ ଆସିଛି । ଯେଉଁଥିରେ ନାଇଟ କରଫ୍ୟୁ ସମୟରେ ଗୋଟିଏ କାର ପୋ-ଲି-ସର ବ୍ୟରିକେଡ଼ ଭାଙ୍ଗି ଯିବା ସମୟରେ ଦୁର୍ଘଟଣାର ଶି-କା-ର ହୋଇଛି । ସୂଚନା ଅନୁସାରେ ଭୁବନେଶ୍ଵରର PMG ସ୍କୋୟାରରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ଗୋଟିଏ SUV କାର ପୋ-ଲି-ସ ବ୍ୟରିକେଡ଼କୁ ଧକା ମା-ରିଥିଲା । ଧକା ମା-ରିବା କାରଣରୁ କାର ଟି ୧୦ ଫୁଟ ଉଚ୍ଚକୁ ଉଠି ଯାଇ ଥିଲା । ଝାକି ଅତି ଭୟଙ୍କର ଦୃଶ୍ୟ ଥିଲା । ଏହା ପରେ ପୋ-ଲି-ସ ସେହି ସ୍ଥାନରେ ପହଞ୍ଚି ପ୍ରଥମେ ଗାଡିରେ ଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲା । କହିଦେଉଛୁ କି ଗାଡିରେ ଦୁଇ ଜଣ ରହିଥିଲେ । ଦୁଇ ଜଣ ଯାକ ହିଁ ଅଳ୍ପ ଆଘାତ ପାଇଛନ୍ତି ।

କାହିଁକି ଏହି ଦୁର୍ଘଟଣା ଘଟିଲା, କାରରେ ଥିବା ଦୁଇ ଜଣ ବ୍ୟକ୍ତି ରାତିରେ କେଉଁ ସ୍ଥାନକୁ ଯାଉଥିଲେ, ଏହା ସହିତ କାହିଁକି ଗାଡିକୁ ଏତେ ସ୍ପୀଡରେ ଚଲାଉଥିଲେ ଏହି ସବୁ ପ୍ରଶ୍ନର ଜବାବ ଜାଣିବା ପାଇଁ ପୋ-ଲି-ସ ଗାଡି ଭିତରେ ଥିବା ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଛି । ପୋ-ଲି-ସ ସେମାନଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ।

Leave a Reply

Your email address will not be published. Required fields are marked *