ନମସ୍କାର ବନ୍ଧୁଗଣ । ଭୁଲ ମାଗିଲା କୀଟକାଟ । କ୍ଷମା ଲାଗିଲା ନେସଲେ ଇଣ୍ଡିଆ । ଶେଷରେ ବଜାରରୁ କୀଟକାଟ ଚକଲେଟକୁ ଫେରାଇ ନେଲା ସୁଇସ କମ୍ପାନୀ ନେସଲେ ଇଣ୍ଡିଆ । ସାରା ଭାରତରେ ବିରୂଢ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ଫୋଟୋ କୀଟକାଟ ଚକଲେଟ ରେ ଦେଖିବା ପରେ ସାରା ଦେଶରେ ଆରମ୍ଭ ହୋଇଥିଲା ପ୍ରତିବାଦ ।

ସୋସିଆଲ ମିଡିଆରେ ନେସଲେ କମ୍ପାନୀ ଉପରେ ବର୍ଷିଥିଲେ ଲୋକେ । ବଏକଟ ନେସଲେ ହ୍ୟାସଟ୍ୟାକ-ବି ଟ୍ରେଣ୍ଡ କହିଥିଲା ସାରା ଭାରତର ଲୋକଙ୍କର ବିରୁଦ୍ଧାର ଶିକାର ହେବା ପରେ ନେସଲେ ଇଣ୍ଡିଆ କ୍ଷମା ମାଗିଛି । ଏହା ସହ କମ୍ପାନୀ ମହାପ୍ରଭୁଙ୍କ ଫୋଟୋ ଥିବା ଚକଲେଟକୁ ବଜାରରୁ ପ୍ରତ୍ୟାହାର କରିଥିବା ସଫେଇ ଦେଇଛି ।
ଟ୍ବିଟ ମାଧ୍ୟମରେ ନେସଲେ କମ୍ପାନୀ କହିଛି ଏଭଳି ଘଟଣାର ସମ୍ବେଦନାଶୀଳତାକୁ ଆମେ ବୁଝିଛୁ ଏଥିପାଇଁ ଆମେ କ୍ଷମା ଯାଚନା କରୁଛୁ, ଆମର ଅନିଚ୍ଛା ସତ୍ବେ ଏହି ଘଟଣା ଯଦି କାହାକୁ ଆଘାତ ଦେଇଥାଏ ତେବେ ଆମେ ଦୁଖିତ । ଏମିତିକି ବ୍ୟକ୍ତିଗତ ଭାବେ ଗଣ ମାଧ୍ୟମରେ ଯେଉଁ ମାନେ ଅଭିଯୋଗ ବା ପ୍ରଶ୍ନ ଉଠାଇ ଥିଲେ ନେସଲେ କମ୍ପାନୀ ସେମାନକୁ ସ୍ପଷ୍ଟିକାରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛି ।

ଚକେଲ୍ଟ ଖୋଳରେ ମହାପ୍ରଭୁ ଜଗନ୍ନାଥଙ୍କର ଫୋଟୋ ଦର୍ଶାଇ କରି ନେସଲେ କମ୍ପାନୀ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ପରେ କମ୍ପାନୀ ସଫେଇ ଦେଇ କହିଛି ଯେ କୀଟକାଟର ଏହି ଚକେଲେଟ ଗୁଡିକ ଟ୍ରାଭେଲ ପ୍ୟାକ ନାମରେ ବଜାରକୁ ଆସିଥିଲା । ଦେଶର ପ୍ରମୁଖ ପର୍ଜ୍ୟଟନ କ୍ଷେତ୍ରକୁ ନେଇ ଏପରି ପ୍ରୟାସ ହୋଇଥିଲା ।
ଓଡିଶାର ପୁରାତନ ପଟ୍ଟଚିତ୍ରକୁ ପ୍ରଦର୍ଶନ କରିବା ଓ ଏହାର ଶିଳ୍ପୀ ମାନଙ୍କର ସମ୍ପର୍କରେ ଜାଣିବା ପାଇଁ ଉଶ୍ଚାହ ସୃଷ୍ଟି କରିବା ନିମନ୍ତେ ଏହା କରା ଯାଇଥିଲା । ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରମୁଖ ଖାଦ୍ୟ ଉତ୍ପାଦନ କମ୍ପାନୀ ନେସଲେ ଇଣ୍ଡିଆ କ୍ଷମା ମାଗିବାକୁ ବାଧ୍ୟ ହୋଇଛି । ଗତ ବର୍ଷ ଟ୍ରାଭେଲ ନାମରେ କୀଟକାଟ ଚକଲେଟ ଏକ ନୂଆ ଖୋଲରେ ଆସିଥିଲା । ଏଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେଇ ସୁଭଦ୍ରାଙ୍କ ଫୋଟୋ ରହିଥିଲା ।

ଏହି ଫୋଟୋରେ ଏକାମ୍ର ହାଟରେ ଥିବା ହସ୍ତତନ୍ତ ଉତ୍ପାଦକୁ ପ୍ରଶଂସା କରା ଯାଇଥିଲା । ବେଶ କିଛି ଦିନ ଧରି ନେସଲର ଏହି ଉତ୍ପାଦ ବଜାରରେ ବିକ୍ରି ହୋଇଥିଲା । ଭଲ ବିକ୍ରି ହେବାକୁ କମ୍ପାନୀ ଅଧିକ ଉତ୍ପାଦନ କରିଥିଲା । ଯେବେ ଚକେଲ୍ଟର ଖୋଲା ଏଣେତେଣେ ପଡିବା ପରେ ସମାନକୁ ଆସିଥିଲା ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ଏମିଟକି ଚକଲେଟରେ ଥିବା ମହାପ୍ରଭୁଙ୍କ ଫୋଟୋରେ ଲୋକେ ଚଢିବା ସହ ନାଳ ନର୍ଦମାରେ ଫିଙ୍ଗିବା ପରେ ଘୋର ବିରୂଢରେ ସମୁଖିନ୍ନ ହୋଇଥିଲା କମ୍ପାନୀ । ତୁରନ୍ତ ମହାପରଭୁଙ୍କ ଫୋଟୋ ହଟାଇବା ପାଇଁ ସୋସିଆଲ ମିଡିଆରେ ଦାବି କରିଥିଲେ କୋଟି କୋଟି ସଂସ୍କୃତି ପ୍ରେମୀ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
