ନମସ୍କାର ବନ୍ଧୁଗଣ, ଗୋଟେ ମା ପୁଅର ସଫଳତା ଦେଖି କାନ୍ଦି ପକାଉଛି । ଆଉ ପୁଅ କହୁଛି ଭଗବାନ ଚାହିଁଲେ ତୋ ପୁଅ ସାରା ବିଶ୍ଵରେ ନାଁ କରିବ । ବାପା ଆମର ଗରିବ ଘର ଆଉ ଚାହା ଦୋକାନ କରୁଛ ବୋଲି ମନ ଦୁଖ କର ନାହି ମୁଁ ଯଦି ସଫଳ ହୁଏ ତେବେ ଆମ ଦୁଖ ବେସୀ ଦିନ ରହିବ ନାହି ମୋ ପରିଶ୍ରମର ଫଳ ମୋତେ ନିଶ୍ଚୟ ମିଳିବ ବୋଲି ପୁଅ ବାପାଙ୍କୁ ସମ୍ବୋଧନା ଦେଇ କହୁଛି । ତେବେ ହି ଯୁବକ ଜଣକ ହେଉଛନ୍ତି ନରେନ୍ଦ୍ରପୂରର ଯାହାଙ୍କର ନାଁ ହେଉଛି ଜୟପ୍ରକାଶ ସାହୁ । ଜାତୀୟ ଡିପ କ୍ରିକେଟର ଭାବେ ସେ ବହୁ ମ୍ଯାଚ ଖେଳି ସାରିଲେଣି ।
ଏକାଧିକ ବାର ମ୍ୟାନ ଅଫ ଡି ସିରିଜ ଓ ମ୍ଯାଚ ପାଇସାରିଛନ୍ତି । ଅନିଲ କୁମ୍ବଲେଙ୍କ ସହ ଗ୍ରୁପ ଫୋଟୋ ମଧ୍ୟ ଉଠାଇଛନ୍ତି । ସବୁଠାରୁ ବଡ କଥା ୨୦୨୩ରେ ହେବାକୁ ଥିବା ପ୍ରଥମ ୱାର୍ଲ୍ଡ ଡିପ ଟି-୨୦ କ୍ରିକେଟ ଚ୍ୟାମ୍ପିୟାନସିପରେ ଖେଳିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି । କାରଣ ଆଗକୁ ହେବାକୁ ଥିବା ଷଷ୍ଠ ଟି-୨୦ ମ୍ଯାଚରେ ଖେଳିବା ପାଇଁ ଜୟପ୍ରକାଶ ମନୋନୀତ ହୋଇଛନ୍ତି ।
ଜୟପ୍ରକାଶ କଥା କହିପାରୁ ନାହାନ୍ତି ସତ କିନ୍ତୁ ତାଙ୍କର ଉଶ୍ଚାହ ଯିଏ ଦେଖିବା ସେ ଉଶ୍ଚାହିତ ହୋଇଯିବ । କ୍ରିକେଟ ମଇଦାନରେ ତାଙ୍କର ପ୍ରାଟିଶ ହେଉ କି ତାଙ୍କ ମନର ଭାଷା କାହାକୁ ବୁଝାଇବା ବେଳେ ସାଧାରଣ ଲୋକେ ବୁଝିପାରିବା ସହଜ ନୁହେଁ କିନ୍ତୁ ସେ ବୁଝାଇବାରେ କିନ୍ତୁ ଥକି ପଡନ୍ତି ନାହି ।
ସବୁଠାରୁ ଦୁଖର ବିଷୟ ଜୟପ୍ରକାଶ ଏତେ ଭଲ କ୍ରିକେଟର ହୋଇଥିଲେ ବି ତାଙ୍କ ପାଖରେ ଭଲ ବ୍ୟାଟ ନାହି ଖେଳିବାକୁ ବାକି ସ୍ପୋର୍ଟ୍ସ କୀଟ କଥା ପଛରେ ବା କିଏ ? ବାପା ଜଳଧର ସାହୁ ଚାହା ଦୋକାନ କରି ଦୁଇ ପଇସା ରୋଜଗାର କରି ପରିବାର ଭରଣପୋଷଣ କରନ୍ତି ।
ଯେଉଁଠି ରୋଜଗାର ତେଲ ଲୁଣକୁ ନିଅଣ୍ଟ ସେଠାରେ ପୁଅର କ୍ରିକେଟ ସ୍ଵପ୍ନ ପୁଅର କରିବା କେତେ ଯେ କଷ୍ଟକର ସେ କଥା ବାପା ଠାରୁ ଅଧିକ କିଏ ବା ବୁଝିବ ? ଜୟପ୍ରକାଶ ଯୁକ୍ତ +୨ ପଢିଛନ୍ତି । ସେ ପିଲାବେଳୁ ଜଣେ ଦିବ୍ୟାଙ୍ଗ । ବର୍ତ୍ତମାନ ସେ ତାଙ୍କ ଅଞ୍ଚଳରେ ଜଣାଶୁଣା ଚେହେରା ଭାବେ ଚର୍ଚ୍ଚିତ । ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସାହାଜ୍ୟ କରିବାକୁ ଗାଁ ଲୋକେ ଆଗକୁ ଆସିଛନ୍ତି ।
ଆମ ରାଜ୍ୟରେ ଖେଳାଳୀ ଙ୍କୁ ଆର୍ଥିକ ସାହାଜ୍ଯ ପ୍ରଦାନ କାରାଯାଉଛି । ବହୁ ଆଥଲେଟ ଏହାର ଭରପୁର ଫାଇଦା ଉଠାଇଛନ୍ତି । ଏମିତିକି ସରକାରୀ ଚାକିରି ମଧ୍ୟ ପାଉଛନ୍ତି । କିନ୍ତୁ ଏଠାରେ ଜଣେ ଦିବ୍ୟାଙ୍ଗ କ୍ରୀଡାବିତ ହଳେ ବ୍ୟାଟ ବଳ ପାଇଁ ସଂଘର୍ଷ ଜାରି ରଖିଛନ୍ତି ।
ସ୍ଥାନୀୟ ଲୋକେ କହିଛନ୍ତି ଯଦି ପ୍ରକୃତରେ ରାଜ୍ୟ ସରକାର ଦିବ୍ୟାଙ୍ଗ କ୍ରୀଡାବିତ ଙ୍କ ପାଇଁ ଚିନ୍ତିତ ତେବେ ଏହି ଭିଡିଓ ଦେଖି ସାରିବା ପରେ ଜୟପ୍ରକାଶ ପାଖରେ ନିଶ୍ଚୟ ପହଞ୍ଚିବା ସହ ସ୍ଥାୟୀ ଆର୍ଥିକ ସହାୟତା କରିବାକୁ ଚିନ୍ତା କରିବେ । ବନ୍ଧୁଗଣ ଆପଣ ମାନଙ୍କର ଜୟପ୍ରକାଶଙ୍କର ଏଭଳି ପ୍ରତିଭା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।