କଣ ଆପଣଙ୍କର ଏହି ସବୁ ବ୍ୟାଙ୍କରେ ରହିଛି ଖାତା ? ଚଳିତ ବର୍ଷ ନଭେମ୍ବର 30 ତାରିଖ ସୁଦ୍ଧା ଜମାକାରି ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା,

ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ ଅନେକ ସମବାୟ ବ୍ଯାଙ୍କ ଭାରତୀୟ ରିଜର୍ଭ ବ୍ଯାଙ୍କ ର ମୋରଟୋରିୟମ ରେ ପ୍ରଚଳିତ ହେଉଛି । ଏହି ସବୁ ବ୍ଯାଙ୍କ ଗୁଡିକ ରେ ପୂର୍ବ ରୁ ଯେଉଁ ଜାଲିଆତି ହୋଇଥିଲା ତାହାକୁ ଦ୍ରୁଷ୍ଟି ରେ ରଖି ରିଜର୍ଭ ବ୍ଯାଙ୍କ ପ୍ର-ତି-ବ-ନ୍ଧ-କ ଲଗାଇ ଥିଲା । ସୂଚନା ମୁତାବକ ଏହି ସବୁ ବ୍ଯାଙ୍କ ଗୁଡିକରେ ବହୁତ ଜଲ୍ଦି ସେ-ଟେ-ଲେ-ମେ-ଣ୍ଟ ହେବାକୁ ଯାଉଛି । ଏହାର କାରଣ ହେଉଛି ସରକାର ସେପ୍ଟେମ୍ବର ୧ ଚଳିତ ବର୍ଷ ୨୦୨୧ ମସିହାକୁ ସ୍ଥିର କରିଛନ୍ତି । ଯେଉଁଠାରେ ଆସନ୍ତା ୯୦ ଦିନ ମଧ୍ୟରେ ବ୍ଯାଙ୍କ ରେ ଖାତା ଖୋଲିଥିବା ଜମାକାରୀ ମାନଙ୍କୁ ମୋ-ର-ଟୋ-ରି-ୟ-ମ ଭାବେ ୫ ଲକ୍ଷ ଟଙ୍କା ମିଳିବ ।

ସିଧାସଳଖ ଭାବେ କହିବାକୁ ଗଲେ ଯେଉଁ ବ୍ଯାଙ୍କ ଗୁଡିକରେ ପ୍ରତିବନ୍ଧକ ଲଗା ଯାଇଥିଲା ସେଠାରେ ଜମାକାରୀ ମାନେ ୨୦୨୧ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜର ଟଙ୍କା ଫେରସ୍ତ ପାଇବେ । ଚଲାଇଟ ବର୍ଷ ୨୦୨୧ ଅଗଷ୍ଟ ୨୭ ତାରିଖରେ କେନ୍ଦ୍ର ସରକାର ଏକ ସର୍ଜୁଲାର ଜାରି କରିଥିଲେ । ଆମ ଦେଶର ଅର୍ଥ ମନ୍ତ୍ରାଳୟ ନିଜ ରାଏରେ କହିଛି ଯେ ଜମା ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ବା ସଂଶୋଧନ ଅଧିନିୟମ, ୨୦୨୧ ଇଉପିଏ-ଧାରା ୨ ଅନୁଯାୟୀ କେନ୍ଦ୍ର ସରକାର ଏହି ନୂଆ ଆଇନର ବ୍ୟବସ୍ଥାକୁ ସେପ୍ଟେମ୍ବର ୧ ତାରିଖରେ କାର୍ଯ୍ୟକାରୀ କରିଛନ୍ତି ।

