ମାଁ ଚନ୍ଦ୍ରହାସିନୀଙ୍କ ମନ୍ଦିର ର ସଂପୂର୍ଣ୍ଣ ରହସ୍ୟ, ଯାହା ଆଗରୁ କେହି ଜାଣି ନାହାନ୍ତି…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଚନ୍ଦ୍ରହାସିନୀ ମାଁ ଙ୍କ ମନ୍ଦିର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଛତିଶଗଡ ଜିଲ୍ଲା ଯାଜଙ୍ଗିର-ଚମ୍ପା ଜିଲ୍ଲା ର ଡମ୍ବରା ତହସିଲ ନିକଟସ୍ଥ ମାଣ୍ଡ ଓ ମହାନଦୀର ସଙ୍ଗମରେ ଅ ସ୍ଥିତ ରହିଛି ଚନ୍ଦ୍ରପୁର ଗାଁ ଆଉ ସେଠାରେ ରହିଛନ୍ତି ଚନ୍ଦ୍ରହାସିନୀ ମନ୍ଦିର । ଯେଉଁ ଠାରେ ବିରାଜମାନ ଅଛନ୍ତି ମାଁ ଚନ୍ଦ୍ରହାସିନୀ । ଏହାକି ସିଦ୍ଧ ଶକ୍ତି ପୀଠ ମଧ୍ୟ କୁହାଯାଏ । ମା ଦୁର୍ଗଙ୍କ ୫୨ଟି ସ୍ଥିତ ପିଠା ମଧ୍ୟରୁ ଏହା ଅନ୍ୟତମ ଅଟେ । ଏହି ଭବ୍ୟ ମନ୍ଦିର କିପରି ଭାବେ ଗଠିତ ହୋଇଥିଲା ଆସନ୍ତୁ ଶଙ୍ଖେପରେ ଜାଣିବା ।

ପୌରାଣିକ କଥା ଅନୁଯାୟୀ ଥରେ ସମ୍ବଲପୁର ର ରାଜା ଚନ୍ଦହାସ ଚନ୍ଦ୍ରପୁର ବାଟ ଦେଇ ଯାଇଥିବା ସମୟରେ ମାଁ ଚନ୍ଦ୍ରହାସିନୀ ମହାନଦୀ କୂଳରେ ସୟନ କରୁଥିଲେ । କାରଣ ମାହାଣ୍ଡି କୁଳରେ ଶୋଇବା ସମୟରେ ମା ଙ୍କ ଦେହରେ ଶୀତଳ ଜଳ ଓ ପବନ ବାଜୁଥିଲା । ସେହି ସମୟରେ ରାଜାଙ୍କର ରଥ ମାନକ ପାଦରେ ବାଜିଲା କିନ୍ତୁ ମା କିଛି ପ୍ରତିକ୍ରିୟା ରଖିଲେ ନାହି । କିଛି ଦିନ ପରେ ରାଜାଙ୍କୁ ମା ଚନ୍ଦ୍ରହାସିନୀ ସ୍ଵପ୍ନାରେ କହିଲେ ଚନ୍ଦ୍ରପୁରର ମହାନଦୀ ଓ ମାଣ୍ଡ ମଝିରେ ମୋର ଏକ ଭବ୍ଯ ମନ୍ଦିର ନିର୍ମାଣ କରିବୁ ତା ସଙ୍ଗେ ମୋର ମୂର୍ତ୍ତି ସ୍ଥାପନ କରିବୁ ।

ଏତିକି କହି ମା ସ୍ଵପ୍ନରୁ ଚାଲିଗଲେ ଆଉ ତା ପରେ ରାଜା ଜମିଦାରଙ୍କ ସହ କଥା ହେଲେ । ଆଉ ଜମିଦାରଙ୍କୁ ଦାୟିତ୍ଵ ମଧ୍ୟ ଦେଲେ ଆଉ ସେ ସୁଚାରୁପେ ମନିଦ୍ର ନିର୍ମାଣ କରିବା ସହ ମା ଚନ୍ଦ୍ରହାସିନୀଙ୍କୁ ନିଜର କୁଳ ଦେବୀ ଭାବେ ପୂଜାର୍ଚ୍ଚନା କରିଲେ । ସେହି ଦିନ ଠାରୁ ନେଇ ଆଜି ଯାଏଁ ମା ଚନ୍ଦ୍ରହାସିନୀଙ୍କ ପୂଜା ଚାଲି ଆସୁଛି । ଏହି ମନ୍ଦିର ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟି ସାରିଛି । ସେଥି ମଧ୍ୟରୁ ଗୋଟେ ଘଟଣା ହେଉଛି ସ୍ଥାନୀୟ ଲୋକଙ୍କ ମତରେ ଥରେ ଗୋଟେ ଶିଶୁର ପିତା ତାକୁ ମାରିବା ପାଇଁ ମହାନଦୀ ଅଭିମୁଖେ ଆସୁଥିଲା ।

ସମସ୍ତ ବ୍ୟବସ୍ଥା ପରେ ଶିଶୁର ପିତା ମହାନଦୀ କୁଳକୁ ଆସି ତାକୁ ଫିଙ୍ଗି ଦେଲେ । ଶିଶୁକୁ ପିନ୍ଧି ଦେବା ଅପରେ ମହାନଦୀ ଗର୍ଭରେ ଲୀନ ହେଲା ଆଉ ସେହି ସମୟରେ ମା ଚନ୍ଦ୍ରହାସିନୀ ସେଠାରେ ପ୍ରକଟ ହୋଇ ଶିଶୁକୁ ଉଧାର କରି ମହାନଦୀ କୁଳକୁ ନେଇ ଆସିଲେ । ସ୍ଥାନୀୟ ଲୋକେ କୁହନ୍ତି ଶିଶୁକୁ ଉଧାର କରିବା ପରେ ଆଜି ବି ସେ ଶିଶୁଟି ମା ଙ୍କ ସେବା ଯତ୍ନରେ ମଗ୍ନ ହୋଇ ରହିଛି । ଯେବେ ଠାରୁ ଏହି ଘଟଣା ଘଟିଛି ମା ଙ୍କର ଅପାର କୃପା ଲୀଳା ତାଙ୍କ ଭକ୍ତ ମାନଙ୍କର ମନ ଭିତରେ ଏକ ସ୍ଵତନ୍ତ୍ର ଭାବ ସୃଷ୍ଟି କରି ପାରିଛି । ସେଥିପାଇଁ ଆଜି ବି ଚନ୍ଦ୍ର ହାସିନୀ ମନ୍ଦିର ରେ ଭକ୍ତ ମାନଙ୍କର ଭିଡ ଲାଗି ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *