ପ୍ରାଇଭେଟ କମ୍ପାନୀର କର୍ମଚାରୀଙ୍କ ପାଇଁ ଖୁସି ଖବର

ଆଜିକାଲି ବହୁତ ଲୋକମାନେ ପ୍ରାଇବେଟ ଚାକିରି କରୁଛନ୍ତି । ଯେଉଁଥିରେ କି ସରକାରୀ ଚାକିରି ଭଳି ବି ସୁବିଧା ଅଛି । ଯେମିତି କି ପିଏଫ । ଯଦି କୌଣସି ବ୍ୟକ୍ତି ଗୋଟିଏ ଚାକିରି ଛାଡି ଅନ୍ୟ ଏକ ଚାକିରି କରୁଛନ୍ତି ତେବେ ତାଙ୍କୁ ପିଏଫ ଆକାଉଣ୍ଟକୁ ଚିନ୍ତା ଘାରିଥାଏ । କିନ୍ତୁ ବର୍ତ୍ତମାନ ଆପଣଙ୍କର ଏହି ଚିନ୍ତାର ସମାଧାନ ଆସି ଯାଇଛି । ଆପଣ ଏଥର କମ୍ପାନୀ ଚେଞ୍ଜ କରିଲେ ବି ଆପଣଙ୍କୁ ଇପିଏଫକୁ ନେଇ ଚିନ୍ତା କରିବାକୁ ପଡିବ ନାହିଁ ।

ପ୍ରଥମେ ଘରୋଇ କର୍ମଚାରୀମାନେ ଇପିଏଫକୁ ନେଇ ବହୁତ ସମସ୍ୟାର ସାମ୍ନା କରୁଥିଲେ । କିନ୍ତୁ ବର୍ତ୍ତମାନ ଗୋଟିଏ କମ୍ପାନୀ ଛାଡି ସେମାନେ ଅନ୍ୟ କୌଣସି କମ୍ପାନୀରେ ସାମିଲ ହେଉଛନ୍ତି ତେବେ ସେମାନଙ୍କ ଇପିଏଫ ଆକାଉଣ୍ଟ ମନକୁ ମନ ଟ୍ରାନ୍ସଫର ହୋଇଯିବ ।

ଆଉ କୌଣସି ବି ପ୍ରକାରର ସମସ୍ୟା ରହିବ ନାହିଁ ଓ ଇପିଏଫ ଆକାଉଣ୍ଟ ନମ୍ବର ବି ସମାନ ରହିବ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ EPFO କର୍ମଚାରୀଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଇପିଏଫଓ ତରଫରୁ ଏକ ସିସମ୍ଟ ବିକଶିତ ହେବ । ଯେଉଁଥିରେ କର୍ମଚାରୀର ଅନ୍ୟ ସଂସ୍ଥା ସହ ଯୋଗ ଦେଲେ ସେମାନଙ୍କର ଇପିଏଫ ଆକାଉଣ୍ଟ ମିଶି ଯିବ । ଅଲଗା ଅଲଗା ଆକାଉଣ୍ଟକୁ ମର୍ଜ କରିବାରେ ବି ଏହା ସୁବିଧା ହେବ ।

ଏହା ଦ୍ଵାରା କର୍ମଚାରୀମାନେ ଅଧିକ ଚିନ୍ତିତ ରହିବେ ନାହିଁ । ସେମାନେ ଚାକିରି ଚେଞ୍ଜ କରିଲେ ବି ତାଙ୍କର ଇପିଏଫରେ ଟଙ୍କା ଜମା ରହିବ । ଏହା ଛଡା ସେମାନଙ୍କୁ ଟଙ୍କା ଉଠାଣରେ ବି ସୁବିଧା ମିଳି ପାରିବ । ଗତ ୨୦ ତାରିଖ ଦିନ EPFO ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ ଏହାକୁ ନେଇ ନିଷ୍ପତି ନିଆ ଯାଇଛି ।

ପ୍ରଥମେ ଯଦି କୌଣସି ବ୍ୟକ୍ତି ଗୋଟିଏ ଚାକିରି ଛାଡି ଅନ୍ୟ ଏକ ଚାକିରିରେ ସାମିଲ ହେଉଥିଲେ ତେବେ ନୂଆ ଅଫିସରେ ତାଙ୍କର ଏକ ନୂଆଆ ଇପିଏଫ ଆକାଉଣ୍ଟ ଖୋଲି ଦିଆ ଯାଉ ଥିଲା ଓ ପୁରୁଣା ପିଇଏଫ ଆକାଉଣ୍ଟ ନୂଆ କମ୍ପାନୀକୁ ଟ୍ରାନ୍ସଫର ହୋଇଯାଏ ।

ଯାହାକି ବର୍ତ୍ତମାନ ସମୟରେ ଚେଞ୍ଜ ହୋଇ ଯାଇଛି । ଆପଣଙ୍କ ଇପିଏଫ ଆକାଉଣ୍ଟ ସମାନ ହିଁ ରହିବ । ଶନିବାର ଦିନ ବସିଥିବା ବୈଠକରେ ଅନ୍ୟ କିଛି ଗୁରୁତ୍ଵପୂର୍ଣ ନିଷ୍ପତି ନିଆ ଯାଇଛି । ବାର୍ଷିକ ଜମା ଟଙ୍କାର ୫ ପ୍ରତିଶତ ଟଙ୍କା କିଛି ଯୋଜନାରେ ନିବେଶ କରାଯିବ ।

Leave a Reply

Your email address will not be published. Required fields are marked *