ଏହା ସହ ଯେଉଁ ମାନେ ଏହି ବ୍ଯାଙ୍କ ଗୁଡିକରେ ଖାତା ଖୋଲିଛନ୍ତି ସେହି ଜମାକାରୀ ମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ ଯେଉଁ ବ୍ଯାଙ୍କ ଜମା ଗ୍ୟାରେଣ୍ଟି ଆକ୍ଟ ପାସ ହେବା ପୂର୍ବରୁ ମୋରଟୋରିୟମ ଉପରେ ଲାଗୁଥିଲା । ୫ଲକ୍ଷ ଟଙ୍କାର ହିସାବ କଣ ରହିଛି : ଏହି ନିୟମରେ ଅନେକ ବ୍ଯାଙ୍କ ସାମିଲ ରହିଛି ଯାହାକୁ RBI ମୋରଟୋରିୟମ ଉପରେ ରଖିଛି । କିଛି ବ୍ଯାଙ୍କରେ ଏହି ସମୟ ୯୦ ଦିନ ବୃଦ୍ଧି କରାଯାଇପାରେ କାରଣ ବ୍ଯାଙ୍କ ଖାତାରେ ଚାଲୁଥିବା ବ୍ଯାଙ୍କ ଗୁଡିକର ମିଶ୍ରଣ, ବ୍ୟବସ୍ଥା ବା ପୁନନିର୍ମାଣ ଯୋଜନା ଉପରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି । ବ୍ଯାଙ୍କ DICGC ଜମାକାରୀ ମାନେ ୫ ଲକ୍ଷ ଟଙ୍କା ପାଇବା ପାଇଁ ୯୦ ଦିନ ମଧ୍ୟରେ ପାଇବା ପାଇଁ କହିପାରେ ।

ଏହାର ଅର୍ଥ ହେଉଛି ଜମାକାରୀ ମାନେ ୯୦ ଦିନ ବଦଳରେ ୧୮୦ ଦିନରେ ୫ଲକ୍ଷ ଟଙ୍କା ପାଇ ପାରନ୍ତି । ଯେଉଁ ବ୍ଯାଙ୍କ ରିଜର୍ଭ ବ୍ଯାଙ୍କର ମୋରଟୋରିୟମ ପରିସରରେ ଚାଲୁଅଛି ତାହା ହେଉଛି ଗୁନା, ମଧ୍ୟପ୍ରଦେଶ ସ୍ଥିତ ଗ୍ରହ ସମବାୟ ବ୍ଯାଙ୍କ, ବିଜୟବାଡା ସ୍ଥିତ ଡେକାନ ସହରୀ ସମବାୟ ବ୍ଯାଙ୍କ, ନାସିକ ସ୍ଥିତ ଇଣ୍ଡିପେଣ୍ଡେନ୍ସ ସମବାୟ ବ୍ଯାଙ୍କ ଅନ୍ଯତମ । ମୋରଟୋରିୟମରେ ଯାଇଥିବା ବ୍ଯାଙ୍କ ଗୁଡିକ ପ୍ରଥମ ୪୫ ଦିନରେ ଖାତା ଜମାକାରୀଙ୍କ ରେକର୍ଡ ସଂଗ୍ରହ କରିବେ ଓ ଏହି ସୂଚନା DICGCକୁ ଦେବେ ।

ସେହି ୪୫ ଦିନ ମଧ୍ୟରେ DICGC ସମସ୍ତ କ୍ଳେମକୁ ପ୍ରକ୍ରିୟାକରଣ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବେ । ଅର୍ଥମନ୍ତ୍ରୀ ଏହା ପୂର୍ବରୁ କହିଥିଲେ କି ବୀମା ଅଧୀନରେ ଯେଉଁ ଟଙ୍କା ବୁଡିଯିବ ତାହା ପାଇବା ପାଇଁ ୮ରୁ ୧୦ ବର୍ଷ ଲାଗିବ । କିନ୍ତୁ ବର୍ତ୍ତମାନ ଏହା ୯୦ ଦିନ ମଧ୍ୟରେ ହୋଇ ପାରିବ । PMC ବ୍ଯାଙ୍କ ଏଥିରେ ଲାଭ ପାଇବ । ଦେଶରେ ପ୍ରାୟ ୫୦ଟି ବ୍ଯାଙ୍କ ଏହି ସୁବିଧା ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *