ଚନ୍ଦ୍ର ଗ୍ରହଣ- ଭୟଙ୍କର ଚନ୍ଦ୍ର ଗ୍ରହଣ, ସାରା ଓଡିଶାରେ ଦେଖା ଦେବ ? ହାଣ୍ଡି ଛାଡ ସମୟ!

ଏହି ବର୍ଷ ୪ଟି ଗ୍ରହଣ ଲାଗି ବୋଲି କୁହ ଯାଇଛି ତେବେ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବ ଆଉ ଦୁଇଟି ସୂର୍ଯ୍ୟ ପରାଗ ଲାଗିବ ବୋଲି ଖବର ଅଛି । ତେବେ ଏହି ବର୍ଷ ପ୍ରଥମ ଗ୍ରହଣ ଆସନ୍ତା ୨୬ ତାରିଖ ଦିନ ଲାଗିବାକୁ ଯାଉଛି, ତେବେ ଏହା ଏକ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ।

ଆଜି ଆମେ ଆପଣଙ୍କୁ ଗ୍ରହଣ ସମୟ, ଗ୍ରହଣ ଓଡ଼ିଶାକୁ ଦୃଶ୍ୟମାନ ହବ ନା ନାହିଁ ତାହା ବିଷୟରେ ବହୁତ ଗୁଡେ କଥା କହିବାକୁ ଯାଉଛୁ । ଆସନ୍ତା ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହବାକୁ ଯାଉଛି, ତେବେ ଏହାର ସମୟ ଆଉ ଗ୍ରାସ ସମୟ ଆଜି ଆମେ ଆପଣଙ୍କୁ ବିସ୍ତାର ସହ କହିବୁ ଏବଂ ହାଣ୍ଡି ଛାଡ ବିଷୟରେ ମଧ୍ୟ କିଛି କଥା କହିବାକୁ ଯାଉଛୁ ।

ଚନ୍ଦ୍ର ଗ୍ରହଣ ଦିନ ୨:୧୭ ରେ ଗ୍ରହଣ ଲାଗିବ ଆଉ ଗ୍ରାସ ସମୟ ସନ୍ଧ୍ୟା ୭: ୧୮ ମିନିଟ୍ରେ ସେସ ହୋଇବ । ଏହି ଗ୍ରହଣ ଆକାଶରେ ୫ ଘଣ୍ଟା ଗୋଟେ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ରହିବ ବୋଲି କୁହା ଯାଉଛି, ଦିନ ୪ଟା ପରେ ଏହା ସର୍ବାଧିକ ଆକ୍ଷରେ ଦୃଶ୍ୟମାନ ହବ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁଯାଇ ଗ୍ରହଣ ଲାଗିବାର ୯ ଘଣ୍ଟା ଆଗରୁ ବା ତିନି ପାହାର ଆଗରୁ ହାଣ୍ଡି ଛାଡ ହୋଇଥାଏ ଆଉ ପରାଗ ଲାଗିବାର ୧୨ ଘଣ୍ଟା ଆଗରୁ ହାଣ୍ଡି ଛାଡ ନିୟମ ହୋଇଥାଏ ।

ଏଏହି ସମୟକୁ ସୁତକ ସମୟ ବୋଲି କୁହା ଯାଇଥାଏ । ଏହି ଗ୍ରହଣ ଭାରତରେ ଦେଖା ଜୀବ ନାହିଁ କାହିଁକିନା ଗ୍ରହଣ ସମୟରେ ଭାରତରେ ଦିନ ଚାଲିଥିବ ଆଉ ଦିନରେ ଚନ୍ଦ୍ର ଦୃଶ୍ୟମାନ ହୋଇବେ ନାହିଁ ତେବେ ଗ୍ରହଣ ଦିନ ୨ଟାରେ ଲାଗୁଛି ବୋଲି ଦୃଶ୍ୟମାନ ହବ ନାହିଁ କିନ୍ତୁ ସାଉଥ ଆଫ୍ରିକା ଆଉ ଆମେରିକାରେ ଗ୍ରହଣ ଦେଖା ଜୀବ କାହିଁକିନା ସେଠିରାତି ଚାଲିଥିବ ଆଉ ଚନ୍ଦ୍ର ଆକାଶରେ ଜଳ ଜଳ ହୋଇ ଦେଖା ଯାଉଥିବେ ।

ଏହ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ ଆଉ ଏହା ଆମ ଭାରତରେ ଦେଖା ଜୀବ ନାହିଁ ସେଥିପାଇଁ ଶାସ୍ତ୍ର ଅନୁଯାଇ ଏହି ଚନ୍ଦ୍ର ଗ୍ରହଣ ପାଇଁ ଭାରତରେ ହାନି ଛାଡ ହବ ନାହିଁ କାହିଁକିନା ଯେଉଁ ଗ୍ରହଣ ଖାଲି ଆଖିରେ ଦେଖା ଯାଇଥାଏ କେବଳ ତାକୁ ମାନ୍ୟ କରା ଯାଇଥାଏ ବୋଲି ଶାସ୍ତ୍ରରେ ବରଣ କରା ଯାଇଛି ।

ତେବେ ଚନ୍ଦ୍ର ଗ୍ରହଣ ସେତେବେଳେ ପୂର୍ଣ ମାନ୍ୟ ହୋଇଥାଏ ଯେତେବେଳେ ପୃଥିବୀ, ଚନ୍ଦ୍ର ଆଉ ସୂର୍ଯ୍ୟ ଗୋଟେ ଧାଡିରେ ରହି ଥାନ୍ତି ଯାହା ଦ୍ଵାରା ଚନ୍ଦ୍ର କଳା ଦେଖା ଯାଇଥାନ୍ତି ଏହା ଛଡା ଉପଛାୟା ଗ୍ରହଣ ତାହା ହୋଇଥାଏ ଯେତେବେଳେ ଚନ୍ଦ୍ର ଉପରେ ପୃଥିବୀର କେବଳ ଛାଯା ପଡିଥାଏ ତେବେ ଏହାକୁ ମାନ୍ୟ କରା ଯାଏ ନାହିଁ ।

Leave a Reply

Your email address will not be published. Required fields are marked *