ବନ୍ଧୁଗଣ ଆମ ଜୀବନରେ ବହୁତ କିଛି ଘଟଣାମାନ ଘଟିଥାଏ । ସେଥି ମଧ୍ୟରୁ କିଛି କଥାର ମହତ୍ଵ ତଥା ଉଦେଶ୍ୟ ଆମେ ଜାଣିଥାଉ ଏବଂ କିଛି କିଛି ଘଟଣାର ଉଦେଶ୍ୟ କିମ୍ବା ଲକ୍ଷଣ ଆମେ ଜାଣି ନଥାଉ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଶାସ୍ତ୍ର ସମ୍ବନ୍ଧିତ କିଛି ଘଟଣାର ବିଶେଷତ୍ଵ କିମ୍ବା ଲକ୍ଷଣ । ୧- ଯଦି ଘରେ ନାଲି ପିମ୍ପୁଡି ବଢିଯାନ୍ତି ତେବେ ଏହା ଅର୍ଥହାନି ଏବଂ କିଛି ଅଶୁଭ ହେବାର ସୂଚନା ଦେଇଥାଏ । ୨- ଯଦି ପିମ୍ପୁଡି ମନ୍ଦାରେ ଚିନୀ କିମ୍ବା ଅଟା ଦିଆଯାଏ, ତେବେ ଏହା ଶୁଭ ହୋଇଥାଏ ଏବଂ ଆର୍ଥିକ ସଙ୍କଟରୁ ଶୀଘ୍ର ମୁକ୍ତି ମିଳିଥାଏ ।
୩- ଯଦି କୌଣସି ଜାଗାକୁ ଯିବାବେଳେ ଗାଈ, ବାଛୁରି, ମେହେନ୍ତର, ଏବଂ ବିବାହିତା ମହିଳାଙ୍କୁ ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । ୪- ଘରର ଛାତ ଉପରେ ଯଦି କୌଣସି ପକ୍ଷୀ ଚୋଟ ଖାଇ ପଡିଥାଏ, କିମ୍ବା ଯଦି ମଲା ପକ୍ଷୀଟିଏ ଆପଣଙ୍କ ଘରେ ପଡିଥାଏ ତେବେ ତାହା ମହା ସଙ୍କଟର ସୂଚନା ଦେଇଥାଏ । ୫- ଯଦି ଆପଣଙ୍କ ଘରେ ବାରମ୍ବାର କ୍ଷୀର ଢାଳି ହେଉଛି ତେବେ ତାହା ଆପଣଙ୍କ ଘରେ କଳହ ଉତ୍ତପନ୍ନ ହେବାର ସଙ୍କେତ ଦେଉଛି ।
୬- ଯଦି ଆପଣ ଆକାଶରୁ ଉଲ୍ଲକା ପିଣ୍ଡ ଖାସୁଥିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ଖରାବ ହେବା ସହିତ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ସୂଚନା ଦେଇଥାଏ । ୭- ଯେଉଁ ଘରୁ ବିଛା ବାହାରକୁ ବାହାରି ଯାଉଥିବାର ଦେଖାଯାଏ, ତାହା ଧନହାନି ଘଟିବାର ସମ୍ଭାବନା ଆଣିଥାଏ । ୮- ଯଦି କୌଣସି ବ୍ଯକ୍ତିର ବାଡି ବଗିଚାରେ ଗାଈ ଚାରିବାର ଦେଖାଯାଏ ତେବେ ଏହା ଆର୍ଥିକ ସମସ୍ଯା ଦୂର ହେବାର ସୂଚନା ଦେଇଥାଏ । ୯- ଯଦି ସକାଳୁ ଉଠିଲା ପରେ ନଡିଆ ଦେଖନ୍ତି, ତେବେ ଏହା ଆପଣଙ୍କ ଦିନତି ଶୁଭ ହୋଇଥିବାର ସଂକେତ ଦେଇଥାଏ ।
୧୦- ସକାଳୁ ଉଠିଲା ପରେ ଯଦି ଦହି ଅଥବା କ୍ଷୀର ଦେଖନ୍ତି, ତେବେ ଏହା ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ୧୧- ଯଦି ସକାଳୁ ବୁଲିବାକୁ ଗଲାବେଳେ ଆଖୁଗଛ ଦେଖିଥାନ୍ତି, ତେବେ ତାହା ଧନ ପ୍ରାପ୍ତିର ସୂଚନା ଦେଇଥାଏ । ୧୨- ସକାଳୁ ଉଠିଲା ପରେ ଯଦି ମନ୍ଦିରରେ ଶଙ୍ଖ କିମ୍ବା ଘଣ୍ଟି ବାଜିବାର ଶୁଭାଯାଏ, ତେବେ ତାହା ସୌଭାଗ୍ୟ ପ୍ରାପ୍ତିର ସୂଚନା ଦେଇଥାଏ । ୧୩- ଯଦି ଆପଣଙ୍କର ଖରାପ ସମୟ ଚଳୁଥିଲା ବେଳେ ଝିଣ୍ଟିକାର ଶବ୍ଦ ଶୁଣାଯାଏ କିମ୍ବା ଝିଣ୍ଟିକା ଦେଖାଯାଏ ତେବେ ଏହା ଆପଣଙ୍କ ଖରାପ ସମୟ ଦୂର ହୋଇ ଆପଣଙ୍କ ଭଲ ସମୟ ଆସିବାର ସୂଚନା ଦେଇଥାଏ ।
୧୩- ଯଦି ଘରର କୌଣସି ସ୍ଥାନରେ ଊଇ ଲାଗିଯାଏ କିମ୍ବା ମହୁମାଛି ବସା କରିଥାଏ, ତେବେ ଏହା ଘରର ମୁଖ୍ୟ ଲୋକଙ୍କ ପାଇଁ ଆସୁବିଧାରେ ପଡିବାର ଲକ୍ଷଣ ହୋଇଥାଏ । ୧୪- ଯଦି ପୋଷାକ ପିନ୍ଧିଲା ବେଳେ ପକେଟରୁ ପଇସା ପଡିଯାଏ ତେବେ ଏହା ଅର୍ଥ ପ୍ରାପ୍ତିର ସୂଚନା ଦେଇଥାଏ । ୧୫- ଯଦି କୌଣସି ଦିନ ଚଢେଇ ଆପଣଙ୍କ ମୁଣ୍ଡ ଉପରେ ମଳ ତ୍ୟାଗ କରିଦିଏ, ତେବେ ଜାଣିବେ ସେହିଦିନ ଠାରୁ ଦରିଦ୍ରତା ଶେଷହେଲା ଶୁଭ ସମୟ ଆସିଲା। ବନ୍ଧୁଗଣ ଏହା ଥିଲା କେତେକ ମହତ୍ଵ ପୂର୍ଣ୍ଣ କଥାର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତୁ ।