ଦର୍ଶକ ବନ୍ଧୁ ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖରେ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଗ୍ରହଣ ଭୟଙ୍କର ଓ ଲମ୍ବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ତେବେ ଏହି ଗ୍ରହଣ ଓଡିଶା ସହ ସାରା ଭାରତ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି । ଏହା ସହ ଆମେରିକା, ଋଷ, ଅଷ୍ଟ୍ରେଲିୟା, ଚୀନ, ବ୍ରାଜିଲ, ପାକିସ୍ତାନ ଓ ଆଫଗାନିସ୍ତାନ ଆଦି ଦେଶରେ ଦୃଶ୍ୟମାନ ହେବ । ଗ୍ରହଣ ସମୟରେ ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥାରେ ବହୁତ ବଡ ପରିବର୍ତ୍ତନ ହୋଇଥାଏ ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଚନ୍ଦ୍ରଗ୍ରହଣର ସଂପୂର୍ଣ୍ଣ ବିବରଣୀ କହିବାକୁ ଯାଉଛୁ ।
ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ବି କୁହାଯାଏ । ଗ୍ରହଣ ଲାଗିବା ସମୟରେ ଖାଦ୍ୟ ସେବନ କରିବାକୁ ନିଷେଧ କରାଯାଇଛି । ଏହି ଚନ୍ଦ୍ରଗ୍ରହଣରେ ପାକ ନିଷେଧର ସମୟ ହେଉଛି ୮ ନଭେମ୍ବର ମଙ୍ଗଳବାର ସକଳ ୫ଟା ୩୮ ମିନିଟ ଠାରୁ ଆରମ୍ଭ କରି ସନ୍ଧ୍ୟା ୬ଟା ୧୮ ମିନିଟ ଯାଏଁ ରହିବ । ଏହି ସମୟରେ ଦେବ ନୀତି ଓ ରନ୍ଧନ କାର୍ଯ୍ୟ ନିଷେଧ ଅଛି ।
ଗ୍ରହଣ ଲାଗିବାର ସମୟ ହେଉଛି ମଙ୍ଗଳବାର ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଆରମ୍ଭ ହୋଇ ମଧ୍ୟକାଳ ୪ଟା ୨୮ ମିନିଟ ୧୨ ସେକନ୍ଦ ଓ ସର୍ବ ମୋକ୍ଷ ସେସ ସମୟ ହେଉଛି ସନ୍ଧ୍ୟା ୬ଟା ୧୮ ମିନିଟ ୪୨ ସେକେଣ୍ଡ । ଏହି ସମୟରେ ଗର୍ଭବତୀ ମହିଳା ମାନେ କଟାକଟି ବା ସିଲେଇ କରିବା ଅନୁଚିତ । ଏମିତିକି ବାହାରକୁ ବାହାରିବା ପାଇଁ ଉଚିତ ନୁହେଁ । ଏହି ସମୟରେ ଛୋଟ ପିଲା, ବୃଦ୍ଧ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଛାଡି ଅନ୍ୟ କେହି ଶୋଇବା ଉଚିତ ନୁହେଁ ।
ଗର୍ଭବତୀ ମହିଳା ଗ୍ରହଣ ସମୟରେ ଗୋଟେ ଜାଗାରେ ବସିବା ଉଚିତ । ଗ୍ରହଣ ଲାଗିବା ପୂର୍ବରୁ ଖାଦ୍ଯରେ ତୁଳସୀ ପତ୍ର ପକାଇ ରଖିପାରିବେ । କୌଣସି ବ୍ୟକ୍ତି ଉପରେ ଗ୍ରହଣର ପ୍ରଭାବ ନ ପଡିବାକୁ ଚାହୁଁଥିଲେ ସେହି ସମୟରେ ହନୁମାନ ଚାଳିଶାର ପାଠ କରିପାରିବେ । ଏହା ଦ୍ଵାରା ଗ୍ରହଣର ଯେଉଁ ପ୍ରଭାବ ଥାଏ ସମାପ୍ତ ହୋଇଯାଏ । ଏହି ସମୟରେ ପୂଜା କରି ହେବ ନାହି କିନ୍ତୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ହେବ । ଗ୍ରହଣ ସମୟରେ ମନ୍ତ୍ର ଜପ କରିଲେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।
ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏହି ସମୟରେ ବୁଲାବୁଲି କରିବା ଉଚିତ ନୁହେଁ ନଚେତ ସ୍ଵାସ୍ଥ୍ୟରେ ପ୍ରଭାବ ପଡିପାରେ । ଗ୍ରହଣ ସମୟରେ ଶୁଭ ରାଶି ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି, ବିଛା ରାଶି, କୁମ୍ଭ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଓ ମୀନ ରାଶି । ଗ୍ରହଣର କୁ-ପ୍ରଭାବ ଯେଉଁ ରାଶିଙ୍କ ଉପରେ ପଡିବ ସେମାନେ ହେଉଛନ୍ତି ମେଷ, କନ୍ୟା, ବୃଷ ଓ ମକର ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।