ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଶିତୁଆ ସଞ୍ଜ ସାଙ୍ଗକୁ କାଲୁଆ ପାଗ ରହିଛି । ଦେହକୁ ହାଲ୍କା ପବନ ବାଜିଗଲେ ପାଟି ଖୋଜେ ଗରମା ଗରମ ଖାଇବା । ଏହି ସମୟରେ ଇଚ୍ଛା ହୁଏ ସିଙ୍ଗଡା ଓ ପକଡା ଖାଇବାକୁ । ରାଜଧାନୀର ରାସ୍ତା ରେ ଛୋଟ ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ଦୋକାନ ରେ ସିଙ୍ଗଡା ଚୟନ ହେଉଥିବାର ଦେଖା ଯାଇଥାଏ । ସାଧା ସିଙ୍ଗଡା, ଚିଙ୍ଗୁଡି ସିଙ୍ଗଡା, ଚିକେନ ସିଙ୍ଗଡା ଯିଏ ଯାହା ଖୋଜେ ତାହା ପାଇବା ସହ ଟେଷ୍ଟ ବି ବହୁତ ଭଲ ରହିଥାଏ ।
ସିଙ୍ଗଡା ଖାଇ ଲୋକ ମାନେ ପ୍ରଶଂସା କରୁଛନ୍ତି ରାଜଧାନୀରେ ସିଙ୍ଗଡା ଦୋକାନ କରୁଥିବା ଜଣେ ଏମବିଏ ଛାତ୍ର । ଏମବିଏ ଛାତ୍ର ଜଣକ ସିଙ୍ଗଡା ଦୋକାନରେ ଭେଯ ସିଙ୍ଗଡା, ଆଳୁ ମସରୁମ ସିଙ୍ଗଡା, ପନିର ସିଙ୍ଗଡା, ଚାଓମୀନ ସିଙ୍ଗଡା, ସୋୟାବିନ ସିଙ୍ଗଡା, ଭେଜ ପିଜା, ସ୍କ୍ରାଉଟ, ଫିସ ସିଙ୍ଗଡା, ମଟନ ସିଙ୍ଗଡା, ଚକଲେଟ ସମୋସା ଆଦି ବିଭିନ୍ନ ପ୍ରକାର ସମୋସା ବିକ୍ରି କରୁଛନ୍ତି ।
ଏହି ଦୋକାନ କରିଥିବା ବ୍ୟକ୍ତି ଜଣକ ରାଜଧାନୀ ଭୁବନେଶ୍ଵର ର ନାଲ୍କୋ ଛକ ରେ ନିଜର ଗରମା ଗରମ ସିଙ୍ଗଡା ଦୋକାନ କରିଛନ୍ତି ଯାହାର ନାଁ ରହିଛି ସମୋସା କିଙ୍ଗ । ଏତହରେ ଠେଲା ଗାଡି ଉପରେ ବିକ୍ରି ହେଉଛି ଭଳିକି ଭଳି ସିଙ୍ଗଡା । ଏହି ଦୋକାନରେ ସାଧା ଠାରୁ ଆରମ୍ଭ କରି ଆମିଷ ଯାଏଁ ସବୁ ଭେରାଇଟିର ସମୋସା ମିଳୁଛି ଯାହା ପାଇଁ ଦୋକାନରେ ଲୋକ ମାନଙ୍କର ଭିଡ ଜମୁଛି ।
ସବୁଠାରୁ ବଡ କଥା ହେଉଛି ଏହି ଦୋକାନରେ ଚକଲେଟ ର ସମୋସା ମଧ୍ୟ ମିଳୁଛି ଯାହା ଖାଇବାକୁ ଲୋକ ମାନଙ୍କର ସୁଅ ଛୁଟୁଛି । ଏମବିଏ ଛାତ୍ର ଜଣକ ନିଜ ଅରାଏ ରେ କାହକିହତନୀ ଯେ କୋରୋନା ସମୟରେ ଲକ ଡାଉନ ସମୟରେ ତାଙ୍କର ଚାକିରି ରେ ସମସ୍ଯା ସୃଷ୍ଟି ହୋଇଥିଲା । ଏହା ପରେ ସେ କିଛି ବଡ କରିବାକୁ ଆଶା ରଖି ଆଜିକା ଡେଟରେ ସିଙ୍ଗଡା ଦୋକାନ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି ।
ଏମବିଏ ଛାତ୍ର ଯାହାଙ୍କର ନାଁ ହେଉଛି ଶାଳେନ୍ଦ୍ର ଯିଏ ଭୁବନେଶ୍ଵରରେ ଏମିତି ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଯାହା ତାଙ୍କୁ ଭଲ ଦୁଇ ପଇସା ରୋଜଗାର ହେବା ସହ ଲୋକ ମାନଙ୍କୁ ଏମିତି ଖାଦ୍ୟ ବେଶ ପସନ୍ଦ ଆସୁଛି ।
ସେ ତାଙ୍କର ଚାକିରି ଛାଡି ଆଜି ସମୋସା ଦୋକାନ କରି ବେଶ ଖୁସିରେ ଅଛନ୍ତି ବୋଲି ଶାଳେନ୍ଦ୍ର କହିଛନ୍ତି । ତାଙ୍କ ଦୋକାନର ସିଙ୍ଗଡା ଖାଇବାକୁ ଲୋକ ମାନଙ୍କର ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କାରଣ ସିଙ୍ଗଡା ର ଟେଷ୍ଟ କିଛି ନିଆରା ରହିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ନିୟମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।