ମହିଳାଙ୍କୁ ବେଡରୁମ ଡାକି କରୁଥିଲେ ଏଭଳି କାମ, ଅଳତା ଓ ସିନ୍ଦୁର ପିନ୍ଧେଇ ଛାଞ୍ଚୁଣିରେ…. ସୋସିଆଲ ମିଡିଆରେ ନିଆଁଭଳି ହେଉଛି Video ଭାଇରାଲ

ପାଦରେ ଅଳତା, ମଥାରେ ସିନ୍ଦୁର ଆଉ ହାତରେ ଚୁଡି ଆଉ ଝାଡୁରେ ମହିଳା ଜଣକ ଏହି ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣ ଭାବୁଥିବେ କଣ ପାଇଁ ଏମିତି ବ୍ୟବହାର କରୁଛନ୍ତି ମହିଳା ମାନେ ? କିଏ ପାଦରେ ଅଳତା ଲଗାଇ ଦେଉଛି ତ ଆଉ କିଏ ହାତରେ ଚୁଡି ଆଉ ମଥାରେ ସିନ୍ଦୁର ଲଗାଇ ଦେଉଛନ୍ତି । ଖାଲି ଲଗାଇ ନାହାନ୍ତି ଏହି ବ୍ୟକ୍ତିକୁ ଚାପୁଡା ଉପରେ ଚାପୁଡା ମାରି ଚାଲିଛନ୍ତି । ବାବୁଙ୍କ ମୁଣ୍ଡ ରେ ସିନା ଚୁଟି ନାହି କିନ୍ତୁ ସେ ପୁରା ରଙ୍ଗିଲା ଆଉ ଏହି ରଙ୍ଗିଲା ଗୁଣ ପାଇଁ ଆଜି ଏମିତି ଛେଚା ଖାଉଛନ୍ତି ବ୍ୟକ୍ତି ଜଣକ ।

ଏ ହେଉଛନ୍ତି ରେଳ ହୁ-ଅର୍ଜନ ଅଧିକାରୀ ଆଉ ଏ ବାବୁ ଜଣଙ୍କ ପାଖକୁ ମହିଳା ମାନେ କାମ ନେଇ ଆସିଥିଲେ । କିନ୍ତୁ ବାବୁ ଜଣକ ମହିଳାଙ୍କର ସମଧାନ କରିବେ କଣ ଏ ମହିଳା ଙ୍କୁ ବେଡ ରୁମକୁ ଆସ ସବୁ କାମ ହୋଇଯିବ ଖାଲି ସେତିକି ନୁହେଁ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି । ଆଉ ଶେଷରେ ମହିଳା ନେଲେ ଏପରି ନିସ୍ପତି ଆଉ ଏହା ହେଉଛି ତା ପର ର ଦୃଶ୍ୟ । ଏମିତି ଘଟଣା ଦେଖିବାକୁ ମିଳିଛି ନୟାଗଡ ମିଶ୍ର କଲୋନୀରୁ ।

ସୂଚନା ଅନୁଯାୟୀ ଦଶପୋଲା ବ୍ଲକ ବାଣୀଗଛା ଥାନା ନିକଟ କୁଳୁରୁକୁମ୍ଫା ଗାଁର ଜଣେ ମହିଳା ତାଙ୍କ ଜମି ଉପରେ ରେଳ ଲାଇନ ଯିବା ପାଇଁ ୧୮ ଲକ୍ଷ ଟଙ୍କା ପାଇବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ଉକ୍ତ ଅଫିସର ମହିଳାଙ୍କୁ ବାରମ୍ବାର ସମୟ ଦେଇ ନୟାଗଡ ଦୌଡାଇବା ସହ ଖରାପ ଭାଷାରେ ଗାଳି ଦେଉଥିଲେ । ଏମିତି କିଛି ଦିନ ପରେ ସେ କହିଥିଲେ ତୁମର ଜମିରେ ଅସୁବିଧା ଅଛି ହୋଇପାରିବ ନାହି କିନ୍ତୁ ମୁଁ ସମାଧାନ କରିବି ବୋଲି ଚୁକ୍ତି କରିଥିଲେ ।

୩ ଲକ୍ଷ ଟଙ୍କା ଓ ବେଡ ରୁମ କୁ ଡ଼ାକିଥିଲେ ଏହି ବାବୁ ଜଣକ ଆଉ ଏହା ପରେ ମହିଳା ଥାନା ରେ କେସ କରିଥିଲେ । କିନ୍ତୁ କିଛି ଲାଭ ନ ହେବାରୁ ମହିଳା ଜଣକ କିଛି ମହିଳାଙ୍କ ସହ ମିଶି ବାବୁଙ୍କ ଯିବା ବାଟରେ ଛକି ବସିଥିଲେ । ବାବୁ ଜଣକ ହିରୋହୋଣ୍ଡା ଏସଏସ ଯୋଗେ ଯିବା ବାଟରେ ମହିଳା ମାନେ ଅଟକାଇ ପଚାରିବା ପରେ ଯୁକ୍ତି ହୋଇଥିଲା । ଆଉ ପରେ ଝାଡୁରେ ପିଟିବା ସହ ଶଙ୍ଖା, ଅଳତା, ସିନ୍ଦୁର ପିନ୍ଧାଇଥିବା ଜଣା ପଡିଛି ।

ତୁରନ୍ତ ଉପ-ଜିଲ୍ଲାପାଳ ଓ ଟାଉନ ଥାନା ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଉଧାର କରିଥିଲେ । ତେବେ ଏହି ଘଟଣା ର ସଠିକ ଭାବେ ତଦନ୍ତ କରିବାକୁ ଦାବି କରିଛନ୍ତି ମହିଳା ମାନେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *