ଫୁଟିଥିବା ଚା’ ପତିର ଫାଇଦା ଜାଣି ପାଦ ତଳୁ ଖସିଯିବ ମାଟି…. ଫୋପାଡିବା ପୂର୍ବରୁ ଥରେ ଦେଖିନିଅନ୍ତୁ

ଆଜି କାଲି ର ଲୋକମାନେ କାର୍ଯ୍ୟ କୁ ପାଠ କୁ ନେଇ ବହୁତ ବ୍ୟସ୍ତତା ରେ ରୁହନ୍ତି ଯାହା ଫଳରେ ଜଲ୍ଦି ଥକ୍କାପଣ ଆସିଥାଏ । ତେଣୁ ପ୍ରାୟତଃ ଲୋକ ମାନେ ସକାଳୁ ଉଠିବା ପରେ, ଏକ ନୂଆ ଦିନକୁ ଗୋଟିଏ କପ ଚାହା ସହିତ ଉପଭୋଗ କରିଥାନ୍ତି ।

କେତେ ଜଣ ଲୋକ ମଧ୍ୟ ଯେତେ ବେଳେ ଅତ୍ୟଧିକ କାର୍ଯ୍ୟ ଚାପ ବା କାର୍ଯ୍ୟ କରିବା ପରେ ଶୀଘ୍ର ଥକ୍କା ଲାଗିଲେ ଗୋଟିଏ କପ ଚାହା ପିଇଥାନ୍ତି । ଯାହା ଫଳରେ ଶରୀରରେ ସୁସ୍ଥତା ଓ କାର୍ଯ୍ୟ କରିବା ପାଇଁ ଉତେଜନା ଆସିଥାଏ । କିଛି ଲୋକ ଏପରି ଅଛନ୍ତି କି ନିଦ ଲାଗୁଥିବା ସମୟରେ ବା ଅଳସ ଲାଗୁଥିବା ସମୟରେ ମଧ୍ୟ ଚାହା ପିଇଥାନ୍ତି । ଯାହା ଫଳରେ ନିଦ ଓ ଅଳସ ଦୁରେଇ ଯାଇଥାଏ । ବର୍ଷା ଦିନେ ଚାହା ଓ ପକୁଡି ଅନେକ ଲୋକଙ୍କର ପ୍ରିୟ ସନ୍ଧ୍ୟା ସମୟର ଖାଦ୍ୟ ଅଟେ ।

ତେବେ ଆମ ଭାରତରେ ଚାହା ପ୍ରେମୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ରହିଛି । କଫି ଠାରୁ ବେଶୀ ଲୋକମାନେ ଚାହା ପସନ୍ଦ କରିଥାନ୍ତି । କେହି କେହି ନାଲି ଚାହା ପିଇବା ପସନ୍ଦ କରନ୍ତି । କେହି କେହି କ୍ଷୀର ଚାହା ପିଇବା ପସନ୍ଦ କରନ୍ତି । କେହି କେହି ମସଲା ଚାହା । ତେବେ ଚାହା ଯେତେ ବେଳେ ଥଣ୍ଡା ଧରିଥାଏ ସେହି ସମୟରେ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚାହାରେ କାଫିନ ଥାଏ ଯାହାକି ମନୁଷ୍ୟର ମସ୍ତିଷ୍କର କ୍ରିୟାକୁ ଜାଗ୍ରତ କରିଥାଏ ଓ କାମ କରିବା ପାଇଁ ଉତେଜନା ଓ ଶକ୍ତି ମିଳିଥାଏ ।

ତେବେ ଚାହା କରିବା ପରେ ଆମେ ସାଧାରଣତଃ ଚାହା ପତି କୁ ଫିଙ୍ଗିଦେଇଥାଉ । କିନ୍ତୁ ଏହା ମଧ୍ୟ ବିଭିନ୍ନ କାର୍ଯ୍ୟ ରେ ଆସିଥାଏ । ଚାହା ପତି କୁ ଆପଣ ପ୍ରଥମେ ଭଲ ଭାବେ ଧୋଇନିଅନ୍ତୁ ଏପରି ଧୋଇବେ ଯେପରି ଏଥିରେ ଚିନିର ମିଠା ଅଂଶ ରହିବ ନାହିଁ । ଯଦି ଆପଣଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ହୋଇଯାଏ ତେବେ ଆପଣ ଚାହା ପତିକୁ ଲଗାଇ ପାରିବେ । ଏଥିରେ ଏପରି କିଛି ଜିନିଷ ଥାଏ ଯାହା କି ଅତି ଵଡ଼ କ୍ଷତ କୁ ମଧ୍ୟ ଭଲ କରିଦେଇଥାଏ ।

ଏହା ଆଣ୍ଟିସେପ୍ଟିକ ଭାବେ କାର୍ଯ୍ୟ କରିଥାଏ । ଯଦି ଆପଣ ଆଇନା ସଫା କରିବାକୁ ଚାହୁଁଛନ୍ତି ତେବେ ଚାହା ପତିକୁ ଭଲ ଭାବେ ଫୁଟାଇ ନେବେ ଏହି ପାଣିରେ ଆଇନା ଫୋଛିବା ଦ୍ୱାରା ଆଇନା ପରିଷ୍କାର ହୋଇଥାଏ । ଚାହା ପତିକୁ ଆପଣ ଗଛର ମୂଳରେ ଖତ ସାର ଭାବେ ଦେଇପାରିବେ ଏହା ଦ୍ୱାରା ଗଛର ବୃଦ୍ଧି ଭଲ ହୋଇଥାଏ । ଯଦି ଆପଣ ଘର ସଫା କରିବା ସମୟରେ ଭାବୁଛନ୍ତି ଯେ ଘରର ଆସବାବପତ୍ର କୁ କିପରି ପରିଷ୍କାର ଭାବେ ସଫା କରିବେ ।

ତେବେ ପ୍ରଥମେ ଆପଣ ବ୍ୟବହୃତ ଚାହା ପତି କୁ ଭଲ ଭାବେ ସାଧା ପାଣିରେ ଧୋଇନେବେ ଏହା ପରେ ଏହାକୁ ଭଲ ଭାବେ ଫୁଟାଇ ନେବେ ଏହାର ପାଣିକୁ ଏକ ବୋତଲ ରେ ପୁରାଇ ଆସବାବପତ୍ର ଉପରେ ସ୍ପ୍ରେ କରି କରି କନା ଦ୍ୱାରା ପୋଛି ସଫା କରିଦେବେ । ଆସବାବପତ୍ର ଗୁଡିକ ପରିଷ୍କାର ହୋଇଥାଏ । ତେଣୁ ଏହି ପରି ଭାବରେ ଆପଣ ଚାହା ପତି କୁ ନ ଫିଙ୍ଗି ଏହାକୁ ବ୍ୟବହାର କରିବେ ଏହିପରି କାର୍ଯ୍ୟରେ ।

Leave a Reply

Your email address will not be published. Required fields are marked *