ଚଳନ୍ତା ଟ୍ରେନରୁ ଛୁଆଙ୍କୁ ଫୋପଡିଲା ମା’, CCTVରେ ରେକର୍ଡ ହେଲା ଏହି ଭୟଙ୍କର ଦୃଶ୍ୟ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଛୁଆ ମାନଙ୍କୁ ଚଳନ୍ତା ଟ୍ରେନ ରୁ ଏମିତି ଫିଙ୍ଗୁଥିଲେ । ସତେ କି ଛୁଆ ନୁହେଁ ତ ଫୁଟବଲ । ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ କଣ ଦୁନିଆରେ ଏତେ ମୂର୍ଖ ଲୋକ ଅଛନ୍ତି ଜି କି ଚଳନ୍ତା ଟ୍ରେନ ରୁ ଦୁଇ ପିଲା ମାନଙ୍କୁ ଫୋପାଡି ନିଜେ ଡେଇଁ ପଡିଛନ୍ତି । ଏହି ଘଟଣା ଦୁଇ ପିଲା ଓ ମା ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ । ଯାହାର ସିସିଟିଭି ଫୋଟେଜ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ।

ଶନିବାର ଦିନ ସନ୍ଧ୍ୟା ୬ଟା ୩୦ ମିନିଟେ ରେ ମଧ୍ୟ ପ୍ରଦେଶର ଉଜିନ ଷ୍ଟେସନ ରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯେଉଁଠି ୪ ନମ୍ବର ଫ୍ଲାଟ ଫର୍ମରେ ଜଣେ ମହିଳା ତରବର ହୋଇ ଭୁଲରେ ଅଲଗା ଟ୍ରେନ ରେ ଚଢି ଯାଇଥିଲେ । ଟ୍ରେନରେ ଚଢିବା ପରେ ସେ ଜାଣିବାକୁ ପାଇଥିଲେ କି ଯେ ସେ ଟ୍ରେନ ଟି ଭୁଲ ଥିଲା । ଆଉ ଟା ପରେ ମହିଳା ଜଣକ ନିଜର ଦୁଇ ପିଲାଙ୍କୁ ଗୋଟି ଗୋଟି କରି ତଳକୁ ଫୋପାଡି ଥିଲେ ।

ପ୍ରଥମେ ବଡ ପୁଅ ଓ ସାନ ପୁଅକୁ ଫୋପାଡି ଥିଲେ ମହିଳା । ଆଉ ତା ପରେ ନିଜେ ଟ୍ରେନ ରୁ ଡେଇଁ ପଡିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତ ନିଜେ ମହିଳା ଟ୍ରେନ ରୁ ଡେଇଁବା ସମୟରେ ଟ୍ରେନ ତୁ ତଳକୁ ଖସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କନେଷ୍ଟବଳ ମହେଶ କୁସ୍ଵାହା ମହିଳା ଜଣଙ୍କୁ ଟ୍ରେମ ତଳକୁ ଭିଡି ଆଣିଥିଲେ । ଆଉ ଏହି ଘଟଣା ସଂପୂର୍ଣ୍ଣ ଭାବେ ସିସିଟିଭି ରେ ରେକର୍ଡ ହୋଇଥିଲା ।

ଯଦିଓ କନେଷ୍ଟବଳ ଙ୍କ ସାହସିକତା କାରଣରୁ ମହିଳାଙ୍କ ଜୀବନ ବଞ୍ଚିଗଲା କିନ୍ତୁ ସେହି ସ୍ଥାନରେ ଯଦି ସମ୍ପୃକ୍ତ କନେଷ୍ଟବଳ ନ ଥାନ୍ତେ ତେବେ ଅବସ୍ଥା ଯେ କଣ ହୋଇଥାନ୍ତା ତାହା କହିବା ସମ୍ଭବ ନୁହେଁ । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ମହିଳାଙ୍କର ଏଭଳି କାର୍ଯ୍ୟ କଳାପ ବାସ୍ତବରେ ନିନାଦନୀୟ ଅଟେ ଯାହା କିଛି ୟୁଜର୍ସ ମାନେ ମତ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *