ଚାଣକ୍ୟ ନୀତି : ଏହି ଜିନିଷ ନବାରେ କେବେ ବି ଲାଜ କରନ୍ତୁ ନାହିଁ, ନଚେତ ବହୁତ ପସ୍ତାଇବାକୁ ପଡିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ବହୁତ କଥା ଆମେ ଆପଣଙ୍କୁ କହିଛୁ ତେବେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ରେ ଏମିତିକା ବହୁତ ଜିନିଷ ବିଷୟରେ ଉଲେଖ କରିଛନ୍ତି ଯାହା ମାନବ ଜୀବନ ପାଇଁ ସୁଖକାରୀ ଏବଂ ଲାଭଦାୟ ହୋଇଥାଏ, ଚାଣକ୍ୟ ନୀତିରେ ଜୀବନ ବଞ୍ଚିବାର ସଠିକ ଭାବ କୁହାଯାଇଛି । ଚାଣକ୍ୟ ସାମାନ୍ୟ ଲୋକଙ୍କ ଜୀବନରେ ଆସୁଥିବା ଅସୁବିଧା ଏବଂ କର୍ମ ବିଷୟରେ ଲେଖିଛନ୍ତି ଏବଂ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହ ତାହା ମଧ୍ୟ କହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଲାଜ କରିବା ଉଚିତ ନୁହ ।

Image Courtesy: Google

୧.ସମ୍ବନ୍ଧ :

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାଇ ସ୍ଵାମୀ ସ୍ତ୍ରୀକୁ ସମ୍ବନ୍ଧ ସ୍ଥାପନାରେ ଲାଜ କରିବା ଉଚିତ ନୁହ କାହିଁକିନା ଲାଜ କଲେ ଦୁହେଁ ଦୁହିଙ୍କୁ ମନ ଭାବରେ ପ୍ରେମ କରି ପାରନ୍ତି ନାହିଁ ଯାହା ଫଳରେ ତାଙ୍କ ମଧ୍ୟରେ ଅନ୍ୟ ପୁରୁଷ ବା ସ୍ତ୍ରୀ ଆସିଥାନ୍ତି ଓ ତାଙ୍କ ସମ୍ପର୍କକୁ ନଷ୍ଟ କରିଥାନ୍ତି ସେଥିପାଇଁ ସ୍ଵାମୀ ସ୍ତ୍ରୀକୁ ସମ୍ବନ୍ଧ ସମୟରେ ଲାଜ କରିବା ଉଚିତ ନୁହଁ ।

Image Courtesy: Google

୨. ଖାଦ୍ଯ ଖାଇବା :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଯେଉଁ ବ୍ୟକ୍ତି ଖାଇବା ସମୟରେ ଲାଜ କରିଥାଏ ସେ କେବେ ପେଟ ପୁରା ଖାଦ୍ଯ ଖାଇ ପାରେ ନାହିଁ ଏବଂ ତାଙ୍କୁ ଓପାସ ରହିବାକୁ ପଡିଥାଏ ସେଥିପାଇଁ କେବେ ଭୁଲରେ ବି ଖାଇବା ସମୟରେ ଲାଜ କରିବା ଉଚିତ ନୁହ, ଖାଦ୍ଯ ନିଜ ଇଛା ଏବଂ ପେଟ ଅନୁଯାଇ ଖାଇବା ଉଚିତ ।

Image Courtesy: Google

୩. ବିଦ୍ୟା :

ଯେଉଁ ଛୁଆ ପାଠ କରିବାରେ ଲାଜ କରିଥାଏ ଏବଂ ନିଜ ମନ ପ୍ରଶ୍ନ କାହାକୁ ପଚାରନ୍ତି ନାହିଁ ତାଙ୍କୁ କେବେ ବିଦ୍ୟା ଆସେ ନାହିଁ ଏହି ଭଳି ଲୋକ ବିଦ୍ୟା ଅର୍ଜନ କରି ପାରନ୍ତି ନାହିଁ ସେଥିପାଇଁ ବିଦ୍ୟା ଅର୍ଜନ କଲା ବେଳେ କୌଣସି ପ୍ରକାର ଲାଜ କରିବା ଉଚିତ ନୁହ ଏହା ଛଡା ନିଜ ମନ ସବୁ ପ୍ରଶ୍ନ ଉତ୍ତର ଜାଣିବା ଆବଶ୍ୟକ ଅଟେ ।

Image Courtesy: Google

୪. ଧାର ଟଙ୍କା :

ଯଦି ଆପଣ କାହାକୁ ଧାରରେ ଟଙ୍କା ଦେଇଛନ୍ତି ତେବେ ମାଗିବା ପାଇଁ କେବେ ଲାଜ କରନ୍ତୁ ନାହିଁ, ଲାଜ କରୁଥିବା ଲୋକ ପାଖରେ କେବେ ଧନ ବାସ କରିନଥାଏ ଓ ଆପଣ ନିଜ ଟଙ୍କା ମାଗିବା ପାଇଁ କଣ ପାଇଁ ଲାଜ କରିବେ ଆପଣଙ୍କ ପରିଶ୍ରମ ଟଙ୍କା ଆପଣଙ୍କୁ ମାଗିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *