ବନ୍ଧୁଗଣ ମଣିଷ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଶାସ୍ତ୍ର ଲିଖିତ ଅନେକ ନିୟମମାନର ପାଳନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ସେଭଳି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ପ୍ରତିଦିନ ଦୁଇ ଗ୍ଳାସ ଉଷୁମ ପାଣି ପିଇଲେ ହୃଦରୋଗର ଆଶଙ୍କା କମ ହେବା ସହ ହଜମ କ୍ରିୟା ଭଲ ଭାବେ ହୋଇଥାଏ । ଠାକୁର ଘରେ କର୍ପୁର ରଖିକି ଜଳାଇଲେ ମନର ଅସାନ୍ତି ଦୂର ହୁଏ ।
୨- ଖାଇ ସାରିବା ପରେ ଗାଧୋଇବା ବା ସଙ୍ଗେ ସଙ୍ଗେ ଶୋଇବା ଦ୍ଵାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ କଳହ ହେଉଥିଲେ ଶୁକ୍ରବାର ଦିନ ମା କାଳୀଙ୍କୁ ଦର୍ଶନ କରିବା ଉଚିତ ।
୩- ବସିଲା ବେଳେ ଅଣ୍ଟା ସିଧା କରି ବସିଲେ ଅଣ୍ଟା ଭଲ ହେବା ସହ ନେରୁଦଣ୍ଡ ଠିକ ରହିଥାଏ । ଯେଉଁ ଜାଗାରେ ବର ଓ ଓସ୍ତ ଗଛ ଅଛି ସେଠାରେ ଘର ତିଆରି କରିବା ଅଶୁଭ ହୋଇଥାଏ ।
୪- ଘରର ଡ୍ରଇଙ୍ଗ ରୁମରେ ସାଧୁ ସନ୍ଥଙ୍କ ଆଶୀର୍ବାଦ ଦେଉଥିବା ଫୋଟୋ ଲଗାଇଲେ ଶୁଭ ହୋଇଥାଏ । ଶୋଇବା ଘରେ କେବେ ବି ଅଇଁଠା ବାସନ ରଖିବା ଉଚିତ ନୁହେଁ ।
୫- ଠାକୁର ଘରେ ଶଙ୍ଖ ରଖିଲେ ଓ ଶଙ୍ଖ ବଜାଇଲେ ଘରରା ଆର୍ଥିକ ସମସ୍ଯା ଦୂର ହୋଇଥାଏ । ରାତିରେ ଖରାପ ସ୍ଵପ୍ନ ଦେଖୁଥିଲେ ମୁଣ୍ଡ ପାଖରେ ଲୁହା ଜିନିଷ ରଖନ୍ତୁ ।
୬- ସ୍ଵାମୀ ସ୍ତ୍ରୀଙ୍କ ଦାଂପତ୍ଯ ଜୀବନ ସୁଖମୟ ପାଇଁ ଘରେ ରାଧାକ୍ରୀଷ୍ଣା ଙ୍କ ଫୋଟୋ ଲଗାଇବା ଉଚିତ । ଖାଇବା ପରେ ଥାଳିରେ ହାତ ଧୋଇବା ଅନୁଚିତ ଅଟେ ।
୭- କାଳସର୍ପ ଦୋଷ ଦୂର କରିବା ପାଇଁ ୭ଟି ମୟୂର ପର ତକିଆ ଭିତରେ ରଖନ୍ତୁ । ଯୁବକ ଯୁବତୀଙ୍କର ବିବାହାରେ ଡେରି ହେଉଥିଲେ ଗୁରୁବାର ଦିନ ବ୍ରତ କରିଲେ ସଫଳ ହୋଇଥାଏ ।
୮- ସପ୍ତମରେ ଶନି ଥିଲେ ବିବାହ ବିଳମ୍ବ ହୋଇଥାଏ ଏଣୁ ଶନିବାର ଦିନ ଶନିଙ୍କ ବୀଜ ମନ୍ତ୍ର ଜପ କରିବା ଉଚିତ । ଯାତ୍ରା କରିବା ସମୟରେ ଶଙ୍ଖ ବା ଘଣ୍ଟି ଶଣ୍ଡ ଶୁଣାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
୯- ଯାତ୍ରା କରିବା ପୂର୍ବରୁ ଗାଈକୁ ଘାସ ଖାଇବାକୁ ଦେଲେ ଶୁଭ ହୋଇଥାଏ । ଯାତ୍ରା ପୂର୍ବରୁ ଏକ ଚାମଚ ମହୁ ଖାଇଲି ଗଲେ ଯାତ୍ରା ଶୁଭଦାୟକ ହୋଇଥାଏ ।
୧୦- ଯେଉଁ ଘର ଆଗରେ ଗାଈ ଆସି ଜୋରରେ ରଡି ଛାଡେ ସେହି ଘରର ସୁଖ ସମୃଦ୍ଧି ବଢିଥାଏ । ଘରର ଦୁଆର ମୁହଁକୁ ମୁଖ କରି କୁକୁର ଭୋକିଲେ ବିପଦ ଆସିବାର ସଂକେତ ମିଳିଥାଏ ।
୧୧- ବିବାହରେ ବିଳମ୍ବ ହେଉଥିଲେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ସହ ଘରେ ରାଧା କ୍ରୀଷ୍ଣାଙ୍କ ମୂର୍ତ୍ତି ରଖନ୍ତୁ । ଘରୁ ବିଛା ଲାଇନ କରି ଚାଲିଗଲେ ମା ଲକ୍ଷ୍ମୀ ଘରୁ ଚାଲିଯିବାର ସଂକେତ ହୋଇଥାଏ ।
୧୨- ଯଦି ଚାକିରି ମିଳୁ ନ ଥାଏ ତେବେ ସକାଳୁ ୭ ପ୍ରକାରର ଦାନା ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।